ବଜାରରେ ଏବେ ମିଳିଲାଣି ବାହୁବଳୀ ଗୁପ୍ଚୁପ୍। ଏହା ଦେଖିବାକୁ ଖୁବ ସ୍ୱତନ୍ତ୍ର। ଏଥିରେ ଦିଆଯାଉଛି ୫ ପ୍ରକାରର ପାଣି। ଏହା ଭିତରେ ଆଳୁ ଭର୍ତ୍ତି କରିବା ପରିବର୍ତ୍ତେ, ଏହାର ଉପରେ ପୂରା ଦେଉଳିଆ କରି ଲଦିଦିଆଯାଉଛି ଏବଂ ଆଳୁ ଉପରେ ଦହି, ସେଓ, ବୁନ୍ଦି ଆଉ କିଛି ଡାଳିମ୍ବ ମଞ୍ଜି ମଧ୍ୟ ପଡୁଛି।
ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ଦୁର୍ବୁତ୍ତଙ୍କ ଆତଙ୍କରାଜ। ରାହାଜାନୀଠୁ ଆରମ୍ଭ କରି ସାଇବର କ୍ରାଇମ୍ ପର୍ଯ୍ୟନ୍ତ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧର ସଂଖ୍ୟା। ସେମାନଙ୍କ ଉପରେ ଲଗାମ ଲଗାଇବାକୁ ନୂଆ କରି ପ୍ରତିଷ୍ଠା ହେଲା ସାଇବର ଥାନା।
ଜଣେ ମହିଳାଙ୍କ ପାଖରେ ଦେଖାଦେଇଛି ପ୍ରକୃତିର ଚମତ୍କାର। କାରଣ ତାଙ୍କ ପେଟରେ ଗୋଟିଏ ନୁହେଁ ଦୁଇଟି ଗର୍ଭାଶୟ ଅଛି। ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ସେ ଏକକାଳୀନ ଉଭୟ ଗର୍ଭାଶୟରୁ ଗର୍ଭବତୀ ହୋଇଛନ୍ତି।
ଗଞ୍ଜେଇରୁ ତିଆରି ଜିନିଷକୁ ଖାଦ୍ୟର ମାନ୍ୟତା ଦିଆଯାଇଛି । ଏହାକୁ ମଧ୍ୟ ବିଭିନ୍ନ ରୋଗ ପାଇଁ ଔଷଧ ଭାବେ ବ୍ୟବହାର କରାଯାଉଛି । ଓଡିଶାରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଗଲେ, ରାଜ୍ୟରେ ଅର୍ଥନୈତିକ ବିପ୍ଲବ ଆସିପାରିବ ବୋଲି କହିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ ।
ରାଜ୍ୟ ସରକାର ଆଜି ବରିଷ୍ଠ ପୋଲିସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍ ମୀନାଙ୍କୁ ବର୍ଷକ ମଧ୍ୟରେ ୩ଥର ବଦଳି କରାଯାଇଥିବାବେଳେ ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ଭୁବନେଶ୍ୱର ଡିସିପି(ଟ୍ରାଫିକ) ଭାବେ ଅବସ୍ଥାପିତ କରାଯାଇଛି।
ବର୍ଷର ଅନ୍ତିମ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ ବଢିବାରେ ଲାଗିଛି । ନୂଆବର୍ଷ ଯେତିକି ପାଖେଇ ଆସୁଛି ସେତିକି ଭିଡ ଜମୁଛି ପର୍ଯ୍ୟଟନ ସହର ପୁରୀରେ। ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ହଲି ଡେ କଟାଇବା ପାଇଁ ପୁରୀକୁ ଛୁଟୁଛନ୍ତି ।
ପିଜି ଡାକ୍ତରୀ ଛାତ୍ରଛାତ୍ରୀମାନେ କଳା ବ୍ୟାଜ୍ ପିନ୍ଧି ପ୍ରତୀକାତ୍ମକ ବିରୋଧ କରିବା ସହ ନାରାବାଜି ମଧ୍ୟ କରିଥିଲେ ।
