Advertisment

୫ ବର୍ଷ ବୟସରେ ବଡି ବିଲ୍ଡିଂରେ ବିଶ୍ୱ ରେକର୍ଡ

୫ ବର୍ଷୀୟ ବାଳକ ବଡି ବିଲ୍‌ଡିଂ ଦୁନିଆରେ ପାଦ ଦେଇଥିବା ବେଳେ ତାଙ୍କ ଆଗରେ ବଡ ବଡ ମଧ୍ୟ ମୁଣ୍ଡ ନୁଆଁଇଛନ୍ତି। ଏତେ ମହାନ ଶରୀର, ଏପରି ବିପଜ୍ଜନକ ଷ୍ଟଣ୍ଟ୍‌ ଯାହାକୁ କରିବା ନେଇ ଅଭିଜ୍ଞ ଷ୍ଟଣ୍ଟମ୍ୟାନ୍‌ମାନେ ମଧ୍ୟ ବହୁ ପରିଶ୍ରମ କରନ୍ତି।

author-image
Pramod Behera
Worlds strongest kid Guinness world records at the age of five

Worlds strongest kid Guinness world records at the age of five

ପ୍ରତିଭା କଦାପି ବୟସର ମାନେ ରଖେ ନାହିଁ। ଯଦି ନିଜର ଆଗ୍ରହ ଏବଂ ଆବେଗ ଅଛି, ତେବେ ଜଣେ ସବୁ କିଛି କରିପାରେ। ରୋମାନିଆର ୫ ବର୍ଷୀୟ ଗିଓଲିଆନୋ ଷ୍ଟ୍ରୋ ବଡି ବିଲ୍‌ଡିଂ ଦୁନିଆରେ ପାଦ ଦେଇଥିବା ବେଳେ ତାଙ୍କ ଆଗରେ ବଡ ବଡ ମଧ୍ୟ ମୁଣ୍ଡ ନୁଆଁଇଛନ୍ତି। ଏତେ ମହାନ ଶରୀର, ଏପରି ବିପଜ୍ଜନକ ଷ୍ଟଣ୍ଟ ଯାହାକୁ କରିବା ନେଇ ଅଭିଜ୍ଞ ଷ୍ଟଣ୍ଟମ୍ୟାନ୍‌ମାନେ ମଧ୍ୟ ବହୁ ପରିଶ୍ରମ କରନ୍ତି। କିନ୍ତୁ ସେ ଏହାକୁ ସହଜରେ କରିଦେଉଛନ୍ତି।

Advertisment

ସବୁଠାଉ ଆଶ୍ଚର୍ଯ୍ୟଜନକ ହେଉଛି ଗିଓଲିଆନୋ ଷ୍ଟ୍ରୋଙ୍କ ପ୍ରତିଭା, ଯାହା ଆଜି ପର୍ଯ୍ୟନ୍ତ କେହି ଚ୍ୟାଲେଞ୍ଜ୍‌ କରିବାକୁ ସକ୍ଷମ ହୋଇ ନାହାଁନ୍ତି | ଅନ୍ତତଃପକ୍ଷେ ତାଙ୍କ ବୟସ ପାଖାପାଖି କେହି ବି ଏପର୍ଯ୍ୟନ୍ତ ତାଙ୍କ ପାଖରେ ପହଞ୍ଚି ପାରି ନାହାନ୍ତି। ତେବେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା ଏହି ପିଲାଟି ବର୍ତ୍ତମାନ ବଡ ହୋଇ ସାରିଛନ୍ତି। ଗିଓଲିଆନୋ ଷ୍ଟ୍ରୋ ୧୭ ବର୍ଷରେ ପହଞ୍ଚିଥିଲେ ବି ତାଙ୍କ ରେକର୍ଡ ସେହି ସ୍ଥାନରେ ରହିଛି।

