• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

women
ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଯନ୍ତ୍ରଣାରେ ଛଟପଟ୍ ହୋଇ ଜୀବନ ହରାଇଲେ ପ୍ରସୂତି

ଘର ନିକଟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଲେ ପ୍ରସୂତି । ପକ୍କା ସଡ଼କ ନଥିବାରୁ ତଲସେରା ପାତ୍ରଟୋଲି ବସ୍ତିର ଦ୍ରୌପଦୀ ମାଝୀ ନାମକ ମହିଳାଙ୍କ ମୃତ୍ୟୁ ହୋଇଛି ।

Two Girls Get Engaged In Nagpur, To Marry Soon
ନିର୍ବନ୍ଧ ସରିଲା,ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ବାନ୍ଧବୀ

ପ୍ରେମ ଆଗରେ ସବୁ ଫିକା । କେତେବେଳେ ପ୍ରେମ ଜୀବନ ଦେଇଥାଏ ତ ଆଉ କେତେବେଳେ ଜୀବନ ନେଇଥାଏ । ପରିସ୍ଥିତି ଯେମିତି ଥାଉନା କାହିଁକି ଶେଷରେ ପ୍ରେମ ହିଁ ବିଜୟ ହାସଲ କରିଥାଏ । ଏଭଳି ଏକ ନିଆରା ପ୍ରେମ କାହାଣୀ ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

Special Story
ମୂକ ବଧିର ଯୁବକଙ୍କ ନେହୁରା କେହି ଶୁଣିଲେନି ! କାଠ ଟଣା ଗାଡ଼ିରେ ୭ କିମି ଟାଣି ଟାଣି ନେଲେ ମାଆର ଶବ

କେହି ବୁଝି ପାରିଲେନି ମୂକବଧିର ଯୁବକଙ୍କ ଅନୁରୋଧ । ଉପାୟଶୂନ୍ୟ ହୋଇ ନିଜ ମୃତ ମାଆର ଶବକୁ ଏକ ମାଲ୍ ବୁହା କାଠ ଲରିରେ ପକେଇ ଦୀର୍ଘ ୭ କିଲୋମିଟର ଟାଣିଟାଣି ନେଲେ ସତ୍କାର ପାଇଁ । ଏହି ହୃଦୟ ବିଦାରକ ଦୃଶ୍ୟ ସୋସିଆଲ୍ ମିଡିଆକୁ ଆସିବା ପରେ ପୂରା ଘଟଣା ବିଷୟରେ ଜଣାପଡ଼ିଥିଲା।

Pune | Two Girls Get Engaged In Nagpur, To Marry Soon
ସାତ ଜନ୍ମର ସାଥୀ ହେଇଗଲେ ଦୁଇ ବାନ୍ଧବୀ

ଦୁଇ ଜଣ ମହିଳା ଡାକ୍ତର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି...ମହାରାଷ୍ଟ୍ର ନାଗପୁରରେ ନିଆରା ନିର୍ବନ୍ଧ ସରିଲା.. ଗୋଆରେ ଉଭୟ ବିବାହ କରିବେ... ଘର ଲୋକଙ୍କ ବି କୌଣସି ଆପତ୍ତି ନାହିଁ

Water Taps Under 'Drink From Tap' Mission Not Functioning At Many Places In Puri
ବଡଦାଣ୍ଡରେ କାମ କରୁନାହିଁ ଟ୍ୟାପ୍‌, ପାଣି ଟୋପାଏ ପାଇଁ ଡହଳବିକଳ ପର୍ଯ୍ୟଟକ

ଟ୍ୟାପ୍ ଅଛି, ହେଲେ ବାହାରୁନି ପାଣି । ଦୀର୍ଘ ଦିନ ହେଲା ଅଚଳ ପଡ଼ିଛି ପୁରୀ ବଡ଼ଦାଣ୍ଡର ଟ୍ୟାପ୍‌ । ବିଶୁଦ୍ଧ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଗତ ଜୁଲାଇ ୨୬ ତାରିଖରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିଲା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା । ହେଲେ ତାହା ଏବେ ଅଚଳ ଅବସ୍ଥାରେ ପଡିରହିଛି ।

Water Taps Under \'Drink From Tap\' Mission Not Functioning At Many Places In Puri
ବଡ଼ଦାଣ୍ଡରେ ଟ୍ୟାପ୍ ଅଛି, ହେଲେ ବାହାରୁନି ପାଣି

