Advertisment

ଦିନକୁ ୫ ଗ୍ଲାସ୍ ପରିସ୍ରା ପିଅନ୍ତି ମହିଳା : କୁହନ୍ତି ସାମ୍ପେନ୍ ପରି ଲାଗୁଛି

ପାଣି ବଦଳରେ ପରିସ୍ରା ପିଉଛନ୍ତି ଆମେରିକାର ଜଣେ ମହିଳା। ଦୀର୍ଘ ୪ ବର୍ଷ ଧରି ସେ ଏହି ଅଭ୍ୟାସରେ ଥିବାବେଳେ ସେ ଏଥିରୁ ବିଭିନ୍ନ ପ୍ରକାର ଖାଦ୍ୟର ସ୍ୱାଦ ପାଇଥାନ୍ତି ବୋଲି କୁହନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Woman likes to drink her urine since 4 years

Woman likes to drink her urine since 4 years

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଖାଦ୍ୟ ଅଭ୍ୟାସ ଅଜବ। କିଏ କଞ୍ଚା ପନିପରିବା ଖାଏ ତ ପୁଣି କିଏ କଞ୍ଚା ମାଂସ। ଏମିତି ମଧ୍ୟ ଲୋକଙ୍କୁ ଆପଣ ଜାଣିଥିବେ ଯେଉଁମାନେ ପେଟ୍ରୋଲ୍, କିରୋସିନ୍ ମଧ୍ୟ ପିଇଯାଆନ୍ତି। ସେହିପରି ଏମିତି ମଧ୍ୟ ଲୋକେ ଅଛନ୍ତି ଯେଉଁମାନେ ମାଟି, ବାଲି, ସିମେଣ୍ଟ କାନ୍ଥ, ଚକ୍‌ଖଡି ମଧ୍ୟ ଖାଇବାକୁ ଭଲ ପାଆନ୍ତି।

Advertisment

ତେବେ ଆମେ ଏମିତି ବ୍ୟକ୍ତି ବ୍ୟକ୍ତିଙ୍କ ଅଜବ ଅଭ୍ୟାସ ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଆମେରିକାର କଲୋରାଡୋରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ କ୍ୟାରି ନାମକ ଜଣେ ମହିଳା ନିଜ ପରିସ୍ରା ପିଇବାରେ ଅଭ୍ୟସ୍ତ। ଏହା ଶୁଣିବାକୁ ଅଦ୍ଭୁତ ଓ ଘୃଣ୍ୟ ଲାଗୁଥିଲେ ବି ଏହା ସତ। ଗତ ୪ ବର୍ଷ ଧରି କ୍ୟାରି ତାଙ୍କ ପରିସ୍ରା ପିଇଆସୁଛନ୍ତି।

କେବେଠୁ ହେଲା ଏହି ଅଭ୍ୟାସ:

ଖାଇବା ଓ ପିଇବାରେ ଲୋକମାନେ ବହୁତ ଚୁଜି ହୋଇଥାନ୍ତି। ସେମାନଙ୍କ ପାଖରେ ପ୍ରିୟ ଖାଦ୍ୟଠାରୁ ଆରମ୍ଭ କରି ପାନୀୟ ପର୍ଯ୍ୟନ୍ତ ତାଲିକା ଥାଏ। କିନ୍ତୁ ଆପଣ କେବେ ବି ଶୁଣି ନଥିବେ କେହି ପରିସ୍ରା ପିଇବାକୁ ପସନ୍ଦ କରନ୍ତି ବୋଲି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଲୋରାଡୋର ୫୩ ବର୍ଷୀୟ କ୍ୟାରୀ ନିଜର ପରିସ୍ରା ପିଇବାକୁ ଭଲ ପାଆନ୍ତି। ଦୀର୍ଘ ଚାରି ବର୍ଷ ଧରି ସେ ଏହି ଅଭ୍ୟାସ ଜାରି ରଖିଥିବା ବେଳେ ସେ କୁହନ୍ତି ଯେ ପାଣି ପିଇବା ପରିବର୍ତ୍ତେ ସେ ପରିସ୍ରା ପିଇବାକୁ ବେଶି ପସନ୍ଦ କରନ୍ତି।

Advertisment
Woman likes to drink her urine since 4 yearsକ୍ୟାରୀଙ୍କୁ ସାମ୍ପେନ୍ ପରି ଲାଗେ ପରିସ୍ରା

ଦିନକୁ କେତେ ପରିସ୍ରା ପିଅନ୍ତି:

