/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641395043.jpg)
Aliens visited to earth on new year night
ପ୍ରାୟ ସମୟରେ ଏଲିଏନ୍ମାନଙ୍କୁ ନେଇ ନୂଆ ନୂଆ କଥା ଉଠିଥାଏ। ଅନେକ ଲୋକ ବେଳେବେଳେ ଏଲିଏନ୍ ଦେଖିଥିବାର ମଧ୍ୟ କୁହନ୍ତି। ବେଳେବେଳେ ସେମାନଙ୍କର ବିମାନ ୟୁଏଫ୍ଓକୁ ଦେଖିଥିବା ବି କୁହନ୍ତି। ଏଲିଏନ୍ ଓ ୟୁଏଫ୍ଓ ସହିତ ଜଡିତ ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅନେକ ସମୟରେ ଭାଇରାଲ ହୁଏ। ବର୍ତ୍ତମାନ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ଭିଡିଓରେ ୟୁଏଫ୍ଓ ଦେଖାଯିବାର କୁହାଯାଉଛି, ଯାହାର ଆକୃତିର ତ୍ରିକୋଣୀୟ।
ଏହି ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ବିଳମ୍ବିତ ରାତିର ଆକାଶରେ ଗଛ ପଛରୁ ତିନୋଟି ଆଲୋକ ଝଲସି ଉଠୁଛି। ଏହା ପରେ, ଏହି ଆଲୋକଗୁଡ଼ିକ ଗଛରୁ ବାହାରିଲା ଭଳି ଦେଖାଯାଉଛି। ଏହା ତିନୋଟି ତାରା ଗତି କରୁଥିବା ପରି ଦେଖାଯାଉଛି। କିନ୍ତୁ ଏହା ଏକ ବିମାନ ପରି ଦେଖାଯାଉହି। Official UFO Designs ନାମକ ଏକ ଆକାଉଣ୍ଟ୍ ଦ୍ୱାରା ଏହି ଭିଡିଓ ଶେୟାର କରାଯାଇଛି ଯାହା ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି। ଏହିପରି ଅନେକ ଭିଡିଓ ଏବଂ ଫଟୋ ମଧ୍ୟ ଏହା ପୂର୍ବରୁ ଭାଇରାଲ ହୋଇଛି।
ଏହା କୁହାଯାଉଛି ଯେ ଅଦ୍ଭୁତ ବସ୍ତୁର ଏହି ଭାଇରାଲ୍ ଭିଡିଓ ଡିସେମ୍ବର ୩୧ କିମ୍ବା ଜାନୁଆରୀ ୧ ରାତିର। ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଭିନ୍ନ ଭିନ୍ନ କଥା କୁହାଯାଉଥିବା ଦେଖାଯାଉଛି। କିଛି ଲୋକ କୁହନ୍ତି ଯେ ନୂଆବର୍ଷ ପାଳନ କରିବାକୁ ଏଲିଏନ୍ମାନେ ପୃଥିବୀକୁ ଆସିଥିଲେ। ତେବେ ଏହି ଭାଇରାଲ ଭିଡିଓରେ ଦେଖାଯାଉଥିବା ଯାନକୁ ନେଇ କେହି ଅଫିସିଆଲ୍ ମନ୍ତବ୍ୟ ଦେଇନାହାଁନ୍ତି।
କୁହାଯାଉଛି ଯେ ଏହି ଭାଇରାଲ୍ ଭିଡିଓ ଆମେରିକାର ସେଣ୍ଟ୍ ଆଲ୍ବାନ୍ସର। ଜଣେ ୟୁଟ୍ୟୁବର୍ କହିଛନ୍ତି ଯେ ନୂଆବର୍ଷ ଅବସରରେ ସେ ଏକ ତ୍ରିକୋଣୀୟ ୟୁଏଫ୍ଓ ଦେଖିଥିଲେ। ତେବେ ଭାଇରାଲ ହେଉଥିବା ଏହି ଭିଡିଓରେ କୁହାଯାଉଛି ଯେ ନଜର ଆସୁଥିବା ଏହି ଏୟାରକ୍ରାଫ୍ଟ ଏଲିଏନମାନଙ୍କର ୟୁଏଫ୍ଓ।
Video door bell catches this triangle craft New Year’s Eve, St Albans, UK#ufotwitterpic.twitter.com/OcU27lkrJk
— Official UFO Designs (@UfoMerch) January 4, 2022
ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ଉପରେ ଅନେକ ଲୋକ ପ୍ରଶ୍ନ ଉଠାଉଛନ୍ତି। ସେମାନେ କହିଛନ୍ତି ଯେ ଦେଖାଯାଉଥିବା ଏହି ଯାନ ଆମେରିକାର ବାୟୁସେନା ଜାହାଜ ହୋଇପାରେ। ବର୍ତ୍ତମାନ ପ୍ରଶ୍ନ ମଧ୍ୟ ଉଠୁଛି ଯେ ପ୍ରକୃତରେ ଏଲିଏନ୍ ଅଛନ୍ତି କି? କାରଣ ଅନେକ ଥର ଲୋକମାନେ ଏଲିଏନ୍ ଏବଂ ୟୁଏଫ୍ଓ ଦେଖିଥିବାର କୁହନ୍ତି। କିନ୍ତୁ ଏ ବିଷୟରେ କାହାରି ପାଖରେ କୌଣସି ଦୃଢ ପ୍ରମାଣ ନାହିଁ।