ଯଦି ଆପଣ ଆଜିଠାରୁ ଯୋଗ ଅଭ୍ୟାସ ଆରମ୍ଭ କରନ୍ତି, ତେବେ କେବଳ ଯେ ରୋଗ ଆପଣଙ୍କ ଜୀବନରୁ ଦୂରେଇ ଯିବ ତାହା ନୁହେଁ, ବରଂ ଆପଣ ଏକ ସୁସ୍ଥ ଏବଂ ଦୀର୍ଘ ଜୀବନ ସହିତ ଏକ ସୁଖମୟ ଜୀବନ ବିତାଇବାକୁ ସକ୍ଷମ ହେବେ। ଆସନ୍ତୁ କିଛି ଯୋଗାସନ ଉପରେ ନଜର ପକେଇବା।
ଯେତେବେଳେ ନିଜ ଉପରେ କ୍ରୋଧ ଆସେ, ଏହା ଏକ ଜଟିଳ ପରିସ୍ଥିତି ତିଆରି କରେ। ବେଳେବେଳେ ଏହା ମାନସିକ ସମସ୍ୟାର କାରଣ ମଧ୍ୟ ହୋଇପାରେ। ଯଦି ଏହି ସମସ୍ୟାର ସଠିକ୍ ସମୟରେ ସମାଧାନ ନହୁଏ, ତେବେ ମାନସିକ ଯାତନା ଏତେ ବଢିଯାଏ ଲୋକମାନେ ନିଜର ମଧ୍ୟ କ୍ଷତି କରିବାକୁ ପଛାନ୍ତି ନାହିଁ।
ଆପଣ ଯେତେ ସୁସ୍ଥ ଖାଦ୍ୟ ଖାଆନ୍ତୁ ନା କାହିଁକି, ଯଦି ଆପଣଙ୍କର ବିସ୍କୁଟ, କେକ୍, କୁର୍କୁରି ଆଦି ଜିନିଷ ଖାଇବାର ଅଭ୍ୟାସ ଅଛି ତେବେ ଏହା ହୃଦଘାତ କିମ୍ବା ଷ୍ଟ୍ରୋକ୍ର ଆଶଙ୍କା ହୋଇପାରେ। ଏ କଥା ଆମେ ନୁହେଁ ବରଂ ବ୍ରିଟେନରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି।
ବୟସ୍କମାନଙ୍କ ଯତ୍ନ ନେବା କନିଷ୍ଠମାନଙ୍କ କର୍ତ୍ତବ୍ୟ। ଏନେଇ ଘରର ବୟସ୍କମାନଙ୍କୁ ସୁସ୍ଥ ରଖିବା ପାଇଁ ଲୋକମାନେ ଡାକ୍ତର ଏବଂ ଔଷଧର ସାହାଯ୍ୟ ନିଅନ୍ତି। ତେବେ ବୃଦ୍ଧମାନଙ୍କର ଖୁସିର ରହସ୍ୟ ହେଉଛି ଘରର ସଦସ୍ୟ।
ପ୍ରତ୍ୟେକ ବାପାମାଆ ନିଜ ପୁଅ ପାଇଁ ଅଧିକ ଚିନ୍ତିତ ଥାଆନ୍ତି। ଯଦି ଆପଣ ନିଜ ପୁଅକୁ ପିଲାଦିନରୁ କିଛି କଥା ଏବଂ ମୂଲ୍ୟବୋଧ ଶିଖାଇବେ, ତେବେ ସେ ବଡ ହୋଇ ଲୋକଙ୍କଠାରୁ ସମ୍ମାନ ପାଇବ ଏବଂ ଅନ୍ୟମାନଙ୍କ ଭାବନାକୁ ମଧ୍ୟ ସମ୍ମାନ ଦେବ। ଆସନ୍ତୁ ସେମିତି କିଛି କଥା ଉପରେ ନଜର ପକେଇବା।
ଆପଣଙ୍କ ବଗିଚାରେ କିମ୍ବା ବାଲକୋନୀରେ ଯଦି ଗୋଲାପ ଅଛି ତେବେ ଧ୍ୟାନ ଦିଅନ୍ତୁ। ଏହା ଏପରି ଏକ ଗଛ ଯାହା ବିଶେଷ ଯତ୍ନର ଆବଶ୍ୟକ କରେ ଏବଂ ଏହାର ମାଟିକୁ କିଛି ଦିନ ଅନ୍ତରରେ ପୁଷ୍ଟିକର ଜିନିଷରେ ଭରିବାକୁ ପଡେ। ତେବେ ଆସନ୍ତୁ ଏହି ଗଛଗୁଡ଼ିକୁ ସୁସ୍ଥ ରଖିବା ସହ ଫୁଲରେ ପରିପୂର୍ଣ୍ଣ କରିବା ପାଇଁ ଗୋଲାପର ମୂଳରେ କେଉଁ ଜିନିଷ ଦେବେ ଜାଣିନେବା।
ଆପଣ ଜାଣନ୍ତି କି ଗୋଟିଏ ଜାଗାରେ ବସି ବସି ମଧ୍ୟ କୋଲେଷ୍ଟ୍ରଲ ହ୍ରାସ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଦୌଡକୁଦ କରିବାକୁ ପଡିବ ନାହିଁ। ଏଥିପାଇଁ ଆପଣକୁ ଯୋଗର ଏକ କୌଶଳକୁ ଆପଣେଇବାକୁ ପଡିବ।
ମୋଟାପଣ ପାଇଁ ଅନେକ କାରଣ ଦାୟୀ, କିନ୍ତୁ ସେସବୁ ମଧ୍ୟରେ ସବୁଠାରୁ ବଡ କାରଣ ହେଉଛି ଅଳସୁଆମୀ ଏବଂ ଭୁଲ ଖାଦ୍ୟ ଅଭ୍ୟାସ। ଏକ ସ୍ୱତନ୍ତ୍ର ଡାଏଟ୍ ପ୍ଲାନ୍ଙ୍କୁ ଗ୍ରହଣ କରନ୍ତୁ ମାତ୍ର ୭ ଦିନରେ ଏହାର ପ୍ରଭାବ ଅନୁଭୂତ ହେବ। ଆସନ୍ତୁ ଜାଣିବା ଏହି ଡାଏଟ୍ ପ୍ଲାନ୍ କ’ଣ?
