ରାସ୍ତାରେ ଟ୍ରାଫିକ ଜାମରେ ଥରେ ଯିଏ ଫସିଥିବ ସେ ଜାଣିଥିବ ଏମିତି ଫସିବାର କଷ୍ଟ। ଯେତେ କଷ୍ଟ ହେଲେ ବି ବଡ ବଡ ସହରରେ ଏମିତି ଟ୍ରାଫିକରେ ଫସିବାକୁ ସମସ୍ତେ ବାଧ୍ୟ। କିନ୍ତୁ ଏହି ବିରକ୍ତିକର ଟ୍ରାଫିକ ଜାମ ବେଳେବେଳେ ଏକ ମଧୁର ସ୍ମୃତି ହୋଇ ରହିଯାଏ। ଟ୍ରାଫିକ୍ ଜାମରେ ଫସି ଯାଇଥିବା ଏହି ସମୟ ବେଳେବେଳେ ଜୀବନର ଗତିପଥକୁ ବଦଳାଇ ଦେଇଥାଏ।
ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆଜି ପକ୍ଷ-ପ୍ରତିପକ୍ଷଙ୍କ ଯୁକ୍ତି ଜୋରଦାର ହୋଇଛି। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି। ଆଜି ୮ ଦିନ ହେଲା ଏହି ମାମଲାର ବିଚାର ଚାଲିଛି। ହିଜାବ ରଦ୍ଦ କରିବା ମାମଲାରେ ବରିଷ୍ଠ ଆଇନଜୀବୀ ଦୁଷ୍ମନ୍ତ ଦବେ ତାଙ୍କର ବଳିଷ୍ଠ ଯୁକ୍ତି ରଖିଛନ୍ତି ।
ଯିଏ ଚାଲିଗଲେ ଘର ଅଗଣାରେ ଫୁଲ ଉଠିଯାଏ ସେ ହେଉଛି ଝିଅ। ଯିଏ ହସି ଦେଲେ ସାରା ଘର ମହ ମହା ବାସ୍ନାରେ ପୂରି ଉଠେ ସେ ଝିଅ। ଘରର ମାନ, ମର୍ଯ୍ୟଦା, ସମ୍ମାନ ହେଉଛି ଝିଅ। ସେଇ ଅଲିଅଳି ଝିଅ ଯେତେବେଳେ ବିଦାୟ ନେଇ ଶାଶୂଘରକୁ ଯାଏ କେମିତି ଲାଗେ ସେଇ ଘର ? ଶୂନା ଶୂନା.. ଖାଁ..ଖାଁ...। ଆଜି ଠିକ ସେମିତି ଲାଗୁଛି ରାଜସ୍ଥାନର ରୋହିତାଶ୍ୱଙ୍କ ଘର। ଏଇ ଘର ଅଗଣାରୁ ଏକ ସାଙ୍ଗରେ ବିଦାୟ ନେଇ ଶାଶୂ ଘର ଯାଇଛନ୍ତି ୬ ଝିଅ।
ପ୍ରେମର ସହର ଆଗ୍ରା। ଏଠି ଅମର ପ୍ରେମର କାହାଣୀ ଶୁଣାଏ ତାଜ ମହଲ। ଯମୁନା ନଦୀ କୁହେ ସେ ପ୍ରେମ କେତେ ପବିତ୍ର, କେତେ ଶାଶ୍ୱତ। ଏ କାହାଣୀ ସାରା ବିଶ୍ୱ ଜାଣେ । ସେଥିପାଇଁ ତ ଜୀବନସାଥୀକୁ ସବୁଦିନ ପାଇଁ ନିଜର କରିବା ଲାଗି ଏହି ସହରକୁ ବାଛିଥିଲେ ଏହି ଦମ୍ପତି । ସୁଦୂର ମେକ୍ସିକୋରୁ ଉଡ଼ି ଆସିଥିଲେ ଆଗ୍ରା ସହରକୁ ବିବାହ କରିବା ପାଇଁ। ଆଜି ଉଭୟେ ହିନ୍ଦୁ ରୀତି, ନୀତି ଆଉ ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ଏହି ଦମ୍ପତି ହେଲେ କ୍ଲାଉଦିଆ ଏବଂ ସେରାମିକୋ।
ସିନ୍ଥିରେ ସିନ୍ଦୂର ଲଗାଇ, ମଥାରେ ଓଢଣା ଟାଣି ଥାନାରେ ପହଞ୍ଚିଲେ ହିନ୍ଦୁ ବୋହୂ ସାଜିଥିବା ମୁସ୍ଲିମ ଯୁବତୀ। ପୋଲିସକୁ ମାଗିଥିଲେ ସୁରକ୍ଷା। ଏହି ମହିଳା ଜଣକ ଦିନେ ଥିଲେ ଇକରା । ଆଜି ହୋଇଛନ୍ତି ଇଶିକା। ଧର୍ମ ପରିବର୍ତ୍ତନ କରି ସେ ମୁସ୍ଲିମରୁ ହୋଇଛନ୍ତି ହିନ୍ଦୁ। ସନାତନ ଧର୍ମକୁ ସ୍ୱୀକାର କରି ନେଇଛନ୍ତି। ସ୍ୱାମୀ ରାହୁଲ ଓ ତାଙ୍କ ପରିବାର ସହ ସେ ଭଲରେ ଅଛନ୍ତି।
