/odishatv-khabar/media/post_attachments/uploadimage/library/16_9/16_9_0/ERmvUmbVUAAiSCW_1626933840.jpg)
Lord Jagannath
ସଂଶୋଧନ ହେବ ଶ୍ରୀମନ୍ଦିର ଅଧିନିୟମ । ଏଣିକି ମହାପ୍ରଭୁଙ୍କ ଜମିବାଡ଼ିର ମାଲିକାନା ପରିବର୍ତ୍ତନର ତୁରନ୍ତ ଫଇସଲା ପାଇଁ ଅଧିକାରୀ ମାନଙ୍କୁ ମିଳିବ କ୍ଷମତା । ଏନେଇ ଅଧ୍ୟାଦେଶ ଆସିବ ବୋଲି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।
ଏହି ଅଧ୍ୟାଦେଶ ବଳରେ ଶ୍ରୀମନ୍ଦିର ଆଇନ ୧୯୫୪କୁ ସଂଶୋଧନ କରାଯିବ । ଫଳରେ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଓ ମାଲିକାନା ପରିବର୍ତ୍ତନ ନେଇ ଆଉ ରାଜ୍ୟ ସରକାର ନୁହେଁ ବରଂ ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ମଧ୍ୟ ନିଷ୍ପତ୍ତି ନେଇପାରିବେ ।
ସରକାରଙ୍କ ବିନା ଅନୁମୋଦନରେ ଅଧିକାରୀମାନେ ହସ୍ତାନ୍ତରୀକରଣ କରିପାରିବେ ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଫଳରେ ଶ୍ରୀଜିଉଙ୍କ ଜମିକୁ ନେଇ ପୁରୀ ଜିଲ୍ଲା ତଥା ସହରରେ ଯେଉଁ ବିବାଦମାନ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଦୂର ହୋଇପାରିବ । ପୁରୀରେ ଏହି ଜମି ବିକ୍ରି ସରଳିକରଣ ହେବା ପରେ ହଜାର ହଜାର ପୁରୀ ବାସିନ୍ଦା ଏହାର ସୁଫଳ ପାଇବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)