ମୁଖ୍ୟମନ୍ତ୍ରୀ ଏ ପ୍ରକଳ୍ପର ଲୋକାର୍ପଣ କରିଥିଲେ.. ପୁରୀକୁ ଆସୁଥିବା ପର୍ଯ୍ୟଟକ କୁଆଡ଼େ ବାହାରୁ ପାଣି ନ କିଣି ସିଧା ଟ୍ୟାପ୍ ଖୋଲି ପାଣି ପିଇବେ.. ଯାହାଦ୍ୱାରା ପ୍ଲାଷ୍ଟିକ୍ ଆବର୍ଜନାରୁ ସହରକୁ ମୁକ୍ତ କରାଯାଇପାରିବ.. ହେଲେ ପ୍ରକଳ୍ପ ଆରମ୍ଭରୁ କଣ ଅବସ୍ଥା ଦେଖନ୍ତୁ..

Bear Rescue
ଆ଼ହତ ଭାଲୁକୁ ଉଦ୍ଧାର କଲା ବନବିଭାଗ

୬ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ଭାଲୁ । ସଂଧ୍ୟା ହେବା ପରେ ବନବିଭାଗର ଟିମ୍ ପ୍ରଥମେ ଭାଲୁ ଚଢିଥିବା ଗଛର ଚାରି ପଟେ ଜାଲ ବିଛାଇ ଥିଲେ । ପରେ ଗଛଟିକୁ ହଲାଇବାରୁ ଭାଲୁଟି ତଳକୁ ଆସିଥିଲା । ଏହାପରେ ତୁରନ୍ତ ଭାଲୁଟିକୁ କାବୁ କରିନେଇଥିଲା ବନବିଭାଗ । ଭାଲୁଟି ଆହତ ହୋଇଥିବାରୁ ତାର ଚିକିତ୍ସା କରାଯାଉଛି ।

Tapaswini Sumit Marital Discord
‘ଠିକ୍‌ ଭାବେ ଘର ସଫା ସୁତୁରା ହୋଇନି, ପୂରା କ୍ଲିନ୍‌ ହେଲା ପରେ ମୁଁ ରହିବି’

କେବେ ସ୍ୱାମୀଙ୍କ ଘରକୁ ଯିବେ ତପସ୍ୱିନୀ ? ଜିଲ୍ଲା କୋର୍ଟଙ୍କ ରାୟକୁ ୨ ଦିନ ବିତିଥିବାବେଳେ ଏବେ ବି ସ୍ୱାମୀ ସୁମିତ୍‌ ସାହୁଙ୍କ ଘର ଗ୍ୟାରେଜ୍‌ରେ ରହୁଛନ୍ତି ତପସ୍ୱିନୀ ଦାଶ।

Tapaswini
"ଘର ସଫା ହେଲେ ନିଶ୍ଚୟ ଭିତରକୁ ଯିବି"

ଦୁଇଦିନ ପରେ ଘର ଭିତରକୁ ପସିଲେ ତପସ୍ୱିନୀ । ଘର ଅପରିଷ୍କାର ରହିଛି ବୋଲି କହିଛନ୍ତି। କହିଲେ କି ବାଥରୁମ୍ ଓ ରୋଷେଇ ଘର ସଫା ହେଲେ ହିଁ ମୁଁ ଘର ଭିତରକୁ ଯିବି

Sonepur Boy Loses Hand
ଦିନେ ହାତ ନାହିଁ ବୋଲି କାନ୍ଦୁଥିଲା, ଏବେ ହାତ ଦେଖି ହସୁଛି ପ୍ରଶାନ୍ତ

ରାତି ହେଉ କି ଦିନ ଆଖିରୁ ଝରୁଥିଲା ଧାର ଧାର ଲୁହ। ଓଟିଭିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଆପଣ ଏକା ନୁହଁନ୍ତି’ରେ ଖବର ପ୍ରସାର ପରେ ଛୁଟିଲା ସହାୟତାର ସୁଅ। ହାତ ନଥିବା ହାତ ଲାଗିଲା। ଏବେ ପ୍ରଶାନ୍ତ ଓ ତାଙ୍କ ପରିବାର ମୁହଁରେ ଫୁଟିଛି ହସ...