କ୍ୟାରୀଙ୍କର ଏହି ଅଦ୍ଭୁତ ନିଶା ବିଷୟରେ ଜାଣିବା ପରେ ଆପଣ ନିଶ୍ଚିତ ନାକ ଟେକିବେଣି। ସୂଚନା ମୁତାବକ କ୍ୟାରୀ ଟିକେ ଅଧେ ନୁହେଁ ଦିନକୁ ଅତି କମରେ ୫ ଗ୍ଲାସ୍ ପରିସ୍ରା ପିଇଥାନ୍ତି। ଏପରି ପରିସ୍ଥିତିରେ ଯଦି ଏହାର ଆକଳନ କରାଯାଏ ତେବେ ସେ ଗତ ୪ ବର୍ଷ ମଧ୍ୟରେ ୩୪୦୦ ଲିଟରରୁ ଅଧିକ ପରିସ୍ରା ପିଇସାରିଛନ୍ତି।

କେମିତି ଲାଗେ ସ୍ୱାଦ:

କ୍ୟାରୀ ଟିଏଲସୋ ଦ୍ୱାରା ଆୟୋଜିତ 'ମାଏ ଷ୍ଟ୍ରେଞ୍ଜ୍ ଏଡିକସନ୍' ନାମକ ଏକ କାର୍ଯ୍ୟକ୍ରମରେ ଏହା ପ୍ରକାଶ କରି କହିଛନ୍ତି ଯେ ପରିସ୍ରା ପିଇବା ଦ୍ୱାରା ତାଙ୍କୁ ବହୁତ ଆରାମ ଲାଗିଥାଏ। କ୍ୟାରି କହିଛନ୍ତି ଯେ ସେ ଯାହା ଖାଆନ୍ତି, ପରିସ୍ରାରେ ଏହାର ସ୍ୱାଦ ଅନୁଭବ କରନ୍ତି। ଏନେଇ ପ୍ରତ୍ୟେକ ସମୟରେ ତାଙ୍କ ପରିସ୍ରାର ସ୍ୱାଦ ଭିନ୍ନ ହୋଇଥାଏ। ଏହା ବ୍ୟତୀତ, କ୍ୟାରୀଙ୍କ ଏକ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଯେ ବେଳେବେଳେ ତାଙ୍କ ପରିସ୍ରା ସାମ୍ପେନ୍ ଭଳି ସ୍ୱାଦ ଲାଗେ।

Woman likes to drink her urine since 4 yearsକ୍ୟାରୀ ବହୁ ଆନନ୍ଦର ସହ ଦିନକୁ ୫ ଗ୍ଲାସ୍ ପରିସ୍ରା ପିଅନ୍ତି

କାହିଁକି ହେଲା ଅଭ୍ୟାସ:

ସୂଚନା ଅନୁଯାୟୀ, ମେଲାନୋମା କର୍କଟ ରୋଗର ଚିକିତ୍ସା ସମୟରେ କ୍ୟାରୀ ପ୍ରଥମେ ତାଙ୍କ ପରିସ୍ରା ପିଇବା ଆରମ୍ଭ କରିଥିଲେ। ଏହା ଏକ ପ୍ରାଚୀନ ଚିକିତ୍ସା ପଦ୍ଧତି। କ୍ୟାରୀ କହିଛନ୍ତି ଯେ ଏହା ତାଙ୍କୁ ବହୁତ ଲାଭ ଦେଇଛି। କିନ୍ତୁ ବର୍ତ୍ତମାନ ଏହା ତାଙ୍କର ନିଶା ପାଲଟିଯାଇଛି। କ୍ୟାରି କୁହନ୍ତି ଯେ ସେ ମଧ୍ୟ ତାଙ୍କର ପରିସ୍ରାକୁ ସାଇତି କରି ରଖନ୍ତି।

ପରିସ୍ରାରେ ଆଉ କ’ଣ କରନ୍ତି:

ସେ କେବଳ ଏହାକୁ ପିଅନ୍ତି ନାହିଁ, ବରଂ ଏହାକୁ ନିଜ କେଶରେ ମଧ୍ୟ ଲଗାନ୍ତି। ଏହା ବ୍ୟତୀତ, ସେ ଆଖି ତଳେ ପଡୁଥିବା କଳା ଦାଗରୁ ମୁକ୍ତି ପାଇବା ପାଇଁ ମଧ୍ୟ ସେ ନିଜର ପରିସ୍ରା ବ୍ୟବହାର କରନ୍ତି। ଏହି ଶୋ’ରେ କ୍ୟାରି କହିଛନ୍ତି ଯେ ସେ ମୃତ୍ୟୁ ପର୍ଯ୍ୟନ୍ତ ପରିସ୍ରା ପିଇବା ବନ୍ଦ କରିବେ ନାହିଁ।

Ajab Gajab
Advertisment
Advertisment