• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସାପ ଦେଖିବା ମାତ୍ରେ ପ୍ରାୟ ସମସ୍ତେ ଡରି ଯାଇଥାନ୍ତି। ଏପରିକି ଅନେକକ ସାପର ନା ଧରୁ ଧରୁ ଥରି ଯାଆନ୍ତି। ଅଧିକାଂଶ ସାପ ବିଷାକ୍ତ ଏବଂ ବିପଜ୍ଜନକ, ଏହି କାରଣରୁ ଲୋକମାନେ ସେମାନଙ୍କଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ମଣିଷର ଏହି ଭୟ ସେମାନଙ୍କ ପାଇଁ ବିପଦ ହୋଇଥାଏ। ଏନେଇ ସେମାନେ ପ୍ରାୟ ସମୟ ମଣିଷ ପାଖରୁ ଦୂରେଇ ରୁହନ୍ତି। ଅନେକ ସମୟରେ ଆମେ ଦେଖିଛେ ଯଦି ସାପଟିଏ ଜନବସତି ଭିତରୁ ପଶିଆସେ ତେବେ ଲୋକେ ତାକୁ ପିଟି ମାରିଦିଅନ୍ତି। ତେବେ ଏ ଦୁନିଆରେ ଅନେକ ପ୍ରକାରର ସାପ ଥିବା ବେଳେ ଆମେ ସବୁ ପ୍ରଜାତି ବିଷୟରେ ଜାଣିନେ।

ଯଦିଓ ଆପଣ ସମସ୍ତେ ନିଶ୍ଚୟ ଅନେକ ସାପ ଦେଖିଥିବେ, କିନ୍ତୁ ଅନେକ ସାପ ଏତେ ଦୁର୍ଲଭ ଯେ ସେଗୁଡିକ ଏତେ ସହଜରେ ଦେଖାଯାଆନ୍ତି ନାହିଁ। ସାପ ଭୟଙ୍କର ହୋଇଥିଲେ ବି ଏମିତି ଅନେକ ସାପ ମଧ୍ୟ ଅଛନ୍ତି ଯାହା ଦେଖିବାକୁ ଖୁବ ଚମତ୍କାର। ଯେଉଁମାନଙ୍କୁ ଦେଖିଲେ ଆଖି ଲାଖିଯିବ। ଏପରି ଏକ ବିରଳ ସାପର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସାପର ରଙ୍ଗ ନୀଳ ହୋଇଥିବା ବେଳେ ଏହା ଦେଖିବାକୁ ଖୁବ ସୁନ୍ଦର। କିନ୍ତୁ ଏହା ଯେତିକି ସୁନ୍ଦର, ସେତିକି ବିପଦପୂର୍ଣ୍ଣ ମଧ୍ୟ।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ସାପର ଏହି ଭିଡିଓଟି ଟ୍ୱିଟରରେ ଶେୟାର କରାଯାଇଛି। ଏଥିରେ, ଆପଣ ସ୍ପଷ୍ଟ ଦେଖିପାରିବେ ଯେ ଏକ ନୀଳ ରଙ୍ଗର ସାପକୁ। ସାପଟି ଉପରେ କ୍ୟାମେରା ପଡିବା ମାତ୍ରେ ସେ ତା’ର ଜିଭକୁ ଲହ ଲହ କରି କ୍ୟାମେରା ଆଡକୁ ଗତି କରୁଥିବା ଦେଖାଯାଏ।

ତେବେ ଏହି ଭିଡିଓରେ ଆପଣ କେବଳ ଗୋଟିଏ ସାପ ନୁହେଁ ଏଥିରେ ଦୁଇଟି ସାପ ଥିବାର ଦେଖିପାରିବେ, ଗୋଟିଏ ବଡ଼ ଏବଂ ଅନ୍ୟଟି ଛୋଟ। ବଡ ସାପଟି କ୍ୟାମେରା ଆଡକୁ ଏମିତି ଗତି କରୁଛି ଯେ ସତେ ଲାଗୁଛି ଏହା ଆକ୍ରମଣ କରିବା ମୁଡ୍‌ରେ ଅଛି। ଏହି ସମୟରେ ଆପଣମାନେ ଦେଖିପାରିବେ ଯେ ଛୋଟ ସାପଟି ତା’ର ଉପରେ ଧୀରସ୍ଥିର ଭାବେ ଶୋଇଛି। ଏଥିରୁ ଲାଗୁଛି ବଡ ସାପଟି ମା’ ସାପ ହୋଇଥିବା ବେଳେ ଛୋଟଟି ତା’ର ଛୁଆ।

ଲୋକମାନେ ଏହି ଭିଡିଓ ଦେଖିବା ମାତ୍ରେ ଏହା ଉପରେ ନିଜର ମତାମତ ଦେବା ଆରମ୍ଭ କରିଛନ୍ତି। କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ କୁହନ୍ତି ଯେ ଏହି ନୀଳ ରଙ୍ଗର ସାପ ଖୁବ ବିଷାକ୍ତ ଅଟେ। ଯଦିଓ ଏହି ନୀଳ ରଙ୍ଗର ସାପ ଦେଖିବାକୁ ବହୁତ ସୁନ୍ଦର, କିନ୍ତୁ ପ୍ରତ୍ୟେକ ସୁନ୍ଦର ଜିନିଷ ଯେ ଆଦରଣୀୟ ହେବ ତାହା ମାନେ ନାହିଁ। ମଣିଷ ସବୁବେଳେ ସାପଠାରୁ ନିହାରି ଦୂରେଇ ରହିବା ଉଚିତ। କିନ୍ତୁ, ଆପଣ କେବେ ଏପରି ନୀଳ ସାପ ଦେଖିଛନ୍ତି କି?

OTV is now on Whatsapp

Join and get latest news update delivered to you via whatsapp

Join Now