• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମନ ଜିଣିନେଲେ କୁଲି । ବସଷ୍ଟାଣ୍ଡରୁ ମିଳିଥିବା ଲାପଟପ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୁବକଙ୍କୁ ଫେରାଇ ଦେଲେ । ସୁବର୍ଣ୍ଣପୁର ଜିଲ୍ଲାର ଜଣେ କୁଲି ଦେଖାଇଛନ୍ତି ଏଭଳି ମହାନତା । ଗତକାଲି ସୁବର୍ଣ୍ଣପୁର ବସଷ୍ଟାଣ୍ଡରେ କୁଲି କାମ କରୁଥିବା ସୋନପୁରର ରବୀନ୍ଦ୍ର କୁମ୍ଭାର ଏକ ବ୍ୟାଗ୍ ପାଇଥିଲେ । ଯେଉଁଥିରେ ଏକ ମୂଲ୍ୟବାନ ଲାପଟପ ସହ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା । କେହିଜଣେ ଭୁଲବଶତଃ ଏସବୁ ସାମଗ୍ରୀ ବସଷ୍ଟାଣ୍ଡରେ ଛାଡି ଚାଲିଯାଇଥିଲ। ।

ତେବେ କାଳେ ଛାଡିଥିବା ଲୋକ ତାର ସାମଗ୍ରୀ ନେବାକୁ ଆସିବ ଭାବି ରବୀନ୍ଦ୍ର ସଂଧ୍ୟା ପର୍ଯ୍ୟନ୍ତ ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ହେଲେ କେହି ନଆସିବାରୁ ଶେଷରେ ସାମଗ୍ରୀକୁ ନେଇ ସୋନପୁର ଥାନାରେ ଜିମା ଦେଇଥିଲେ । ତେବ ବ୍ୟାଗଟି ବୌଦ୍ଧ ଜିଲ୍ଲା ଦପଲା ଗାଁର ଶଙ୍କର ମେହେରଙ୍କର ବୋଲି ଜଣାପଡିଥିଲା । ଶଙ୍କର ଘରକୁ ଫେରୁଥିବା ସମୟରେ ଭୁଲବଶତଃ ସୋନପୁର ବସଷ୍ଟାଣ୍ଡରେ ବ୍ୟାଗିଟି  ଛାଡିଯାଇଥିଲେ । ଏନେଇ ଜଣାପଡିବା ପରେ ଶଙ୍କର ସୋନପୁର ଥାନାକୁ ଯାଇଥିଲେ ।

ସେଇଠି ପୋଲିସ ଏବଂ ରବୀନ୍ଦ୍ରଙ୍କ ଉପସ୍ଥିତିରେ ଶଙ୍କରଙ୍କୁ ତାଙ୍କ ବ୍ୟାଗଟି ଫେରସ୍ତ କରାଯାଇଥିଲା । ରବୀନ୍ଦ୍ରଙ୍କ ଏଭଳି କାର୍ଯ୍ୟପାଇଁ ଶଙ୍କର ତାଙ୍କୁ କିଛି ଟଙ୍କା ଦେବାକୁ ଚାହିଁଥିଲେ । କିନ୍ତୁ ରବୀନ୍ଦ୍ର ଏନେଇ କୌଣସି ଟଙ୍କା ଗ୍ରହଣ କରିନଥିଲେ । ଜଣେ ସାଧାରଣ ଗରିବ କୁଲିର ଏଭଳି ମହାନତା ପାଇଁ ଏବେ ରବୀନ୍ଦ୍ରଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

ରବୀନ୍ଦ୍ର ହୋତାଙ୍କ ରିପୋର୍ଟ