Advertisment

National Nutrition Week 2023: ହାର୍ଟଆଟାକ୍‌ରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ ସାମିଲ୍ କରନ୍ତୁ ଏହି ୫ ଡାଲି

ଭାରତ ଏବେ ପାଳନ କରୁଛି ‘ଜାତୀୟ ପୋଷଣ ସପ୍ତାହ’। ଶରୀରକୁ ସୁସ୍ଥ ଆଉ ଫିଟ୍ ରଖିବାକୁ ହେଲେ କେଉଁସବୁ ଖାଦ୍ୟ ଖାଇବା ଜରୁରୀ ସେ ବିଷୟରେ ବିଭିନ୍ନ ସ୍ତରରେ ଲୋକଙ୍କୁ ବୁଝାଯାଉଛି। ଏହି ଅବସରରେ ଡାଲି ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଆସନ୍ତୁ ସେ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
National Nutrition Week 2023

5 best pulses for heart health and energy

ଭାରତ ଏବେ ପାଳନ କରୁଛି ‘ଜାତୀୟ ପୋଷଣ ସପ୍ତାହ’। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇଥିବା ବେଳେ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଏହି ଅବସରରେ ପୋଷଣ ବିଷୟରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଚାଲିଛି। ଶରୀରକୁ ସୁସ୍ଥ ଆଉ ଫିଟ୍ ରଖିବାକୁ ହେଲେ କେଉଁସବୁ ଖାଦ୍ୟ ଖାଇବା ଜରୁରୀ ସେ ବିଷୟରେ ବିଭିନ୍ନ ସ୍ତରରେ ଲୋକଙ୍କୁ ବୁଝାଯାଉଛି। ଏହି ଅବସରରେ ଡାଲି ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଆସନ୍ତୁ ସେ ବିଷୟରେ ଜାଣିନେବା।

Advertisment

ଭାରତରେ ଡାଲିକୁ ଗରିବର କ୍ଷୀର ବୋଲି କୁହାଯାଏ। କିନ୍ତୁ ଡାଲି କେବଳ ଗରିବଙ୍କ ଖାଦ୍ୟ ନୁହେଁ ଏହା ଧନୀମାନଙ୍କର ମଧ୍ୟ ଆବଶ୍ୟକ ହୋଇଥାଏ। ବ୍ରିଟିଶ ହାର୍ଟ ଫାଉଣ୍ଡେସନ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ନିଜ ଖାଦ୍ୟରେ ଡାଲି ଅନ୍ତର୍ଭୁକ୍ତ କରିବା ଜରୁରୀ। ଡାଲି ପୋଷଣର ଏକ ଭଣ୍ଡାର। ଡାଲିରୁ ହାଇ ପ୍ରୋଟିନ୍, ଫାଇବର ଏବଂ ସୁସ୍ଥ ଚର୍ବି ମିଳିଥାଏ। ସବୁଠାରୁ ବଡ କଥା ହେଉଛି ଅନ୍ୟ ପ୍ରୋଟିନ୍ ଉତ୍ସ ଅପେକ୍ଷା ଡାଲି ଖୁବ୍ ଶସ୍ତାରେ ମିଳିଯାଏ।

ଅଧିକ ପଢ଼ନ୍ତୁ: ଦୀର୍ଘ ବର୍ଷ ବଞ୍ଚିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ଜିନିଷ

ଡାଲି ଶରୀରକୁ ଭରପୂର ପୋଷକ ତତ୍ତ୍ୱ ଦେବା ସହିତ ଓଜନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହା ହୃଦୟକୁ ସୁସ୍ଥ ରଖେ। ତେବେ ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ହେଉଛି ହୃଦୟକୁ ସୁସ୍ଥ ରଖିବା ପାଇଁ କେଉଁ ଡାଲି ସବୁଠାରୁ ଭଲ। ତେବେ ଆସନ୍ତୁ ପ୍ରତିଦିନ ଖାଦ୍ୟରେ କେଉଁ ଡାଲିକୁ ସାମିଲ କରିବା ଉଚିତ ଜାଣିନେବା।

Advertisment

ମସୁର ଡାଲି:

