Advertisment

ଗୁହାରି ଜଣାଇବାକୁ ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ, ହେଲେ ବିଷ ଖାଇଦେଲେ...

ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Tries To Commit Suicide

Man Tries To Commit Suicide

ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲାରୁ ଏଳି ଅଭିଯୋଗ ଆସିଛି। ଗୋଧିବସା ବସ୍ତିକୁ ଆସନ୍ତା ୧୦ ତାରିଖ ଉଚ୍ଛେଦ ନେଇ ନୋଟିସ ଲଗା ଯାଇଥିଲା। 

Advertisment

ଗତକାଲି ଗୋଧିବସା ବସ୍ତି ବାସିନ୍ଦା ଜିଲ୍ଲାପାଳଙ୍କୁ ନିଜର ଗୁହାରି ଶୁଣାଇବାକୁ ଯାଇଥିଲେ। ହେଲେ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଶଙ୍କର୍ଷଣ ରାଉତ ନାମକ ଜଣେ ବ୍ୟକ୍ତି ସେଠାରେ ବିଷ ଖାଇ ଦେଇଥିବାର ଅଭିଯୋଗ ହୋଇଛି। ପରେ ଶଙ୍କର୍ଷଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। 

ଶଙ୍କର୍ଷଣଙ୍କ ପତ୍ନୀ ଘଟଣାକୁ ନେଇ କହିଛନ୍ତି, ‘ପାଟିରୁ ଫେଣ ବାହାରିବା ପରେ ସେ ବିଷ ପିଇ ଦେଇଥିବା ଆମେ ଜାଣିବାକୁ ପାଇଲୁ। ବସ୍ତି ଉଚ୍ଛେଦକୁ ନେଇ ସେ ବିଷ ପଇ ଦେଇଥିବା ଅନୁମାନ କରାଯାଉଛି। ଆମକୁ ଅନ୍ୟ ସ୍ଥାନରେ ରହିବା ପାଇଁ ଜାଗା ମଧ୍ୟ ଦିଆଯାଇନି। ତେଣୁ ବସ୍ତି ଉଚ୍ଛେଦ ହେଲେ ଆମେ ରହିବା କେଉଁଠି ? 

Advertisment

ଅନ୍ୟପକ୍ଷେ, ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ ଜିଲ୍ଲା କିମ୍ବା ପୋଲିସ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

Suicide Attempt
Advertisment
Advertisment