Flower Cultivation
ଘଡ଼େଇ ମଉସା ଫୁଟେଇଛନ୍ତି ପ୍ରବଳ ଗେଣ୍ଡୁ

ମଉସାଙ୍କ ନାଁ ବାବୁରାମ ଘଡ଼େଇ। ଆଗରୁ ପନିପରିବା ଚାଷ କରି ଭଲ ଫସଲ ଫଳେଇଥିଲେ। ଆଉ ଏବେ ଶୀତ ଦିନେ ବିଲ ସାରା ଫୁଟାଇ ଦେଇଛନ୍ତି ରଙ୍ଗିନ୍ ରଙ୍ଗିନ୍ ଗେଣ୍ଡୁଫୁଲ। ବେପାର ଏତେ ଯେ ଫୁରସତ୍ ନାହିଁ। ମଉସାଙ୍କ ସାହାଯ୍ୟ କରୁଛନ୍ତି ଘର ଲୋକେ। ସ୍ଥାନୀୟ କିଛି ଯୁବକ ଯୁବତୀ ମଧ୍ୟ ଦୁଇ ପଇସା ଏଇଠୁ ରୋଜଗାର କରୁଛନ୍ତି। ଚାଲନ୍ତୁ ଦେଖିବା ତାଙ୍କ ସଫଳ ଫୁଲ ଚାଷର କାହାଣୀ।

Odisha Courier Man
ଭିନ୍ନ ମଣିଷ, ଶ୍ୟାମସୁନ୍ଦର, କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନିଇତି ପ୍ରାୟ ୨୦୦ କିମି ସାଇକେଲ୍ ଛୁଟାନ୍ତି ଶ୍ୟାମସୁନ୍ଦର। ତାଙ୍କ ସାଇକେଲ୍ ଗଡ଼ିଲେ ମୋଟର ଗାଡ଼ି ବି ପଛରେ ପଡ଼ିଯାଏ। ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ୟାମସୁନ୍ଦର ବିଏ ପାସ୍ କରିଛନ୍ତି। ଇଏ ଏମିତି ଜଣେ ନିଆରା ମଣିଷ ଯିଏ ତାଙ୍କ କଥା ଶୁଣିବ ଆଉ ତାଙ୍କ ଜୀବନଶୈଳୀ ଦେଖିବ ସହଜରେ ବୁଝି ପାରିବନି। କିନ୍ତୁ ତାଙ୍କ ନିଜ ଧାରାରେ ସିଏ ନିଜେ ରାଜା।

Uber
ମାତ୍ର ୧୭ କିମି ରାସ୍ତାକୁ ଉବର ଭଡ଼ା ନେଲା ୧୦ ହଜାର ଟଙ୍କା, ଆଉ ତା’ପରେ ହେଲା କ’ଣ?

ପୁଣି ବିବାଦରେ ଉବର। ମାତ୍ର ୧୭ କିମି ରାସ୍ତାକୁ ଭଡ଼ା ନେଲା ୧୦ ହଜାର ଟଙ୍କା। ଅଭିଯୋଗ ପରେ ସଫେଇ ଦେଇ କହିଲା ଗ୍ରାହକଙ୍କୁ ପଡ଼ିଥିଲା ଓଭର ଚାର୍ଜିଂ...

Man Tries To Commit Suicide
ଗୁହାରି ଜଣାଇବାକୁ ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ, ହେଲେ ବିଷ ଖାଇଦେଲେ...

ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। 

Not only 3 but also about 12 variety of salt
୨/୩ ନୁହେଁ, ୧୨ ପ୍ରକାର ଲୁଣ ଅଛି; ଆସିଥାଏ ଏହିସବୁ କାମରେ

ବିନା ମସଲାରେ ଖାଦ୍ୟକୁ ଚଳେଇ ହେବ କିନ୍ତୁ ବିନା ଲୁଣରେ ନୁହେଁ। ତେବେ ଆମେ ୨-୩ ପ୍ରକାରର ଲୁଣ ବିଷୟରେ ଜାଣିଥିବା ବେଳେ ପ୍ରକୃତରେ ୧୨ ପ୍ରକାରର ଲୁଣ ଅଛି ଏବଂ ସେଗୁଡିକର ରଙ୍ଗ ମଧ୍ୟ ଭିନ୍ନ। ତେବେ ଆସନ୍ତୁ ସେସବୁ ବିଷୟରେ ଜାଣିନେବା।

Sahjahan was mughal emperor son of a hindu mother
ହିନ୍ଦୁ ମା’ର ସନ୍ତାନ ଥିଲେ ମୋଗଲ ସମ୍ରାଟ ଶାହଜାହାନ

