Advertisment

International Youth Day 2023: ଆପଣ ମାନସିକ ସ୍ତରରେ ଦୁର୍ବଳ ହୋଇଯାଉଛନ୍ତି କି; ଆପଣଙ୍କ ପାଇଁ ୫ଟି ଟିପ୍ସ

ଯୁବ ଗୋଷ୍ଠୀ ଶାରୀରିକ ଏବଂ ମାନସିକ ସ୍ତରରେ ଯେକୌଣସି କାର୍ଯ୍ୟକୁ ଦକ୍ଷତାର ସହିତ କରିବାକୁ ସକ୍ଷମ ହୋଇଥାନ୍ତି। କିନ୍ତୁ ଆଜିକାଲି ଦେଖାଯାଏ ଯେ ଯୁବପିଢି ମାନସିକ ସ୍ତରରେ ଦୁର୍ବଳ ହେଉଛନ୍ତି। ଏନେଇ ଯୁବପିଢିଙ୍କୁ ମାନସିକ ଭାବେ ସୁସ୍ଥ ରହିବା ନେଇ କେତେକେ ଦିଗ ପ୍ରତି ଦୃଷ୍ଟିଦେବା ନିହାତି ଜରୁରୀ।

author-image
Pramod Behera
ଅଦ୍ୟତନ ହୋଇଛି
International Youth Day 2023 5 tips to get strong Brain

International Youth Day 2023 5 tips to get strong Brain

ପ୍ରତ୍ୟେକ ରାଷ୍ଟ୍ରର ସଫଳତାର ଆଧାର ହେଉଛି ଏହାର ଯୁବପିଢି। ଏଜ ଜାତିର ଭବିଷ୍ୟତ ଯୁବପିଢି ଉପରେ ହିଁ ନିର୍ଭର କରେ। ସେଥିପାଇଁ କୌଣସି ରାଷ୍ଟ୍ର ଗଠନରେ ଯୁବକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଯୁବ ଗୋଷ୍ଠୀ ଶାରୀରିକ ଏବଂ ମାନସିକ ସ୍ତରରେ ଯେକୌଣସି କାର୍ଯ୍ୟକୁ ଦକ୍ଷତାର ସହିତ କରିବାକୁ ସକ୍ଷମ ହୋଇଥାନ୍ତି।

Advertisment

ଆଜିକାଲି ଦେଖାଯାଏ ଯେ ଯୁବପିଢି ମାନସିକ ସ୍ତରରେ ଦୁର୍ବଳ ହେଉଛି। ଏହି କାରଣରୁ ସେମାନେ କୌଣସି ବିଷୟକୁ ନେଇ ସୁସ୍ଥ ଭାବେ ଚିନ୍ତା କରିବାରେ ଅକ୍ଷମ ହେଉଛନ୍ତି। ଫଳରେ ଏକ ସୁସ୍ଥ ସମାଜ ଗଠନ ହେବା ପରିବର୍ତ୍ତେ ଚାରିଆଡେ ବିଶୃଙ୍ଖଳା ଖେଳିବାରେ ଲାଗିଛି। ଏନେଇ ଯୁବପିଢିଙ୍କୁ ମାନସିକ ଭାବେ ସୁସ୍ଥ ରହିବା ନେଇ କେତେକେ ଦିଗ ପ୍ରତି ଦୃଷ୍ଟିଦେବା ନିହାତି ଜରୁରୀ।

ମସ୍ତିଷ୍କ ହେଉଛି ଶରୀରର ସବୁଠାରୁ ଜଟିଳ ଅଙ୍ଗ। ଏହା ଶରୀରର ଅନେକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ଏହା ସ୍ମୃତି, ବୁଦ୍ଧି ଏବଂ କଳ୍ପନାର କେନ୍ଦ୍ର ଅଟେ। ଶୋଇବା ସମୟରେ ମଧ୍ୟ ମନ ସର୍ବଦା ସକ୍ରିୟ ଥାଏ। କେତେକ କାର୍ଯ୍ୟକଳାପ ମସ୍ତିଷ୍କକୁ ନୂତନ ଉପାୟରେ ନିୟୋଜିତ କରିପାରେ, ଯାହା ସ୍ମୃତି, ଜ୍ଞାନ କିମ୍ବା ସୃଜନଶୀଳତାରେ ଉନ୍ନତି ଆଣିପାରେ। ମସ୍ତିଷ୍କ ଆମେ କରୁଥିବା ସମସ୍ତ କାର୍ଯ୍ୟରେ ଜଡିତ ଏବଂ ଶରୀରର ଅନ୍ୟ ଅଙ୍ଗ ପରି, ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ।

Advertisment

ମସ୍ତିଷ୍କ ବ୍ୟାୟାମ:

ଅନୁସନ୍ଧାନରୁ ଜଣାପଡିଛି ଯେ ମାନସିକ ଶକ୍ତିକୁ ତୀକ୍ଷ୍ଣ କରିବା ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଅନେକ ଉପାୟ ଅଛି। ସ୍ମୃତି ଶକ୍ତି, ଏକାଗ୍ରତା ଏବଂ ଧ୍ୟାନରେ ଉନ୍ନତି ଆଣିବା ପାଇଁ କିଛି ମସ୍ତିଷ୍କ ବ୍ୟାୟାମ କରିବା ଦ୍ୱାରା ଦୈନନ୍ଦିନ କାର୍ଯ୍ୟଗୁଡ଼ିକ ଶୀଘ୍ର ଏବଂ ସହଜ ହୋଇପାରେ।

