Advertisment

ବଡଦାଣ୍ଡରେ କାମ କରୁନାହିଁ ଟ୍ୟାପ୍‌, ପାଣି ଟୋପାଏ ପାଇଁ ଡହଳବିକଳ ପର୍ଯ୍ୟଟକ

ଟ୍ୟାପ୍ ଅଛି, ହେଲେ ବାହାରୁନି ପାଣି । ଦୀର୍ଘ ଦିନ ହେଲା ଅଚଳ ପଡ଼ିଛି ପୁରୀ ବଡ଼ଦାଣ୍ଡର ଟ୍ୟାପ୍‌ । ବିଶୁଦ୍ଧ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଗତ ଜୁଲାଇ ୨୬ ତାରିଖରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିଲା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା । ହେଲେ ତାହା ଏବେ ଅଚଳ ଅବସ୍ଥାରେ ପଡିରହିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Water Taps Under 'Drink From Tap' Mission Not Functioning At Many Places In Puri

Water Taps Under 'Drink From Tap' Mission Not Functioning At Many Places In Puri

ଟ୍ୟାପ୍ ଅଛି, ହେଲେ ବାହାରୁନି ପାଣି । ଦୀର୍ଘ ଦିନ ହେଲା ଅଚଳ ପଡ଼ିଛି ପୁରୀ ବଡ଼ଦାଣ୍ଡର ଟ୍ୟାପ୍‌ । ବିଶୁଦ୍ଧ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଗତ ଜୁଲାଇ ୨୬ ତାରିଖରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିଲା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା । ହେଲେ ତାହା ଏବେ ଅଚଳ ଅବସ୍ଥାରେ ପଡିରହିଛି ।

Advertisment

ଯୋଜନା ଉଦ୍‌ଘାଟନର ୬ ମାସ ପୂରିନଥିବା ବେଳେ ଅଧିକାଂଶ ସ୍ଥାନରୁ ଗାଏବ୍ ହୋଇଗଲାଣି ଟ୍ୟାପ୍ କିଛି ସ୍ଥାନରେ ଟ୍ୟାପ୍‌ରୁ ବହୁ ଧିରେ ଧିରେ ପାଣି ବାହାରୁଥିବା ବେଳେ ମରାମତି ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ସେହିପରି କିଛି ସ୍ଥାନରେ ପାଣି ବାହାରୁଥିଲେ ମଧ୍ୟ ବଡ଼ଦାଣ୍ଡରେ ପଡ଼ିଥିବା କ୍ୟାବିନ୍ ଆଢ଼ୁଆଳରେ ଏହା ରହିଯାଉଛି ଫଳରେ ଏହାର ସୁବିଧା ପାଇବାରୁ ପର୍ଯ୍ୟଟକମାନେ ବଞ୍ଚିତ ହେଉଛନ୍ତି ।

ସୂଚନା ଅନୁସାରେ, ପ୍ରତି ବର୍ଷ ପୁରୀକୁ ପ୍ରାୟ ୨ କୋଟି ପର୍ଯ୍ୟଟକ ଆସୁଥିବା ବେଳେ ସେମାନେ ପାଣି ବୋତଲ କିଣି ବ୍ୟବହାର କରୁଥିବାରୁ ଟନ୍ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ସୃଷ୍ଟି ହୋଇଥାଏ ପ୍ଲାଷ୍ଟିକ୍ ଆବର୍ଜନାରୁ ସହରକୁ ମୁକୁଳାଇବା ଲକ୍ଷ୍ୟରେ ବଡ଼ଦାଣ୍ଡରେ ଏହି ଟ୍ୟାପ୍ ବ୍ୟବସ୍ଥା କରାଯାଇଥିଲା । ପର୍ଯ୍ୟଟକମାନେ ପାଣି ବୋତଲ ନକିଣି ଯେପରି ଟ୍ୟାପ୍‌ରୁ ବିଶୁଦ୍ଧ ପାଣି ପାଇବା ଉଦ୍ଦେଶ୍ୟରେ ବଡ଼ଦାଣ୍ଡରେ ଉଭୟ ପାର୍ଶ୍ୱରେ ୪୦୦ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଲାଗିଥିଲା ।

Advertisment

ଏହି ଟ୍ୟାପ୍‌ର ଏଭଳି ସ୍ଥିତି ଦେଖି ପର୍ଯ୍ୟଟକମାନେ ଟ୍ୟାପ୍‌ ବଦଳରେ ଏବେ ପାଣି ବୋତଲ କିଣି ପିଇବାକୁ ବାଧ୍ୟ ହେଉଛନ୍ତି । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ବର୍ତ୍ତମାନ ବଡ଼ଦାଣ୍ଡରେ ୧୨୦ଟି ପଏଣ୍ଟ ସଚଳ ଥିବାବେଳେ, କିଛି ପୁରୁଣା ଟ୍ୟାପ୍ ଖରାପ ଅଛି, ସେଗୁଡିକ ମରାମତି କରାଯାଉଛି ।

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ଯୋଜନା ହେବା ପରେ ସରକାର ଭାବିଥିଲେ ପ୍ଲାଷ୍ଟିକ୍ ମୁକ୍ତ ହେବ ପୁରୀ ସହର, ପର୍ଯ୍ୟଟକ ପାଇବେ ବିଶୁଦ୍ଧ ପାଣି । ହେଲେ ଟ୍ୟାପ୍‌ ରକ୍ଷଣାବେକ୍ଷଣ ଅଭାବରୁ ଏହାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବା ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ।

Odisha Puri
Advertisment
Advertisment