କୋଭିଡ ଯାଇଛି। ଜୀବନ ଯାତ୍ରା ସ୍ୱାଭାବିକ ହୋଇଛି। ହେଲେ କୋଭିଡ ତାର ଯେଉଁ ପ୍ରଭାବ ଛାଡ଼ି ଯାଇଛି ତାହା ଏବେ ଘରେ ଘରେ ମୁଣ୍ଡ ବିନ୍ଧାର କାରଣ ହୋଇଛି। କୋଭିଡ ସମୟରେ ଅନଲାଇନ କ୍ଲାସ କରିବା ପରେ ଛୋଟ ପିଲାମାନେ ଏପରି ଭାବେ ମୋବାଇଲ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ଗୋଟିଏ ମୁହୂର୍ତ୍ତ ବିନା ସ୍ମାର୍ଟ ଫୋନରେ ରହିବା ତାଙ୍କ ପାଇଁ ଯେମିତି ଅସମ୍ଭବ ହୋଇ ପଡ଼ୁଛି।
ବିବାହ ନାଁରେ ଅନେକ ଠକେଇ ବିଷୟରେ ଆପଣ ଶୁଣିଥିବେ। ମନ ପସନ୍ଦର ଜୀବନସାଥୀଟିଏ ପାଇବା ପାଇଁ କିଏ କେତେ ପ୍ରକାର ମିଛ କହିଥାଏ। କିଏ ମିଛରେ ଦରମା ବଢାଇଥାଏ ତ କିଏ ଶିକ୍ଷାଗତ ଯୋଗ୍ୟତାର ମିଛ ତାଲିକା ଦେଇଥାଏ। କିଏ ପୁଣି ଜମିବାଡ଼ି ଘର ଦ୍ୱାର ଏପରିକି ପରିବାର ସମ୍ପର୍କରେ ମଧ୍ୟ ମିଛ ବିବରଣୀ ଦେଇଥାଏ। ହେଲେ ବିବାହ କରିବା ପାଇଁ କେହି ନିଜର ଲିଙ୍ଗକୁ ନେଇ ମିଛ କହିପାରେ ଏକଥା ବିଶ୍ୱାସ କରିପାରିବେ କି ? ହେଲେ ଏମିତି ଘଟଣା ଘଟିଛି ଗୁଜରାଟର ଭଦୋଦରାରେ।
ତାମିଲନାଡୁର ଏହି ଦମ୍ପତି ହେଉଛନ୍ତି ହରିପ୍ରସାଦ ଓ ପୂଜା। ଗତ ରବିବାର ଥିଲା ବିବାହ । ବାହାଘରର ସବୁ ଆୟୋଜନ ସରିଥାଏ। ବିବାହ ମଣ୍ଡପକୁ ଆସିଲେ ବର-କନ୍ୟା। ଏହି ସମୟରେ ହରିପ୍ରସାଦଙ୍କର ସାଙ୍ଗମାନେ ଏକ ଫାଇଲ ନେଇ ଆସିଲେ। ୨୦ ଟଙ୍କିଆ ଷ୍ଟାମ୍ପ ପେପର ଲାଗିଥିବା ଏକ କାଗଜରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ପାଇଁ ସେମାନେ ପୂଜାଙ୍କୁ କହିଥିଲେ। ଏପରିକି ବିବାହ ପୂର୍ବରୁ ସ୍ୱାକ୍ଷର କରିବାକୁ ପଡିବ ବୋଲି ପୂଜାଙ୍କୁ କହିଥିଲେ।
ଆଜିକାଲି ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପ୍ରଜନନ ସମସ୍ୟା ବଢିବାରେ ଲାଗିଛି। ଅନେକ ଲୋକ ଏନେଇ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଯେଉଁମାନେ ବିନା ଖର୍ଚ୍ଚରେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହି ଯୋଗ ଟିପ୍ସ।
ଆଜିକାଲି ପ୍ରାୟ ସମସ୍ତେ କେଶ ଝଡିବା ସମସ୍ୟାରେ ପୀଡ଼ିତ। ଏହାକୁ ରୋକିବାକୁ ସମସ୍ତେ ବିଭିନ୍ନ ଉପାୟ ଅନୁସରଣ କରୁଥିଲେ ବି ସେମିତି ସଫଳତା ମିଳି ନଥିବା ଦେଖାଯାଏ। ଏ ଦିଗରେ ଯୋଗ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଆସନ୍ତୁ ଜାଣିବା କେଉଁ ଯୋଗାସନ ଅଭ୍ୟାସ କେଶ ଝଡିବା ସମସ୍ୟାକୁ ରୋକିବାରେ ସହାୟକ ହେବ।
