• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବହୁ ଆଡ଼ମ୍ବରେ ଲଘୁକ୍ରିୟା ଭଳି ପୁଣି ଅଧାରେ ଅଟକିଲା ନନ୍ଦନକାନନ ଟୟ ଟ୍ରେନ୍ । ଜଙ୍ଗଲ ମଝିରେ ହେଲା ଅଚଳ । ଆରମ୍ଭ ବେଳେ ନାନା ଯାନିଯାତରା କରି  ଆରମ୍ଭ ହୋଇଥିଲା ଟୟ ଟ୍ରେନ୍ । ହେଲେ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ପରେ ପୁଣି ଅଚଳ । ଆଜି ସେଥିରେ ପ୍ରାୟ ୨୨ ଜଣ ପର୍ଯ୍ୟଟକ ଥିବାବେଳେ ସମସ୍ତେ ହଟହଟା ହୋଇଛନ୍ତି । ଖବର ପାଇ ଟୟ ଟ୍ରେନ୍‌ ପାଖରେ ପହଞ୍ଚିଥିଲା ବ୍ୟାଟେରୀ ଗାଡ଼ି । ସେଥିରେ ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ, ପ୍ରାୟ ଏକ ମାସ ଧରି ବନ୍ଦ ରହିବା ପରେ ଗତକାଲି (ମଙ୍ଗଳବାର)ଠାରୁ ପୁଣି ଟୟ ଟ୍ରେନ୍ ଗଡ଼ିବା ଆରମ୍ଭ ହୋଇଥିଲା । ଦୈନିକ ୬ ଥର ଚାଲିବା ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ତେବେ ଆଜି ଶେଷ ଟ୍ରିପ୍ ଅର୍ଥାତ୍‌ ୪ଟା ବେଳେ ଥିବା ଟ୍ରିପ୍‌ରେ ପର୍ଯ୍ୟଟକ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଅଧାରେ ଅଟକିଥିଲା ଟ୍ରେନ୍‌ । ଯାନ୍ତ୍ରିକ ତ୍ରୁଟି ପାଇଁ ଟୟ ଟ୍ରେନ୍‌ଟି ଅଧାରେ ଅଟକିଥିବା କୁହାଯାଉଛି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଟୟ ଟ୍ରେନ୍‌ର ଦିନକୁ ୬ ଟ୍ରିପ୍‌ ମଧ୍ୟରୁ ସକାଳ ୧୦ଟା, ୧୧ଟା ଓ ମଧ୍ୟାହ୍ନ ୧୨ଟାରେ ଟୟ ଟ୍ରେନ୍‌ ଗଡ଼ିବା ନେଇ ସ୍ଥିର ହୋଇଥିଲା । ସେହିଭଳି ଏହାପରେ ଅପରାହ୍ନ ୨ଟା, ୩ଟା ଓ ୪ଟାରେ ଟୟ ଟ୍ରେନ ଚାଲିବ ବୋଲି କୁହାଯାଇଥିଲା । ଟ୍ରେନ ଚାଲିବାର ଅଧଘଣ୍ଟା ଆଗରୁ ଟିକଟ ବିକ୍ରିର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଟ୍ରିପରେ ୭୨ ଜଣ ପର୍ଯ୍ୟଟକ ବସି ନନ୍ଦନକାନନ ବୁଲିପାରିବେ । ପରେ ସମସ୍ତ ବ୍ୟବସ୍ଥା ଯାଞ୍ଚ ପରେ ଏହି ସଂଖ୍ୟା ବୃଦ୍ଧି କରାଯାଇପାରେ ବୋଲି ମଧ୍ୟ କୁହାଯାଇଥିଲା । କିଛି ଦିନ ଆଗରୁ ଟୟ ଟ୍ରେନ ଆରମ୍ଭ ହୋଇଥିଲା । କିନ୍ତୁ ନିଆଁ ଲାଗି ଯାଇଥିବାରୁ ତାକୁ ପୁଣି ବନ୍ଦ କରାଯାଇଥିଲା । 

ପ୍ରଥମ ଥର ଟୟ ଟ୍ରେନ ଗଡ଼ୁଥିବା ବେଳେ ଅଘଟଣ ଘଟିଥିଲା । ଇଞ୍ଜିନରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଅଚଳ ହୋଇଯାଇଥିଲା ଟ୍ରେନ । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ୬୦ରୁ ଅଧିକ ଯାତ୍ରୀ । ଅଗ୍ନିକାଣ୍ଡ ଯୋଗୁଁ ଏହି ଟ୍ରେନ୍‌ ଚଳାଚଳକୁ ବନ୍ଦ ରଖାଯାଇଥିଲା । ଯେ ପର୍ଯ୍ୟନ୍ତ ମରାମତି ନ ହୋଇଛି, ସେପର୍ଯ୍ୟନ୍ତ ଟୟ ଟ୍ରେନ ଗଡ଼ିବ ନାହିଁ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ କହିଥିଲେ । ତେବେ ମରାମତି ପରେ ଓ ସବୁ ବ୍ୟବସ୍ଥାର ଯାଞ୍ଚ ପରେ ପୁଣି ଗଡ଼ିଥିଲା ଏହି ଟୟ ଟ୍ରେନ ।