ଧ୍ୟାନ:

ଧ୍ୟାନ ଉଭୟ ମନ ଏବଂ ଶରୀର ପାଇଁ ଅନେକ ଲାଭ ଦେଇପାରେ। ଅନୁସନ୍ଧାନ ଅନୁଯାୟୀ, ମସ୍ତିଷ୍କର ଦକ୍ଷତାକୁ ବୃଦ୍ଧି କରିବା ନେଇ ଧ୍ୟାନ ଏକ ଅତ୍ୟାବଶ୍ୟକୀୟ ଉପାୟ। ତେଣୁ ପ୍ରତିଦିନ କିଛି ସମୟ ଶାନ୍ତ ଓ ସୁସ୍ଥ ପରିବେଶରେ ଧ୍ୟାନ କରିବା ଜରୁରୀ।

କାର୍ଡ ଗେମ୍:

ତାସ୍ ଖେଳ କିମ୍ବା ବୋର୍ଡ ଗେମ୍ ସାମାଜିକ ସଂପର୍କ ବଢେଇବା ସହ ସମୟ ଅତିବାହିତ କରିବା ପାଇଁ ଏକ ମଜାଳିଆ ଉପାୟ। ଏହା ମଧ୍ୟ ମନ ପାଇଁ ଖୁବ୍ ଲାଭଦାୟକ। ଫ୍ଲାସ୍‌କାର୍ଡ ଖେଳ ଜଣେ ବ୍ୟକ୍ତିର ସ୍ୱଳ୍ପ ମିଆଦି ସ୍ମୃତି ଏବଂ ପାର୍ଟନକୁ ମନେ ରଖିବାର କ୍ଷମତାକୁ ପରୀକ୍ଷା କରେ। ଏହା ମସ୍ତିଷ୍କକୁ ସଂଲଗ୍ନ କରିବା ଏବଂ ପ୍ୟାଟର୍ନ ସ୍ୱୀକୃତି ଏବଂ ସ୍ମୃତି ସହିତ ଜଡିତ କ୍ଷେତ୍ରଗୁଡିକୁ ସକ୍ରିୟ କରିବା ପାଇଁ ଏକ ସରଳ ଏବଂ ମଜାଳିଆ ଉପାୟ।

ନିଦ୍ରା:

ସଠିକ୍ ନିଦ୍ରା ଉଭୟ ମସ୍ତିଷ୍କ ଏବଂ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋଲୋଜିକାଲ୍ ଡିସ୍‌ଅର୍ଡର୍ସ ଏବଂ ଷ୍ଟ୍ରୋକ୍ ଅନୁଯାୟୀ ଜଣଙ୍କୁ ନିହାତି ୭ ଘଣ୍ଟାର ରାତ୍ରୀ ଶୟନ କରିବା ଜରୁରୀ। କିନ୍ତୁ ବିଭିନ୍ନ କାରଣରୁ ଆଜିର ଯୁବପିଢି ଏହାଠାରୁ କମ୍ ଶୋଇଥାନ୍ତି। ଉତ୍ତମ ନିଦ୍ରା ସ୍ମୃତି ଶକ୍ତି ବୃଦ୍ଧି କରିବା ସହିତ ମାନସିକ ଥକାପଣ କମାଏ ଏବଂ ମେଟାବୋଲିଜିମ୍‌କୁ ନିୟନ୍ତ୍ରଣ କରିଥାଏ।

ଜ୍ଞାନର ବିକାଶ:

ମସ୍ତିଷ୍କର ବ୍ୟାୟାମ ପାଇଁ ଜ୍ଞାନଶକ୍ତିକୁ ବୃଦ୍ଧି କରିବା ଜରୁରୀ। ଏନେଇ ଏକ ସହଜ ଉପାୟ ହେଉଛି ପ୍ରତିଦିନ ସକାରାତ୍ମକ ପୁସ୍ତକ ପଢିବା ଓ ନୂଆ ନୂଆ ଶବ୍ଦ ଶିଖିବା। ଏହାପରେ ସେହି ଶବ୍ଦର ଅର୍ଥ ଖୋଜିବା ସହ ଏହି ଶବ୍ଦକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରିବା ନିଜ ଜ୍ଞାନକୁ ବୃଦ୍ଧି କରିବାର ଏକ ସହଜ ଉପାୟ। ଏହା ସହିତ ପୁସ୍ତକ ଅଧ୍ୟୟନ ଦ୍ୱାରା କିଛି ନୂଆ କଥା ଜାଣିବାରେ ମଧ୍ୟ ସୁଯୋଗ ମିଳେ, ଯାହା ଚିନ୍ତନ ଶକ୍ତିକୁ ବଢେଇ ଦିଏ।

On Youth Special Story
Advertisment
Advertisment