ପାଦ ଶରୀରର ଏକ ମୁଖ୍ୟ ଅଙ୍ଗ ହୋଇଥିଲେ ବି ଏହାର ସୁସ୍ଥତାକୁ ପ୍ରାୟ ଅଣଦେଖା କରିଥାନ୍ତି। ଏହି କାରଣରୁ ଆର୍ଥ୍ରାଇଟିସ୍ ଏବଂ ମାଂସପେଶୀ ସହିତ ଜଡିତ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ। ତେବେ କେଉଁ ଯୋଗ ଏଥିରୁ ମୁକ୍ତି ଦେବ ଆସନ୍ତୁ ଜାଣିବା।
ଉଭୟ ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ନଟରାଜାସନ ଅନ୍ୟତମ। କିପରି କରିବେ ଏହି ଆସନ ଜାଣିଛନ୍ତି କି? ଆସନ୍ତୁ ଏହାର ପଦ୍ଧତି ଓ ଉପକାର ବିଷୟରେ ଜାଣିନେବା।
ସାଧାରଣତଃ ଲୋକମାନେ ଲାଲ୍ ଆପଲ୍ ଖାଆନ୍ତି ଏବଂ ଏହାର ଉପକାରିତା ବିଷୟରେ ଜାଣନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସବୁଜ ଆପଲ୍ ବା ଗ୍ରୀନ୍ ଆପଲ୍ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ।
ଶରୀର ଓ ମନକୁ ନିୟନ୍ତ୍ରଣ କରିବାରେ ମୟୂରାସନ ଅନେକ ଲାଭ ଦେଇଥାଏ। ଆସନ୍ତୁ ଜାଣିବା ଏହି ଆସନକୁ କିପରି କରାଯାଏ ଓ ଏଥିରୁ କେଉଁସବୁ ଫାଇଦା ମିଳେ।
ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୪ ହଜାର ଟଙ୍କା ରହିଛି ।
ବାହାରକୁ ଗଲେ ଅନେକ ଲୋକ ହୋଟେଲ୍ରେ ରହିବାକୁ ଭଲ ପାଆନ୍ତି। କିନ୍ତୁ ଅନେକ ସମୟରେ ଲୋକେ ଅଧିକ ଟଙ୍କା ନେଇ ମନପସନ୍ଦର ରୁମ୍ ପାଆନ୍ତି ନାହିଁ। ଏହି ଟିପ୍ସ ପ୍ରତି ଧ୍ୟାନ ଦେଲେ କମ ଟଙ୍କା ଦେଇ ଆପଣ ବି ଭଲ ରୁମ୍ ପାଇ ପାରିବେ।
ମାସିକ ଧର୍ମରେ ଅନିୟମିତତା ହେତୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ମଧ୍ୟ ହେବାର ସମ୍ଭାବନା ଥାଏ। ତେବେ ଅନେକ ଯୋଗାସନ ରହିଛି ଯାହା ଏ କ୍ଷେତ୍ରରେ ଅନେକ ଉପାକାରୀ ହୋଇଥାଏ। ଆସନ୍ତୁ ସେ ବିଷରେ ଜାଣିନେବା।
ଚକ୍ରାସନ ଶରୀର ସହିତ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚିନ୍ତା-ଚାପଜନିତ ସମସ୍ୟାରେ ପୀଡିତ ଲୋକମାନେ ଏହି ଆସନର ନିୟମିତ ଅଭ୍ୟାସ କରି ଲାଭ ମଧ୍ୟ ପାଇପାରିବେ। ଜାଣନ୍ତୁ ଏହାର ଉପାୟ ଓ ଅନ୍ୟାନ୍ୟ ଫଳାଫଳ।
ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ପ୍ରାଣାୟାମ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ। ଏହା ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଜୀବନଶୈଳୀକୁ ବିସ୍ତାର କରିବାରେ ସାହାଯ୍ୟ କରିଥାଏ। ଏହା ଉଭୟ ଶରୀର ଏବଂ ମନକୁ ସୁସ୍ଥ ରଖେ। ଆସନ୍ତୁ ଜାଣିବା ସର୍ବାଧିକ ଲାଭ ପାଇବା ପାଇଁ ପ୍ରତିଦିନ କେଉଁ ତିନୋଟି ବ୍ୟାୟାମ କରାଯାଇପାରିବ?
