Advertisment

କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ତିଆରି ହେଲା ପ୍ରକଳ୍ପ କିନ୍ତୁ ପାଣି ପାଉନାହାନ୍ତି ପର୍ଯ୍ୟଟକ

ପୁରୀକୁ ପ୍ରତି ବର୍ଷ ପ୍ରାୟ ୨ କୋଟି ପର୍ଯ୍ୟଟକ ଆସୁଥିବା ବେଳେ ସେମାନେ ପାଣି ବୋତଲ କିଣି ବ୍ୟବହାର କରୁଥିବାରୁ ଟନ୍ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ସୃଷ୍ଟି ହୋଇଥାଏ। ପ୍ଲାଷ୍ଟିକ୍ ଆବର୍ଜନାରୁ ସହରକୁ ମୁକୁଳାଇବା ଲକ୍ଷ୍ୟରେ ବଡ଼ଦାଣ୍ଡରେ ଏହି ଟ୍ୟାପ୍ ବ୍ୟବସ୍ଥା କରାଯାଇଥିଲା

author-image
Sarbeswar
ଅଦ୍ୟତନ ହୋଇଛି
Drink from Tap

Drink from Tap

ଦେଶର ପ୍ରଥମ ସହର ଭାବେ ଗତ ଜୁଲାଇ ୨୬ରେ ପୁରୀରେ ଶୁଭାରମ୍ଭ ହୋଇଥିଲା ଡ୍ରୀଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା। ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ ଏହାକୁ ଲୋକାର୍ପଣ କରିଥିଲେ। ମାତ୍ର ଏହି ପ୍ରକଳ୍ପକୁ ୬ ମାସ ପୁରି ନଥିବା ବେଳେ ଧୀରେ ଧୀରେ ଅବ୍ୟବସ୍ଥା ଆଡକୁ ଗତି କଲାଣି। ବଡ଼ଦାଣ୍ଡରେ ଥିବା ଅନେକ ପଏଣ୍ଟ ଅଚଳ ପଡ଼ିଥିବା ବେଳେ ସୁଫଳ ପାଇପାରୁନାହାନ୍ତି ପର୍ଯ୍ୟଟକ।

Advertisment

ଟ୍ୟାପ୍ ଅଛି, ହେଲେ ବାହାରୁନି ପାଣି। ଦୀର୍ଘଦିନ ହେଲା ଅଚଳ ପଡ଼ିଛି ଟ୍ୟାପ୍‌। ପୁରୀ ବଡ଼ଦାଣ୍ଡରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ବିଶୁଦ୍ଧ ପାଣି ଯୋଗାଇବା ପାଇଁ ହୋଇଥିବା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାର ଆଜି ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ସିଧାସଳଖ ଟ୍ୟାପରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଗତ ଜୁଲାଇ ୨୬ ତାରିଖରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିଲା ଏ ଯୋଜନା। ଉଦଘାଟନର ୬ ମାସ ପୂରିନଥିବା ବେଳେ ଅଧିକାଂଶ ସ୍ଥାନରୁ ଗାଏବ୍ ହୋଇଗଲାଣି ଟ୍ୟାପ୍। କିଛି ସ୍ଥାନରେ ଟ୍ୟାପରୁ ବହୁ ଧିରେ ଧିରେ ପାଣି ବାହାରୁଥିବା ବେଳେ ମରାମତି ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି କିଛି ସ୍ଥାନରେ ପାଣି ବାହାରୁଥିଲେ ମଧ୍ୟ ବଡ଼ଦାଣ୍ଡରେ ପଡ଼ିଥିବା କ୍ୟାବିନ୍ ଆଢ଼ୁଆଳରେ ଏହା ରହିଯାଉଛି। ଫଳରେ ଏହାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ ।

ପୁରୀକୁ ପ୍ରତି ବର୍ଷ ପ୍ରାୟ ୨ କୋଟି ପର୍ଯ୍ୟଟକ ଆସୁଥିବା ବେଳେ ସେମାନେ ପାଣି ବୋତଲ କିଣି ବ୍ୟବହାର କରୁଥିବାରୁ ଟନ୍ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ସୃଷ୍ଟି ହୋଇଥାଏ। ପ୍ଲାଷ୍ଟିକ୍ ଆବର୍ଜନାରୁ ସହରକୁ ମୁକୁଳାଇବା ଲକ୍ଷ୍ୟରେ ବଡ଼ଦାଣ୍ଡରେ ଏହି ଟ୍ୟାପ୍ ବ୍ୟବସ୍ଥା କରାଯାଇଥିଲା। ପର୍ଯ୍ୟଟକମାନେ ପାଣି ବୋତଲ ନକିଣି ଯେପରି ଟ୍ୟାପ୍‌ରୁ ବିଶୁଦ୍ଧ ପାଣି ପାଇବେ ସେଥିଲାଗି ବଡ଼ଦାଣ୍ଡରେ ଉଭୟ ପାଖରେ ଲାଗିଥିଲା ୪୦୦ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍। ମାତ୍ର ଟ୍ୟାପ୍ର ଏଭଳି ସ୍ଥିତି ଦେଖି ପର୍ଯ୍ୟଟକ ଏବେ ପାଣି ବୋତଲ କିଣି ପିଇବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି କିଛି ପୁରୁଣା ଟ୍ୟାପ୍ ଖରାପ ଅଛି, ସେଗୁଡିକ ମରାମତି କରାଯାଉଛି। ବର୍ତ୍ତମାନ ବଡ଼ଦାଣ୍ଡରେ ୧୨୦ଟି ପଏଣ୍ଟ ସଚଳ ଥିବା ଜିଲ୍ଲାପାଳ କହିଛନ୍ତି।

Advertisment

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ଯୋଜନା ହେବା ପରେ ସରକାର ଭାବିଥିଲେ ପ୍ଲାଷ୍ଟିକ୍ ମୁକ୍ତ ହେବ ପୁରୀ ସହର, ପର୍ଯ୍ୟଟକ ପାଇବେ ବିଶୁଦ୍ଧ ପାଣି। ମାତ୍ର ଟ୍ୟାପର ରକ୍ଷଣାବେକ୍ଷଣ ଅଭାବରୁ ଏହାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ପୁରୀରୁ ପ୍ରଦୀପ ମହାନ୍ତିଙ୍କ ରିପୋର୍ଟ

Drink From Tap
Advertisment
Advertisment