• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା) : ବିଦାୟ ନେଉଛି ପୁରୁଣା ବର୍ଷ । ଆସୁଛି ନୂଆ ବର୍ଷ ୨୦୨୨ । ପୁରୁଣାକୁ ବିଦାୟ ସହ ନୂଆକୁ ସ୍ୱାଗତ କରିବାକୁ ସବୁଠି ଜମିଲାଣି ଭୋଜିଭାତର ଆସର । କିଏ ସାଙ୍ଗ ମେଳରେ ତ ଆଉ କିଏ ପରିବାର ମେଳରେ ନେଉଛି ପିକନିକର ମଜା । ଆଉ ଏଇଥି ପାଇଁ ବଛା ଯାଉଛି ଭଳିକି ଭଳି ପିକନିକ ସ୍ପଟ । ତେବେ ଏସବୁ ଭିତରେ ଏବେ ସମସ୍ତଙ୍କ ପାଇଁ ଆକର୍ଷଣ ପାଲଟିଛି ସୁବର୍ଣ୍ଣପୁର ଜିଲ୍ଲାର ମେଟାକାନୀ ପୀଠ ।

ସୁବର୍ଣ୍ଣପୁର ଜିଲ୍ଲାର ପିକନିକ ସ୍ପଟ ମେଟାକାନୀ ପୀଠ । ଚାଲିଛି ଭୋଜି ଭାତର ଆସର । ସାଙ୍ଗଙ୍କ ମେଳରେ ଭଳିକି ଭଳି ଖାଦ୍ୟ ପୁଣି ଚାଲିଛି ନାଚଗୀତ । ନୂଆ ବର୍ଷକୁ ସ୍ୱାଗତ କରିବାକୁ ଯାଇ ଚାଲିଛି ପିକିନିକ କାର୍ଯ୍ୟକ୍ରମ । ବର୍ଷକ ଥରେ ଏଭଳି ନୂଆବର୍ଷକୁ ସ୍ୱାଗତ କରିବା ବାହାନାରେ ଯିଏ ଯେଉଁଠି ଥିଲେ ଏକାଠି ହୋଇ ଏଭଳି ଭୋଜିଭାତ ସହ ମଜା ମଜଲିସ କରୁଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ଅନନ୍ୟ ଶକ୍ତିପୀଠ ମେଟାକାନୀ ପୀଠରେ ଏବେ ଚାଲିଛି ଲୋକଙ୍କ ପିକିନିକ୍ ର ମାହୋଲ ।

ସବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାର ଅନନ୍ୟ ଶକ୍ତିପୀଠ ମାଁ ମେଟାକାନୀଙ୍କ ମନ୍ଦିର । ଆସ୍ଥା ଓ ବିଶ୍ୱସାର ଦେବୀ ମାଁ ମେଟାକାନୀଙ୍କ ପୀଠକୁ ବର୍ଷର ସବୁ ସମୟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ତେବେ ନୂଆ ବର୍ଷରେ ଟିକିଏ ଅଧିକ ଲୋକଙ୍କ ସମାଗମ ହୁଏ ଏହି ସ୍ଥାନକୁ । ନୂଆ ବର୍ଷରେ ଭୋଜିଭାତ ସହ ମଜା ମଜଲିସ କରିବାକୁ ଏବେ ସମସ୍ତଙ୍କ ପାଇଁ ଆକର୍ଷଣୀୟ ପିକନିକ ସ୍ପଟ ପାଲଟିଛି ସୁବର୍ଣ୍ଣପୁର ଜିଲ୍ଲାର ଏହି ମେଟାକାନୀ ପୀଠ । ଜଙ୍ଗଲ ପରିବେଶ ଭରା ଏହି ସୁନ୍ଦର ସ୍ଥାନରେ ଦେବୀ ମା ମେଟାକାନୀଙ୍କ ଦର୍ଶନ ସହ ନୂଆବର୍ଷରେ ମାଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି ଶ୍ରଦ୍ଧାଳୁ । ଏହା ସହ ଏହି ମନୋରମ ସ୍ଥାନରେ ଥିବା ପାର୍କ ଏବଂ ସୁନ୍ଦର ପରିବେଶ ଏବେ ସମସ୍ତଙ୍କ ପାଇଁ ବେଶ ଆନନ୍ଦଦାୟକ ହୋଇଛି ।