ତାଜ ମହଲର ଛବି ଆଖି ସାମ୍ନାକୁ ଆସିଗଲେ ମନେ ପଡିଯାଏ ମୋଗଲ ସମ୍ରାଟ ଶାହଜାହାନଙ୍କ କଥା। ଯାହାଙ୍କୁ ଆମେ ମୋଗଲ ଭାବେ ଜାଣୁ ସେ ଥିଲେ ଜଣେ ହିନ୍ଦୁ ମା’ର ସନ୍ତାନ। ତେବେ ଆସନ୍ତୁ ତାଙ୍କ ବିଷୟରେ ଅଧିକ କିଛି ଜାଣିନେବା।

Aliens visited to earth on new year night
ନୂଆବର୍ଷ ପାଳିବାକୁ ପୃଥିବୀକୁ ଆସିଥିଲେ କି ଏଲିଏନ୍; ଭାଇରାଲ ହେଉଛି ଭିଡିଓ

ବର୍ତ୍ତମାନ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ଭିଡିଓରେ ତ୍ରିକୋଣୀୟ ଆକୃତିର ୟୁଏଫ୍‌ଓ ଦେଖାଯିବାର କୁହାଯାଉଛି। ଏହା ଏଲିଏନ୍‌ମାନଙ୍କର ବୋଲି ଦାବି ହେଉଛି।

Worlds strongest kid Guinness world records at the age of five
୫ ବର୍ଷ ବୟସରେ ବଡି ବିଲ୍ଡିଂରେ ବିଶ୍ୱ ରେକର୍ଡ

୫ ବର୍ଷୀୟ ବାଳକ ବଡି ବିଲ୍‌ଡିଂ ଦୁନିଆରେ ପାଦ ଦେଇଥିବା ବେଳେ ତାଙ୍କ ଆଗରେ ବଡ ବଡ ମଧ୍ୟ ମୁଣ୍ଡ ନୁଆଁଇଛନ୍ତି। ଏତେ ମହାନ ଶରୀର, ଏପରି ବିପଜ୍ଜନକ ଷ୍ଟଣ୍ଟ୍‌ ଯାହାକୁ କରିବା ନେଇ ଅଭିଜ୍ଞ ଷ୍ଟଣ୍ଟମ୍ୟାନ୍‌ମାନେ ମଧ୍ୟ ବହୁ ପରିଶ୍ରମ କରନ୍ତି।

Girls Marriage
ପୁଅ-ଝିଅଙ୍କ ବିବାହ ବୟସ କମାଇବାକୁ ନେଇ ଚିଠି ଲେଖିବା ପରେ ସନ୍ଧ୍ୟାବତୀଙ୍କୁ ଟାର୍ଗେଟ୍

ଝିଅଙ୍କ ବିବାହ ବୟସ ୨୧କୁ ବୃଦ୍ଧି ନେଇ ବଢ଼ୁଛି ବିବାଦ, ସନ୍ଧ୍ୟାବତୀଙ୍କୁ କାଉଣ୍ଟର । ୨୧ ନୁହେଁ ୧୮ । ଝିଅଙ୍କ ବିବାହ ବୟସ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

  • Wednesday, 05 January 2022
Blue snake video goes viral on social media
ଭାଇରାଲ ହେଉଛି ନୀଳ ରଙ୍ଗର ସାପ

ଏପରି ଏକ ବିରଳ ସାପର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ସାପର ରଙ୍ଗ ନୀଳ ହୋଇଥିବା ବେଳେ ଏହା ଦେଖିବାକୁ ଖୁବ ସୁନ୍ଦର। କିନ୍ତୁ ଏହା ଯେତିକି ସୁନ୍ଦର, ସେତିକି ବିପଦପୂର୍ଣ୍ଣ ମଧ୍ୟ।

Drink from Tap
କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ତିଆରି ହେଲା ପ୍ରକଳ୍ପ କିନ୍ତୁ ପାଣି ପାଉନାହାନ୍ତି ପର୍ଯ୍ୟଟକ

