Advertisment

ହିନ୍ଦୁ ମା’ର ସନ୍ତାନ ଥିଲେ ମୋଗଲ ସମ୍ରାଟ ଶାହଜାହାନ

ତାଜ ମହଲର ଛବି ଆଖି ସାମ୍ନାକୁ ଆସିଗଲେ ମନେ ପଡିଯାଏ ମୋଗଲ ସମ୍ରାଟ ଶାହଜାହାନଙ୍କ କଥା। ଯାହାଙ୍କୁ ଆମେ ମୋଗଲ ଭାବେ ଜାଣୁ ସେ ଥିଲେ ଜଣେ ହିନ୍ଦୁ ମା’ର ସନ୍ତାନ। ତେବେ ଆସନ୍ତୁ ତାଙ୍କ ବିଷୟରେ ଅଧିକ କିଛି ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Sahjahan was mughal emperor son of a hindu mother

Sahjahan was mughal emperor son of a hindu mother

୧୫୯୨ ମସିହା ଆଜିର ଦିନରେ ମୋଗଲ ସମ୍ରାଟ ଶାହଜାହାନ ହିନ୍ଦୁ ରାଣୀ ଜଗତ ଗୁସେନଙ୍କ ଗର୍ଭରୁ ଜନ୍ମ ହୋଇଥିଲେ। ସେ ଯୋଧବାଇ ନାମରେ ପରିଚିତ ଥିଲେ। ସେ ଯୋଧପୁରର ରାଜପୁତ ରାଜକୁମାରୀ ଥିଲେ। ଶାହଜାହାନ ପଞ୍ଚମ ମୋଗଲ ସମ୍ରାଟ ଥିଲେ। ସିଏ ତାଙ୍କ ପିତା ଜାହାଙ୍ଗୀରଙ୍କ ମୃତ୍ୟୁ ପରେ ଖୁବ କମ ବୟସରେ ମୋଗଲ ଶାସକ ହୋଇଥିଲେ।

Advertisment

ଶାହଜାହାନଙ୍କ ମା’ ରାଠୋର୍ ରାଜପୁତ ପରିବାରର ଥିଲେ। ସେ ମାରୱାଡି ଶାସକ ରାଜା ଉଦୟ ସିଂଙ୍କ ଝିଅ ଥିଲେ। ଅବଶ୍ୟ, କେତେକ ସ୍ଥାନରେ ଐତିହାସିକମାନେ ଭୁଲ୍‌ବଶତଃ ତାଙ୍କ ନାମକୁ ଯୋଧବାଇ ଭାବରେ ଲେଖିଛନ୍ତି। ଯୋଧବାଇଙ୍କୁ ବିଲକିଶ ମକାନୀ ଆଖ୍ୟା ଦିଆଯାଇଥିଲା।

ଶାହଜାହାନଙ୍କୁ ତାଙ୍କ ନ୍ୟାୟପ୍ରିୟତା ବ୍ୟତୀତ ଅନ୍ୟଦିଗରେ ଯଦି ଅଧିକ ସ୍ମରଣ କରାଯାଏ ତାହା ହେଉଛି ବେଗମ୍ ମମତାଜ ମହଲଙ୍କ ସ୍ମୃତିରେ ନିର୍ମିତ ତାଜମହଲ ପାଇଁ।

Advertisment

୧୬୨୭ ମସିହାରେ ମୋଗଲ ସମ୍ରାଟ ଶାହଜାହାନ କ୍ଷମତା ଗ୍ରହଣ କଲେ, ଏହା ପରେ ସୁଲତାନ ସାମ୍ରାଜ୍ୟକୁ କ୍ରମାଗତ ଭାବରେ ବିସ୍ତାର କରିଥିଲେ। ଯୁଦ୍ଧ ନୀତି ପ୍ରସ୍ତୁତ କରିବା ବ୍ୟତୀତ ଶାହ ଜାହାନ ମଧ୍ୟ କୂଟନୈତିକ କ୍ଷେତ୍ରରେ ବହୁତ ଶକ୍ତିଶାଳୀ ଥିଲେ। ପ୍ରାୟ ସବୁ ମୋଗଲ ଶାସକମାନଙ୍କ ସମୟରେ ବିଦ୍ରୋହର ସୂତ୍ରପାତ ହୋଇଥିଲା, କିନ୍ତୁ ସମସ୍ତେ ବଳପୂର୍ବକ ଦମନ କରିଥିଲେ। ଶାହଜାହାନ କେବଳ ଏକମାତ୍ର ମୋଗଲ ସମ୍ରାଟ ଥିଲେ ଯିଏ କୂଟନୀତି ଦ୍ୱାରା ପରିସ୍ଥିତିକୁ ଦମନ କରିବାରେ ସଫଳ ହୋଇଥିଲେ।