ସୋସିଆଲ ମିଡିଆରେ ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ପ୍ରେରଣା ଦେଉଛି। ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ ନିଜ ପାଦକୁ ବ୍ୟବହାର କରି ଲକ୍ଷ୍ୟଭେଦ କରୁଛନ୍ତି। ଏହା ବାସ୍ତବରେ ଗୋଟିଏ ହାରିଯାଇଥିବା ମନରେ ଉତ୍ସାହ ଭରିବା ଭଳି ଏକ ଦୃଶ୍ୟ।
ଦିନେ ଗୁହାରି ଧରି ଲୋକେ ଆସୁଥିଲେ, ଆଉ ସହାୟତା ପାଉଥିଲେ ହେଲେ ଆଜି ସେ ଦିନକୁ ଦୁଇ ମୁଠା ଖାଇବା ଯୋଗାଡ଼ କରିବାକୁ ନାନା ସଂଘର୍ଷ କରୁଛନ୍ତି ସମ୍ବଲପୁର ଧନକଉଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରାଶୀ ।
ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲେ ୧୫୩ ଅଫିସର । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସବୁବେଳେ ପୋଲିସକୁ ନେଇ ନାନା ରକମର ଚର୍ଚ୍ଚା ହୋଇଥାଏ। ଆଇନ ଶୃଙ୍ଖଳାଠୁ ରାହାଜାନୀ ପର୍ଯ୍ୟନ୍ତ ସବୁଥିରେ ପୋଲିସକୁ ଦାୟୀ କରାଯାଏ। କିନ୍ତୁ ଏଥର ସାବାସୀ ସାଉଁଟିଛି ପୋଲିସ। ନିଜର ମହାନତା ପାଇଁ ଏବେ ସମସ୍ତଙ୍କ ମୁହଁରେ ଖାକି ବର୍ଦ୍ଦିର ପ୍ରଶଂସା।
ଖଇରୀ ଅଶୀ ଦଶକର ଏକ ଚର୍ଚ୍ଚିତ ନାଁ । ପଶୁ ହୋଇ ବି ବନିଯାଇଥିଲା ମଣିଷର ସାଥୀ। ତାକୁ ପାଳିଥିଲେ ନିହାର ନଳିନୀ । ଆଜି ତାଙ୍କର ଦେହାନ୍ତ ହୋଇଛି ।
ଦୁନିଆରେ ଏବେ ବି ଭଲ ମଣିଷ ଅଛନ୍ତି । ମାନବିକତା ଅଛି, ସହୃଦୟତା ବଞ୍ଚିଛି । ଲୋଭ ଆଉ ମୋହ ଛାଡ଼ି ଜଣେ କୁଲି ବସଷ୍ଟାଣ୍ଡରୁ ମିଳିଥିବା ମୂଲ୍ୟବାନ ଲାପଟପ ଫେରାଇ ଦେଇଛନ୍ତି ।
ଶିଶୁ ଅଦଳବଦଳକୁ ନେଇ ପୁଣି ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏନେଇ ପରିବାର ଲୋକ ଦ୍ୱନ୍ଦ୍ୱରେ ଥିବାବେଳେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି।
ବାଡ଼ିରେ କାଶ୍ମୀର ରେଡ ବେରୀ ଫଳାଇଛନ୍ତି ଯୁବକ । ଚାକିରି ପଛରେ ନଗୋଡ଼ାଇ ଚାଷ କରି ଯୁବଗୋଷ୍ଠୀଙ୍କୁ ନୂଆ ବାର୍ତ୍ତା ଦେଉଛନ୍ତି ।
ନିମ୍ବ ଗଛରୁ ବାହାରୁଛି କ୍ଷୀର ! ଆଉ ଏହାକୁ ବିଶ୍ୱାସ କରି ଲୋକମାନେ ଧୂପଦୀପ ଦେଇ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି। ଆଜ୍ଞାମାଳ, ମନ୍ଦିରରୁ ପତାକା ଆଣି ନିମ୍ବ ଗଛରେ ବନ୍ଧା ଯାଇଛି। ଗଛରେ ଠାକୁର ଆର୍ବିଭାବ ହେବାର ବିଶ୍ୱାସକୁ ନେଇ ଲୋକଙ୍କ ଭିଡ଼ ଜମୁଛି।
ଜଣେ HIV ପଜିଟିଭ୍ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ନକରାଇ ମେଡିକାଲ୍ରୁ ଫେରାଇ ଦେବା ଘଟଣାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ମେଡିକାଲ୍ କର୍ତ୍ତୃପକ୍ଷ ଚେତିଛନ୍ତି।
