/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640683494.jpg)
konark temple
କୋଣାର୍କ: ସୂର୍ଯ୍ୟ ମନ୍ଦିରକୁ ଧସେଇ ପଶିଲେ ହଜାରେରୁ ଅଧିକ ପର୍ଯ୍ୟଟକ । ଅନଲାଇନ୍ ଟିକେଟ କାଉଣ୍ଟର ଅଚଳ ଯୋଗୁଁ ଗେଟ୍ ନିକଟରେ ଉତ୍ତେଜନା ଦେଖାଦେଇଥିଲା ପର୍ଯ୍ୟଟକଙ୍କ ଟିକେଟ ହୋଇନପାରିବାରୁ ଶେଷରେ ସିକ୍ୟୁରିଟିକୁ ଠେଲି ଭିତରେ ପଶିଗଲେ ପର୍ଯ୍ୟଟକ । ଏମିତିକି ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ କାନ୍ଥ ଡେଇଁ ସୂର୍ଯ୍ୟମନ୍ଦିରରେ ପ୍ରବେଶ କରିଛନ୍ତି ।
ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଭିତରେ ପଶିଯିବା ଦୃଶ୍ୟକୁ ଦେଖିଲେ ସେଠାରେ କୋଭିଡ ନିୟମ କିଭଳି ପାଳନ ହେଉଛି ତାହା ଜଣାପଡୁଛି । ଏହା ବ୍ୟତୀତ କୋଣାର୍କ ମନ୍ଦିର ପ୍ରଶାସନର ଢିଲା ସୁରକ୍ଷା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି ।
ଆସନ୍ତା ବର୍ଷ ଫେବୃଆରୀରେ ଶୀର୍ଷରେ କରୋନାର ତୃତୀୟ ଲହର ପହଞ୍ଚିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାକୁ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା। ଏହି ପରିସ୍ଥିତିରେ କୋଭିଡ୍ ଗାଇଡ୍ ଲାଇନକୁ ଏଭଳି ଫୁ କରିବା ଏକ ପ୍ରକାରର ଚିନ୍ତା ବଢାଉଛି ।
ସୂଚନା ଅନୁସାରେ, ଦେଶରେ କରୋନାର ତୃତୀୟ ଲହର ଆସିଲେ ତାହା ଖୁବ୍ଶୀଘ୍ର ଏହା ଓଡ଼ିଶାକୁ ଆସିପାରେ ବୋଲି ICMR ପକ୍ଷରୁ ଆକଳନ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)