• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଖୁବ ଶୀଘ୍ର ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଖୁବ ଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନର ସଂରକ୍ଷଣ ତାଲିକା ପ୍ରକାଶିତ ହେଲାଣି । ଏବେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଆସନର ସଂରକ୍ଷଣ ତାଲିକା ପ୍ରକାଶ କରାଯିବ । ଏ ନେଇ ସମସ୍ତ ପ୍ରକ୍ରିୟା ପଞ୍ଚାୟତିରାଜ ବିଭାଗ ଶେଷ କରିଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସମସ୍ତ ସଂରକ୍ଷଣ ତାଲିକା ଚୂଡ଼ାନ୍ତ କରାଯାଇ ନିର୍ବାଚନ ଆୟୋଗକୁ ଦିଆଯିବ । ୫୦ ପ୍ରତିଶତରୁ ଅଧିକ ସିଟ୍ ସଂରକ୍ଷଣ ହେବନି ବୋଲି କୋର୍ଟଙ୍କ ନିର୍ଦ୍ଦେଶ ଅଛି । ତା ପରେ କୋର୍ଟର ଆଉ ଏକ ନିର୍ଦ୍ଦେଶ ଆସିବା ପରେ ସଂରକ୍ଷଣ ପରିବର୍ତ୍ତନ ହେଲା । ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେ ରାଜନୀତି ଧିରେ ଧିରେ ଉଷ୍ମ ହେବାରେ ଲାଗିଛି । ରାଜନୀତି ପଶାପାଲିରେ ପଛୁଆବର୍ଗ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରୁ ବାଦ୍ ପଡିବା ଦେବା ପରେ ତେଜିଛି ରାଜନୀତି । ଓବିସି ସଂରକ୍ଷଣକୁ ନେଇ ବିଜେଡି ବିଜେପି ମୁହାଁ ମୁହିଁ ହେଉଛନ୍ତି ।   ରାଜ୍ୟ ସରକାର ପଛୁଆବର୍ଗକୁ ଅବହେଳା କରୁଥିବା ଅଭିଯୋଗ କରୁଛି ବିଜେପି ।

ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ପଛୁଆବର୍ଗଙ୍କ ସଂରକ୍ଷଣ କଟିବା ପରେ ରାଜ୍ୟ ସରକାରଙ୍କୁ ଦୁଇ ଦିନ ପୂର୍ବରୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।  ସରକାର ଓବିସି ସଂରକ୍ଷଣ ବିରୋଧୀ ସଂରକ୍ଷଣ ସୁନିଶ୍ଚିତ କରିବା ନେଇ ଆଇନଗତ ଓ ଯୁକ୍ତିସଙ୍ଗତ ପଦକ୍ଷେପ ନେଉନାହାନ୍ତି ବୋଲି କହିଥିଲେ ।