ପ୍ରାୟ ୨୦ ବର୍ଷ ବୟସରେ, ସେ ଅର୍ଜୁମନ୍ଦ ବାନୋଙ୍କୁ ବିବାହ କରିଥିଲେ, ଯିଏ ପରବର୍ତ୍ତୀ ସମୟରେ ମୁମତାଜ ବେଗମ୍‌ ଭାବରେ ପରିଚିତ ହେଲେ। ବିବାହ ପରେ, ବେଗମ୍‌ଙ୍କ ଶକ୍ତିଶାଳୀ ପରିବାରର ସମର୍ଥନ ପାଇବା ପରେ ଶାହଜାହାନଙ୍କ ଶକ୍ତି ବୃଦ୍ଧି ପାଇଲା। କୁହାଯାଏ ଶାହଜାହାନଙ୍କ ସମୟରେ ମୋଗଲ ସାମ୍ରାଜ୍ୟର ଗୌରବ ବୃଦ୍ଧି ପାଇଥିଲା। ଚାରିଆଡେ ସୁନ୍ଦର ଭବନ ଦେଖିବାକୁ ମିଳୁଥିଲା ଏବଂ ଚାରିଆଡ ସବୁଜତାରେ ପରିପୂର୍ଣ୍ଣ ଥିଲା। ଶାହଜାହାନଙ୍କ ସମୟ ମୋଗଲ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗ ଭାବରେ ବିବେଚନା କରାଯାଏ। ସେହି ସମୟରେ ହିଁ ସର୍ବୋତ୍ତମ ଅଟ୍ଟାଳିକା ନିର୍ମାଣ ହୋଇଥିଲା।

କଳାକାରରେ ଭରା ଥିଲା ରାଜଦରବାର:

ଏହି ସମୟ ମଧ୍ୟରେ ଅପେକ୍ଷାକୃତ ଅଳ୍ପ ବିଦ୍ରୋହ ହେତୁ ରାଜକୋଷ ସର୍ବଦା ପୂର୍ଣ୍ଣ ରହୁଥିଲା। ବୈଭବ ହେତୁ ଶାହାଜାହାନଙ୍କ ରାଜଦରବାରକୁ ଏକରୁ ଅଧିକ କଳାକାର ଆସୁଥିଲେ। ଶାହଜାହାନ ନିଜେ କଳା କ୍ଷେତ୍ରରେ ପାରଦର୍ଶୀ ଥିଲେ ଏବଂ କଳାକାରମାନଙ୍କୁ ସମ୍ମାନୀତ କରୁଥିଲେ। ସେ ସୁଖସେନ୍, ସୁରସେନ୍, ଜଗନ୍ନାଥଙ୍କ ପରି ସଂଗୀତଜ୍ଞମାନଙ୍କୁ ତାଙ୍କ ରାଜଦରବାରରେ ସ୍ଥାନ ଦେଇଥିଲେ।

ଇସ୍‌ଲାମ୍‌ ପ୍ରତି ଅଧିକ ଆଗ୍ରହୀ ଥିଲେ:

ତଥାପି ଏହା ତାଙ୍କର କେବଳ ଗୋଟିଏ ପାର୍ଶ୍ୱ। ଐତିହାସିକମାନଙ୍କର ଏକ ଗୋଷ୍ଠୀ ବିଶ୍ୱାସ କରନ୍ତି ଯେ ଏହି କଥା ୟୁରୋପୀୟମାନଙ୍କ ଦ୍ୱାରା ପ୍ରସାରିତ ହୋଇଥିବାବେଳେ ସତ୍ୟ ଏହାଠାରୁ ଭିନ୍ନ। ଶାହଜାହାନଙ୍କ ଧାର୍ମିକ ନୀତି ନିରନ୍ତର ବିବାଦରେ ରହିଥିଲା। ବିଶ୍ୱାସ କରାଯାଏ ଯେ ଜଣେ ହିନ୍ଦୁ ମାତାଙ୍କ ଗର୍ଭରୁ ଜନ୍ମ ହୋଇଥିବା ଏହି ସନ୍ତାନ ଇସଲାମ ପ୍ରତି ଅଧିକ ଆଗ୍ରହୀ ଥିଲେ। ସେ ହିନ୍ଦୁମାନଙ୍କ ତୀର୍ଥଯାତ୍ରା ଉପରେ ଭାରି ଟିକସ ଲାଗୁ କରୁଥିଲେ। ଏହା ସହିତ ଆହୁରି ଅନେକ ଆଦେଶ ମଧ୍ୟ ଦିଆଯାଉଥିଲା, ଯାହା ହିନ୍ଦୁମାନଙ୍କୁ ଅସୁବିଧାରେ ପକାଉଥିଲା।

Knowledge
Advertisment
Advertisment