ଡାଲି ମଧ୍ୟରେ ମସୁର ଡାଲି ଅତ୍ୟଧିକ ଶକ୍ତିବର୍ଦ୍ଧକ ଏବଂ ପୋଷକ ତତ୍ତ୍ୱରେ ଭରପୂର। ବିଶେଷଜ୍ଞଙ୍କ ମତରେ ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ନିଶ୍ଚିତ ଭାବରେ ସେମାନଙ୍କ ଖାଦ୍ୟରେ ମସୁର ଡାଲିକୁ ଅନ୍ତର୍ଭୁକ୍ତ କରିବା ଜରୁରୀ। ମସୁରରୁ ବହୁ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଏହା ସହିତ, ଏହା କ୍ୟାଲ୍‌ସିୟମ୍ ଏବଂ ଡାଏଟାରୀ ଫାଇବରରେ ଭରପୂର। ୧୦୦ ଗ୍ରାମ ମସୁରରେ ୨୬ ଗ୍ରାମ ପ୍ରୋଟିନ୍ ଥାଏ।

ହରଡ ଡାଲି:

ପର୍ଯ୍ୟାପ୍ତ ପରିମାଣର ଆମିନୋ ଏସିଡ୍ ହରଡ୍ ଡାଲିରୁ ମିଳିଥାଏ। ଏହି ଆମିନୋ ଏସିଡ୍ କେବଳ ପ୍ରୋଟିନରୁ ମିଳିଥାଏ, କିନ୍ତୁ ଆମକୁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ଆମିନୋ ଏସିଡ୍ ଦରକାର। ଆମିନୋ ଏସିଡ୍ ବିନା ଆମେ ଜୀବନର କଳ୍ପନା ମଧ୍ୟ କରିପାରିବୁ ନାହିଁ। ତେଣୁ ଦୈନିକ ଖାଦ୍ୟରେ ହରଡ ଡାଲିକୁ ସାମିଲ୍ କରିବା ଜରୁରୀ।

ମୁଗ ଡାଲି:

ଲୋକମାନେ ସାଧାରଣତ ମୁଗକୁ ଗଜା କରି ଖାଆନ୍ତି। ଏହା ଶରୀରକୁ ଅଧିକ ଶକ୍ତିଶାଳୀ କରିଦିଏ। ୧୦୦ ଗ୍ରାମ ମୁଗରୁ ୨୦ ଗ୍ରାମ ପ୍ରୋଟିନ୍ ମିଳିଥାଏ। ଏଥିରୁ ଡାଏଟାରୀ ଫାଇବର ଏବଂ କାର୍ବୋହାଇଡ୍ରେଟ୍ ମଧ୍ୟ ମିଳିଥାଏ। ଯଦି ସକାଳ ଜଳଖିଆରେ ଏହାକୁ ଖିଆଯାଏ ତେବେ ଦିନସାରା ଶରୀରକୁ ଉର୍ଜା ମିଳିଥାଏ।

ବିରି ଡାଲି:

ବିରି ଏକ ଭାରତୀୟ ଡାଲି। ଯଦିଓ ଲୋକମାନେ ଡାଲି ଆକାରରେ ଏହାକୁ ଖୁବ୍ କମ୍ ଖାଆନ୍ତି କିନ୍ତୁ ଏହା ପୋଷଣ ତତ୍ତ୍ୱରେ ପରିପୂର୍ଣ୍ଣ। ବିରି ଡାଲି ଚର୍ମ ସର୍ବଦା ଯୁବକ ଭଳି ରହିଥାଏ। ଏହା ସହିତ ବିରି ଡାଲି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ୧୦୦ ଗ୍ରାମ ବିରି ଡାଲିରୁ ୨୫ ଗ୍ରାମ ପ୍ରୋଟିନ୍ ମିଳେ।

ରାଜ୍‌ମା:

ରାଜ୍‌ମା ମଧ୍ୟ ଏକ ଡାଲିଜାତୀୟ ଖାଦ୍ୟ। ରାଜ୍‌ମାରୁ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ। ୧୦୦ ଗ୍ରାମ ରାଜମାରୁ ୨୦ ଗ୍ରାମ ପ୍ରୋଟିନ୍ ମିଳେ। ରାଜମାଙ୍କୁ କିଡ୍‌ନୀ ବିନ୍ସ ମଧ୍ୟ କୁହାଯାଏ।

ଅଧିକ ପଢ଼ନ୍ତୁ: ସକାଳେ ଖାଆନ୍ତୁ ନାହିଁ ଏହିସବୁ ଜିନିଷ; ହୋଇପାରେ ସାଂଘାତିକ ସମସ୍ୟା

Nutrition Programme Health Tips Special Story
Advertisment
Advertisment