Advertisment

‘ଠିକ୍‌ ଭାବେ ଘର ସଫା ସୁତୁରା ହୋଇନି, ପୂରା କ୍ଲିନ୍‌ ହେଲା ପରେ ମୁଁ ରହିବି’

କେବେ ସ୍ୱାମୀଙ୍କ ଘରକୁ ଯିବେ ତପସ୍ୱିନୀ ? ଜିଲ୍ଲା କୋର୍ଟଙ୍କ ରାୟକୁ ୨ ଦିନ ବିତିଥିବାବେଳେ ଏବେ ବି ସ୍ୱାମୀ ସୁମିତ୍‌ ସାହୁଙ୍କ ଘର ଗ୍ୟାରେଜ୍‌ରେ ରହୁଛନ୍ତି ତପସ୍ୱିନୀ ଦାଶ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Tapaswini Sumit Marital Discord

Tapaswini Sumit Marital Discord

କେବେ ସ୍ୱାମୀଙ୍କ ଘରକୁ ଯିବେ ତପସ୍ୱିନୀ ? ଜିଲ୍ଲା କୋର୍ଟଙ୍କ ରାୟକୁ ୨ ଦିନ ବିତିଥିବାବେଳେ ଏବେବି ସ୍ୱାମୀ ସୁମିତ୍‌ ସାହୁଙ୍କ ଘର ଗ୍ୟାରେଜ୍‌ରେ ରହୁଛନ୍ତି ତପସ୍ୱିନୀ ଦାଶ। ତପସ୍ୱିନୀଙ୍କୁ ତାଙ୍କ ଶ୍ୱଶୁର ଦେଇଥିବା ଘରକୁ ସଫା ସୁତରା କରାଯାଇଥିଲେ ମଧ୍ୟ ତପସ୍ୱିନୀ ବର୍ତ୍ତମାନ ପର୍ଯ୍ୟନ୍ତ ଘରକୁ ଯାଇ ନାହାନ୍ତି।

Advertisment

ତପସ୍ୱିନୀ କହିଛନ୍ତି, ‘ ଠିକ୍‌ ଭାବେ ଘର ସଫା ସୁତୁରା ହୋଇ ନାହିଁ। ପୁରା କ୍ଲିନ୍‌ ହେଲା ପରେ ମୁଁ ଘରେ ରହିବି।’ ସେପଟେ ତପସ୍ୱିନୀଙ୍କ ଶ୍ୱଶୁର କହିଛନ୍ତି, ‘ଯୁଦ୍ଧକାଳୀନ ଭିତ୍ତିରେ ଆମେ ଘର ପ୍ରସ୍ତୁତ କରୁଛୁ। କାଲି ୫ ଜଣ ମୂଲିଆ ଲଗାଇ ମୁଁ ନିଜେ ଘରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲି। ଆଉ ଯାହା ସବୁ ଅସୁବିଧା ରହିଛି ଆଜି ଏସବୁର କାମ ଚାଲିଛି। ଆଜି ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ଆମେ ଚେଷ୍ଟା କରୁଛୁ।’ 

ସେପଟେ ଜିଲ୍ଲା କୋର୍ଟଙ୍କ ରାୟ ଆସିବା ପରେ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳରେ ଲାଗିଥିବା ୧୪୪ ଧାରା ହଟାଇ ଦେଇଛି ପୋଲିସ। ଏଥିସହ ୨୪ ଘଣ୍ଟିଆ ପୋଲିସ ପହରା ବି ହଟାଇ ଦିଆଯାଇଛି। ପୋଲିସ ବ୍ୟାରିକେଡ୍ ହଟିଥିବାବେଳେ ଅଞ୍ଚଳରେ ମୁତୟନ ହୋଇଥିବା ପୋଲିସ ଫୋର୍ସକୁ ମଧ୍ୟ ହଟାଇ ଦିଆଯାଇଛି।

Advertisment

ସୂଚନାଥାଉ କି, କୋର୍ଟଙ୍କ ରାୟ ପରେ ବି ତପସ୍ୱିନୀ ଏବେବି ସୁମିତଙ୍କ ଘରର ଗ୍ୟାରେଜରେ ରହୁଛନ୍ତି। ସୁମିତଙ୍କ ପରିବାର ପକ୍ଷରୁ ଯେଉଁ ଘର ଦିଆଯାଇଛି, ତାହା ଜଣେ ମହିଳା ପାଇଁ ରହିବାକୁ ଅଯୋଗ୍ୟ ଥିଲା ବୋଲି ତପସ୍ୱିନୀ ଅଭିଯୋଗ ଆଣିଛନ୍ତି। ତା ବଦଳରେ ସେ ସୁମିତଙ୍କ ବେଡରୁମ୍‌ରେ ରହିବାକୁ ଜିଦ୍ ଧରିଥିଲେ। ହେଲେ ସୁମିତଙ୍କ ପରିବାର ଲୋକେ ବେଡରୁମ୍ ଦେବା ସମ୍ଭବ ନୁହଁ ବୋଲି ଦର୍ଶାଇଥିଲେ। 

Tapaswini Dash Berhampur Marital Discord Case Dr Sumit Sahu Tapaswini-Sumit Dispute Sumit Tapaswini Sumit-Tapaswini Marital Discord
Advertisment
Advertisment