ଟୀକାକରଣର ସ୍ଥିତି ଜାଣିବା ପାଇଁ ଅତ୍ୟାଧୁନିକ ଜ୍ଞାନ ଓ କୌଶଳରେ ତିଆରି କରାଯାଇଛି ମାଇକ୍ରୋଚିପ୍ । ଏହାକୁ ହାତରେ ଲାଗାଇ ସ୍କାନ୍ କରିବା ମାତ୍ରେ ହିଁ ବ୍ୟକ୍ତିର ଟୀକାକରଣର ସବୁ ସ୍ଥିତି ଅତି ସହଜରେ ଜଣାପଡିଥାଏ । ଫଳରେ ଲୋକଙ୍କୁ ଟିକାକରଣ ଷ୍ଟାଟସ ବହନ କରି ସବୁ ସ୍ଥାନକୁ ଯିବାକୁ ପଡିବ ନାହିଁ ।
ଦୁନିଆରେ ରହିଛି ଏମିତି ଫଳ ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା। ତେବେ ଏହି ଫଳରେ ଏମିତି କ’ଣ ଅଛି, ଏହା କେଉଁଠି ହୁଏ, ଏହାର ମୂଲ୍ୟ କେତେ ଆସନ୍ତୁ ସେ ବିଷୟରେ ଜାଣିନେବା।
ପ୍ରେମର ଉଠାନ୍ତି ଢେର ଫାଇଦା। କେବଳ ମେସେଜ୍ରେ କରନ୍ତି ରୋମାଣ୍ଟିକ୍ କଥା ଆଉ ବ୍ୟକ୍ତିଙ୍କ ଠାରୁ ମାସକୁ ପାଆନ୍ତି ଦେଢ ଲକ୍ଷ ଟଙ୍କା। ଉଠାନ୍ତି ନିଜର ଘର ଖର୍ଚ୍ଚ।
ଆଜିକାଲି ପ୍ରାୟ ସମସ୍ତେ ନିଜ ଘରେ ରୋଷେଇ ଗ୍ୟାସ୍ ବ୍ୟବହାର କରୁଛନ୍ତି। ଏହିସବୁ ସିଲିଣ୍ଡରରେ ଏକ ସଂକେତ ଲେଖାଯାଇଥାଏ, ଏହା ପ୍ରାୟ ଦେଖିଥିବେ। ଏହା ବିଷୟରେ ଜାଣିଥିଲେ ଆପଣଙ୍କ ଜୀବନ ସୁରକ୍ଷିତ ହୋଇପାରିବ।
ଆଗକୁ ଲିଜ୍ ହୋଲ୍ଡ ରୁ ଫ୍ରି ହୋଲ୍ଡ ହେବ ସିଡିଏ, ବିଡିଏ ଓ ହାଉସିଂବୋର୍ଡ ଭଳି ରାଜ୍ୟର ପ୍ରାୟ ସବୁ କର୍ତ୍ତୃପକ୍ଷଙ୍କ ଅଧିନରେ ଆସୁଥିବା ସମସ୍ତ ଜମି । ଦୀର୍ଘ ବର୍ଷ ଧରି ଜମି, ଘର କିଣିବା ପରେ ବି ଲିଜ୍ରେ ସମ୍ପତ୍ତି ରହୁଥିଲା । ବର୍ତ୍ତମାନ ଏହି ନୂଆ ନିୟମରେ ଲୋକେ ନିଜେ ମାଲିକାନା ପାଇପାରିବେ ।
ଶୀତ ବଢିବା ସହ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହେଲାଣି ପ୍ରକୃତି ରାଣୀ । ଏହାରି ଭିତରେ ନୂଆ ବର୍ଷ ପାଇଁ ଆରମ୍ଭ ହୋଇଯାଇଛି ପିକନିକ୍ ଋତୁ । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ମେଟାକାନୀ ପୀଠରେ ବଣଭୋଜିର ମଜା ନେବା ପାଇଁ ଲୋକେ ଭିଡ଼ ଜମାଇଲେଣି ।
ସୂର୍ଯ୍ୟ ମନ୍ଦିରକୁ ଧସେଇ ପଶିଲେ ହଜାରେରୁ ଅଧିକ ପର୍ଯ୍ୟଟକ । ଅନଲାଇନ୍ ଟିକେଟ କାଉଣ୍ଟର ଅଚଳ ଯୋଗୁଁ ଗେଟ୍ ନିକଟରେ ଉତ୍ତେଜନା ଦେଖାଦେଇଥିଲା ପର୍ଯ୍ୟଟକଙ୍କ ଟିକେଟ ହୋଇନପାରିବାରୁ ଶେଷରେ ସିକ୍ୟୁରିଟିକୁ ଠେଲି ଭିତରେ ପଶିଗଲେ ପର୍ଯ୍ୟଟକ ।
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ମନ୍ତ୍ରୀ ପ୍ରତାପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବ ।