• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରେମ ଆଗରେ ସବୁ ଫିକା । କେତେବେଳେ ପ୍ରେମ ଜୀବନ ଦେଇଥାଏ ତ ଆଉ କେତେବେଳେ ଜୀବନ ନେଇଥାଏ । ପରିସ୍ଥିତି ଯେମିତି ଥାଉନା କାହିଁକି ଶେଷରେ ପ୍ରେମ ହିଁ ବିଜୟ ହାସଲ କରିଥାଏ । ଏଭଳି ଏକ ନିଆରା ପ୍ରେମ କାହାଣୀ ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଏହା ଏକ ପ୍ରେମ ଯାହାକୁ ଆମ ସମାଜ ସହଜରେ ଗ୍ରହଣ କରୁନଥିଲା । କିନ୍ତୁ ଏହାକୁ ଆଇନଗତ ସ୍ୱୀକ଼ୃତି ମିଳିବା ପରେ ପରିବାର ଲୋକମାନେ ଆଉ ପୂର୍ବ ଭଳି ଅମଙ୍ଗ ହେଉନାହାନ୍ତି । ସାରା ଦୁନିଆର ନିନ୍ଦା, ଅପମାନକୁ ପଛରେ ପକାଇ ନିଜ ପ୍ରେମକୁ ସ୍ୱୀକାର କରିବା ସହ ସାତ ଜନ୍ମ ପାଇଁ ଜୀବନସାଥୀ ହେବାର ନିଷ୍ପତ୍ତି ନେଇଛନ୍ତି ଦୁଇ ଝିଅ । ମହାରାଷ୍ଟ୍ର ନାଗପୁରରୁ ସାମ୍ନାକୁ ଆସିଛି ଏହି ନିଆରା ପ୍ରେମ କାହାଣୀ ।

ନାଗପୁରର ମହିଳା ଡାକ୍ତର ପରୋମିତା ମୁଖାର୍ଜୀ ଓ ସୁରଭି ମିତ୍ରା ପରସ୍ପରଙ୍କୁ ଜୀବନସାଥୀ ରୂପେ ଚୟନ କରିଛନ୍ତି । ଉଭୟ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନାଗପୁରରେ ଦୁହିଙ୍କ ନିର୍ବନ୍ଧ ହୋଇଥିବାବେଳେ ଆଗାମୀ ଦିନରେ ସେମାନେ ଗୋ‌ଆରେ ବିବାହ କରିବେ । ବାପା, ଭଉଣୀଙ୍କର ଏନେଇ କୌଣସି ଆପତ୍ତି ନଥିବାବେଳେ ମାଆ ପ୍ରଥମେ ଏହି ବିବାହରେ ରାଜି ହେଉ ନଥିଲେ ହେଲେ ପରେ ଝିଅର ଖୁସି ଦେଖି ରାଜି ହୋଇଥିବା କହିଛନ୍ତି ପରୋମିତା ।

ଏନେଇ ଡାକ୍ତର ପରୋମିତା କୁହିଛନ୍ତି ଯେ, ତାଙ୍କର ଜେଣ୍ଡର ଓରିଏଣ୍ଟେସନ୍ ବିଷୟରେ ୨୦୧୩ ମସିହାରୁ ହିଁ ତାଙ୍କର ବାପାମାଆ ଜାଣିଥିଲେ । ହେଲେ ପରେ ଯେତେବେଳେ ସେମାନେ ଜାଣିଲେ କି ଦୁହେଁ ବିବାହ କରିବାକୁ ଚାହୁଁଛନ୍ତି ସେହି ସମୟରେ ସେମାନଙ୍କୁ ମାନସିକ ଆଘାତ ଲାଗିଥିଲା । ପରୋମିତା ସେମାନଙ୍କୁ ବୁଝାସୁଝା କରିବାରୁ ସେମାନେ ବିବାହ ପାଇଁ ରାଜି ହୋଇଥିଲେ । ହେଲେ ଡାକ୍ତର ସୁରଭି ମିତ୍ରାଙ୍କ ପରିବାର ଲୋକେ ଏହି ବିବାହ କଥା ଶୁଣି ତାଙ୍କୁ ସମର୍ଥନ କରିଥିଲେ । ଏପରିକି ପରିବାର ଲୋକ ଏହି ଖବର ଶୁଣି ବେଶ୍ ଖୁସି ଅଛନ୍ତି । ପୂର୍ବରୁ ମଧ୍ୟ ଦେଶରେ ସମଲିଙ୍ଗୀ ସମ୍ପର୍କକୁ ଏମିତି ଅନେକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।