୨୦୦୯ରେ, ଯେତେବେଳେ ଗିଓଲିଆନୋ ଷ୍ଟ୍ରୋଙ୍କୁ ମାତ୍ର ୫ ବର୍ଷ ହୋଇଥିଲା, ସେତେବେଳେ ସେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନିଜର ନାମ ପଞ୍ଜିକରଣ କରିଥିଲେ। ଇଟାଲୀର ଲାଇଭ୍ ଟିଭି ଶୋ’ରେ ଚମତ୍କାର ଷ୍ଟଣ୍ଟ୍ ପ୍ରଦର୍ଶନ କରି ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ବଡି ବିଲଡିଂ ବ୍ୟତୀତ, ସେ ପାଦରେ ଏକ ଭାରୀ ବଲ୍ ବାନ୍ଧି ଦ୍ରୁତତମ ୩୩ ହ୍ୟାଣ୍ଡୱାକ୍ କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଖାଲି ଏତିକି ନୁହେଁ ଏହାର ମାତ୍ର ଗୋଟିଏ ବର୍ଷ ପରେ ସେ ୯୦ ଡିଗ୍ରୀ ପୁସ୍ଅପ୍‌ର ଆଉ ଏକ ନୂତନ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲେ।

Advertisment

ତେବେ ଗିଓଲିଆନୋ ଷ୍ଟ୍ରୋ ତାଙ୍କ ବାପାଙ୍କଠାରୁ ଏହି କମ ବୟସରେ ଏପରି ମହାନ ଶିକ୍ଷା ହାସଲ କରିଥିଲେ। ସେ ତାଙ୍କ ବାପାଙ୍କଠାରୁ ବଡି ବିଲ୍ଡିଂ ପ୍ରତିଭାକୁ ଉତ୍ତରାଧିକାରୀ ଭାବେ ଗ୍ରହଣ କରିଥିଲେ, କିନ୍ତୁ ଗିଓଲିଆନୋ ନିଜର କଠିନ ପରିଶ୍ରମ ଓ ନିଷ୍ଠା ସହିତ ଏହି ଉତ୍ତରାଧିକାରୀକୁ ଆଗକୁ ବଢାଇଥିଲେ।

ବାପା ଏବଂ ଭାଇ ନାମ କମଉଥିବା ଦେଖି ଏବେ ତାଙ୍କ ସାନଭାଇ କ୍ଲାଡିୟୁ ମଧ୍ୟ ସେ ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି। ବାପା ନିଜେ ଜଣେ ବଡି ବିଲଡର ଥିଲେ, ତେଣୁ ଉଭୟ ଭାଇ ନିଜ ବାପାଙ୍କୁ ଦେଖିବା ପରେ ହିଁ ଏହି ଦୁନିଆରେ ପାଦ ଦେଇଛନ୍ତି। ବର୍ତ୍ତମାନ ଦୁହେଁ ଅନେକ ଚାମ୍ପିଅନ୍‌ସିପ୍‌ର ଅଂଶ ହେବାକୁ ଚାହୁଁଛନ୍ତି।

ତେବେ ଏତେ କମ୍ ବୟସରେ ଏପରି କଠିନ ତାଲିମକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ସେ ବିଶ୍ୱାସ କରନ୍ତି ଯେ ବଡି ବିଲ୍ଡିଂ ଭଳି ତାଲିମ ପିଲାମାନଙ୍କର ଶାରୀରିକ ବିକାଶରେ ବାଧା ସୃଷ୍ଟି କରିପାରେ, କିନ୍ତୁ ତାଙ୍କ ପିତା ୟୁଲିୟନ୍ ଏହାକୁ ବିଶ୍ୱାସ କରନ୍ତି ନାହିଁ। ସେ ନିଜ ପିଲାମାନଙ୍କୁ ଏହି ତାଲିମ ଦେଇଚାଲିଛନ୍ତି ଏବଂ ଏତେ ବର୍ଷ ପରେ ମଧ୍ୟ ଉଭୟ ଗିଓଲିଆନୋ ଓ କ୍ଲାଡିୟୁଙ୍କର ଶାରୀରିକ ବିକାଶରେ କୌଣସି କ୍ଷତି ହୋଇ ନାହିଁ।

Ajab Gajab
Advertisment
Advertisment