Advertisment

ଲୋକଙ୍କ ଦୁଃଖ ସଞ୍ଜ ନଦୀ, ଜୀବନକୁ ବାଜି ଲଗାଇ ନଦୀ ପାର୍‌ ହେଉଛନ୍ତି ଲୋକେ...

ଦୁଃଖ ପାଲଟିଛି ସଞ୍ଜ ନଦୀ। ଜୀବନକୁ ବାଜି ଲଗାଇ ଲୋକମାନେ ଏହି ନଦୀ ଦେଇ ଯା’ଆସ କରିଥାନ୍ତି। ହେଲେ ବର୍ଷା ଦିନ ଆସିଲେ , ଲୋକଙ୍କ ଚିନ୍ତା ଆହୁରି ବଢିଯାଏ।

author-image
Rajalaxmi Sahoo
People Risk Their Lives To Cross River

People Risk Their Lives To Cross River

ଉଦଳା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଅନ୍ତର୍ଗତ କେନ୍ଦୁଗଡି ଗାଁର ଦୁଃଖ ପାଲଟିଛି ସଞ୍ଜ ନଦୀ। କେନ୍ଦୁଗଡି ଗାଁ ସହ ୪ଟି ପଞ୍ଚାୟତର ଲୋକେ ଜୀବନକୁ ବାଜି ଲଗାଇ ଏହି ନଦୀ ଦେଇ ଯା’ଆସ କରିଥାନ୍ତି। ହେଲେ ବର୍ଷା ଦିନ ଆସିଲେ , ଲୋକଙ୍କ ଚିନ୍ତା ଆହୁରି ବଢିଯାଏ। କାରଣ ନଦୀରେ ପାଣି ବଢିଲେ ବାହ୍ୟ ଜଗତ ସହ ଗାଁ ଗୁଡ଼ିକ ବିଚ୍ଛିନ୍ନ ହୋଇଯାଏ।

Advertisment

ନଦୀରେ ପୋଲଟିଏ ନିର୍ମାଣ ପାଇଁ ବାରମ୍ବାର ଜଣାଇବା ପରେ ମଧ୍ୟ କେହି ଶୁଣିନଥିଲେ। ଶେଷରେ ଗାଁ ଲୋକେ ନଦୀ ପାର୍ ହେବା ପାଇଁ ନିଜସ୍ୱ ଖର୍ଚ୍ଚରେ ଏକ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଛନ୍ତି। ନିତିଦିନିଆ କାମ ହେଉ ଅବା, ମେଡିକାଲ କାମ ପାଇଁ ସଞ୍ଜ ନଦୀ ବାଟ ହିଁ ମୁଖ୍ୟ ରାସ୍ତା। ଫଳରେ ନଦୀ ଭିତରେ ହେଉ ବା ବାଉଁଶ ପୋଲ ଦେଇ ଲୋକମାନେ ଯା’ଆସ କରିଥାନ୍ତି।

କିନ୍ତୁ ନଦୀରେ ଟିକେ ପାଣି ବଢିଲେ, ଅସ୍ଥାୟୀ ପୋଲରେ ଯିବା ଏକ ପ୍ରକାର ବିପଦସଙ୍କୁଳ ହୋଇପଡ଼େ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ‘କେହିବି ଆମ କଥା ଶୁଣୁ ନାହାନ୍ତି। ଆମ୍ବୁଲାନ୍ସ ମଧ୍ୟ ଗାଁରେ ପହଞ୍ଚି ପାରୁନି। ଏଥିପାଇଁ ଆମେ ଅନେକ ଅସୁବିଧାରସ ସମ୍ମୁଖୀନ ହେଉଛୁ।’

Advertisment

ତେବେ ଖୁବ୍ ଶୀଘ୍ର ପୋଲ ପାଇଁ ଟେଣ୍ଡର ପଡ଼ି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଉଦଳା ବିଧାୟକ କହିଛନ୍ତି।  

Village With No Bridges
Advertisment
Advertisment