ପୁରୀକୁ ପ୍ରତି ବର୍ଷ ପ୍ରାୟ ୨ କୋଟି ପର୍ଯ୍ୟଟକ ଆସୁଥିବା ବେଳେ ସେମାନେ ପାଣି ବୋତଲ କିଣି ବ୍ୟବହାର କରୁଥିବାରୁ ଟନ୍ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ସୃଷ୍ଟି ହୋଇଥାଏ। ପ୍ଲାଷ୍ଟିକ୍ ଆବର୍ଜନାରୁ ସହରକୁ ମୁକୁଳାଇବା ଲକ୍ଷ୍ୟରେ ବଡ଼ଦାଣ୍ଡରେ ଏହି ଟ୍ୟାପ୍ ବ୍ୟବସ୍ଥା କରାଯାଇଥିଲା

Minor Girl
ଖେଳକୁଦ ବୟସରେ ପରିବାର ସମ୍ଭାଳୁଛି କୁନି ଝିଅ ସନ୍ଧ୍ୟା

ଚଉଦ ବରଷ ଝିଅ ସନ୍ଧ୍ୟା ଖେଳ ମଜାରେ ଦିନ ବିତେଇବା ବୟସରେ ଆଜି ସାଝିଛି ଦିନ ମଜୁରିଆ।ଆଜିକି ତିନି ବର୍ଷ ତଳେ ବାପା ତାର ପ୍ରାଣ ହରାଇଛନ୍ତି। ବାପାଙ୍କ ଦେହାନ୍ତ ପରେ ପରେ ମାଆ ମାନସିକ ରୋଗରେ ଶିକାର ହୋଇ କୁଆଡେ ଚାଲିଯିବା ପରେ ଅନାଥ ହୋଇ ପଡିଲେ ସନ୍ଧ୍ୟା ଓ ତାର କୁନିକୁନି ଦୁଇ ଭାଇ ଭିକି ଓ ଅଭି

Lord Jagannath
ଶ୍ରୀମନ୍ଦିର ଜମିବାଡ଼ି ମାଲିକାନାର ହେବ ତୁରନ୍ତ ଫୈସଲା

ଏହି ଅଧ୍ୟାଦେଶ ବଳରେ ଶ୍ରୀମନ୍ଦିର ଆଇନ ୧୯୫୪କୁ ସଂଶୋଧନ କରାଯିବ । ଫଳରେ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଓ ମାଲିକାନା ପରିବର୍ତ୍ତନ ନେଇ ଆଉ ରାଜ୍ୟ ସରକାର ନୁହେଁ ବରଂ ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ମଧ୍ୟ ନିଷ୍ପତ୍ତି ନେଇପାରିବେ ।

Auto Driver
ସ୍ୱାଭିମାନୀ ଅଟୋ ଚାଳକ : ହଜିଥିବା ଜିନିଷକୁ ଯାତ୍ରୀଙ୍କୁ ଫେରାଇ ଦେଲେ

ଜଣେ ଅଟୋ ଚାଳକ ସନ୍ଧ୍ୟାରେ ନିଆଁ ଜାଳିବା ପାଇଁ କାଠ ଖୋଜିବା ସମୟରେ ବ୍ୟାଗଟିକୁ ପାଇଥିଲେ।ତାକୁ ଖୋଲି ଦେଖିବାରୁ ତା ଭିତରେ କିଛି ଟଙ୍କା ଓ ସିଗାରେଟ ଓ ପରିଚୟ ପତ୍ର ଥିବା ଜାଣିବାକୁ ପାଇଥିଲେ...

doctor
ଟଙ୍କିକିଆ କ୍ଲିନିକ୍‌ ଚଳାଉଥିବା ଡାକ୍ତରଙ୍କ କ୍ଷୋଭ, ସେବା ନାଁରେ ବ୍ୟବସାୟ ଚଳାଇଥିବା ନର୍ସିଂହୋମ ମାଲିକଙ୍କୁ ଦେଲେ ଚ୍ୟାଲେଞ୍ଜ

ସେବା ନାଁରେ ବ୍ୟବସାୟ ଚଳାଇଥିବା ନର୍ସିଂହୋମର ମାଲିକ ଓ ପ୍ରାଇଭେଟ୍ ଡାକ୍ତରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି । କାଠ ଚୌକି, କାଠ ଟେବୁଲ ଆଉ ଦୁଇ ହଜାର ଟଙ୍କିଆ ଭଡ଼ା ଘରେ ଚାଲିଛି ଡାକ୍ତର ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକ୍‌ । ନା ଅଛନ୍ତି କର୍ମଚାରୀ । ନା ଅଛି ଦାମୀ ଚକଚକିଆ ଫର୍ଣ୍ଣିଚର୍