ନିମ୍ବ ପାଣିରେ ମୁହଁ ଧୋଇଲେ ମିଳିବ ଏହି ସମସ୍ୟାରୁ ମୁକ୍ତି...
ଯଦି ଆପଣ ଏହି ମନସୁନ୍ରେ ସୁସ୍ଥ ରହିବାକୁ ଚାହୁଁଛନ୍ତି । ତାହାଲେ ଆପଣ ଏହି ଚା’କୁ ଆପଣାନ୍ତୁ ଆଉ ଚା’ ପିଇବାର ମଜା ଉଠାଇବା ସହ ଇମ୍ୟୁନିଟ୍ ମଧ୍ୟ ବଢାଇ ପାରିବେ । କାହିଁକି ନା ଏହି ଚା’ ପିଇବା ଦ୍ଵାରା ଅନେକ ରୋଗରୁ ରକ୍ଷା ପାଇବେ ।
ମନ ସ୍ଥିର ରହିଲେ ଶରୀର ସୁସ୍ଥ ରୁହେ। ଏଥିରେ ବ୍ୟତୀକ୍ରମ ଶରୀରକୁ କଷ୍ଟ ଦିଏ। ତେଣୁ ମନକୁ ସୁସ୍ଥ ରଖିବା ସମସ୍ତଙ୍କ ଗୁରୁ ଦାୟିତ୍ୱ ହେବା ଜରୁରୀ। ଏହିସବୁ ଯୋଗାସନ କରିବା ଦ୍ୱାରା ମନ ଆପେ ଆପେ ସ୍ଥିର ହୋଇଯାଏ।
ସକାଳେ କଣ କରିବା ଦରକାର ଓ କଣ କରିବା ଆବଶ୍ୟକ ନୁହେଁ ଏସବୁ କଥା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯଦି ଏହି କଥାକୁ ଧ୍ୟାନଦିଆ ନଯାଏ ବା ଅଣଦେଖା କରାଯାଏ ତାହେଲେ ଏହା ଆପଣଙ୍କ ପୁରା ଦିନକୁ ବିଗାଡ଼ି ଦେଇ ପାରେ। ତାହେଲେ ଆସନ୍ତୁ ଜାଣିବା ବ୍ରାହ୍ମ ମୁହୁର୍ତ୍ତରେ ଉଠି କେଉଁ କାମ କରିବା ଉଚିତ ନୁହେଁ।
ବୟସ ବଢିବା ସହ ବାର୍ଦ୍ଧକ୍ୟର ଯନ୍ତ୍ରଣା ମାଡିଆସେ। ଶରୀର ଧିରେ ଧିରେ ନିଷ୍କ୍ରିୟ ହୋଇଯାଏ। କିନ୍ତୁ ଆପଣ ଯଦି ଏହି ୪ଟି ଆସନକୁ ପ୍ରତିଦିନ କରୁଛନ୍ତି ତେବେ କେବେ ବି ଛୁଇଁବନି ବାର୍ଦ୍ଧକ୍ୟ।
ଜ୍ୟୋତିଷି ଦୁନିଆରେ ଏହାକୁ ସାମୁଦ୍ରିକ ଶାସ୍ତ୍ର ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ବିଶେଷଜ୍ଞ ଏଭଳି ଚମତ୍କାର କିପରି କରୁଛନ୍ତି ।