ଲିଭର ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଠିକ୍ ରହିବା ଜରୁରୀ। ବେଳେବେଳେ ଖରାପ ଖାଦ୍ୟ ଅଭ୍ୟାସ ଏବଂ ଅତ୍ୟଧିକ ମଦ୍ୟପାନ ଲିଭର ପାଇଁ ବହୁତ କ୍ଷତି ହୋଇଥାଏ। ଏହାର ଉପଯୁକ୍ତ ଯତ୍ନ ନେବା ସହ ଏହାକୁ ସଫା କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆସନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ ଜାଣିନେବା।
ଭାରତ ଏବେ ପାଳନ କରୁଛି ‘ଜାତୀୟ ପୋଷଣ ସପ୍ତାହ’। ଶରୀରକୁ ସୁସ୍ଥ ଆଉ ଫିଟ୍ ରଖିବାକୁ ହେଲେ କେଉଁସବୁ ଖାଦ୍ୟ ଖାଇବା ଜରୁରୀ ସେ ବିଷୟରେ ବିଭିନ୍ନ ସ୍ତରରେ ଲୋକଙ୍କୁ ବୁଝାଯାଉଛି। ଏହି ଅବସରରେ ଡାଲି ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଆସନ୍ତୁ ସେ ବିଷୟରେ ଜାଣିନେବା।
ପ୍ରାୟ ପ୍ରତ୍ୟେକ ତରକାରୀରେ ଡାଲ୍ଚିନି ର ଖୋଜା ଆଗ ପଡେ। ଏହା ଖାଲି ଖାଦ୍ୟର ସ୍ୱାଦ ବଢାଇ ନ ଥାଏ ବରଂ ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଆଜିକାଲି କିନ୍ତୁ ବଜାରରେ ପ୍ରାୟତଃ ନକଲି ଡାଲ୍ଚିନି ବିକ୍ରି ହେଉଛି। ଏପରି ପରିସ୍ଥିତିରେ କିପରି ଜାଣିବେ ଅସଲି କି ନକଲି ଡାଲ୍ଚିନି…
କାଙ୍କଡ ଏପରି ଏକ ବିଶେଷ ପ୍ରକାରର ପନିପରିବା, ଯାହା ସାହାଯ୍ୟରେ କୋଲେଷ୍ଟ୍ରଲ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସହଜ ହୋଇଯାଏ। ତେବେ ଆସନ୍ତୁ ଏହି ପରିବାର ଅନ୍ୟାନ୍ୟ ଉପକାରିତା ବିଷୟରେ ଜାଣିନେବା।
ଶୋଇବା ଘର ହେଉଛି ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଯାହାକୁ ଅଧିକାଂଶ ଲୋକ ନିଜ ଅନୁଯାୟୀ ସଜାନ୍ତି। ତେବେ ଶୋଇବା ଘରେ ବାସ୍ତୁର ନିୟମ ପାଳନ କରାଯିବା ନିହାତି ଜରୁରୀ। ଯଦି ଶୋଇବା ଘରେ ବାସ୍ତୁଦୋଷ ଦେଖାଦିଏ, ତେବେ ଲୋକଙ୍କ ଦାମ୍ପତ୍ୟ ଜୀବନରେ କଳି ଆରମ୍ଭ ହୋଇପାରେ ଏବଂ ଘରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ।
ଗର୍ଭାବସ୍ଥାରେ ହିଁ ଶିଶୁର ମସ୍ତିଷ୍କର ବିକାଶ ଆରମ୍ଭ ହୁଏ। ତେଣୁ ଏହି ସମୟରେ ଆପଣ ଏପରି କିଛି ଖାଦ୍ୟ ବାଛିବା ଉଚିତ୍, ଯାହା ଆପଣଙ୍କ ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। କାରଣ ମା’ର ଖାଦ୍ୟ ଏବଂ ପାନୀୟର ପ୍ରତ୍ୟକ୍ଷ ପ୍ରଭାବ ଶିଶୁର ମନ ଉପରେ ପଡିଥାଏ।
ରୋଷେଇ ବେଳେ ଖାଦ୍ୟକୁ ସୁଆଦିଆ କରିବା ପାଇଁ ଜିରା ପ୍ରାୟ ପ୍ରତିଦିନ ବ୍ୟବହୃତ ହେଉଥିବାବେଳେ ଜିରା ମଧ୍ୟ ପେଟରେ ସୃଷ୍ଟି ହେଉଥିବା ବଦହଜମି ଏବଂ ଗ୍ୟାସ୍ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁ ବ୍ୟବହୃତ ହୁଏ। ଖାଲି ଏତିକି ନୁହେଁ, ଏହା ଅନେକ ଗମ୍ଭୀର ରୋଗକୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।
ସୁନ୍ଦର ଆଉ ଫିଟ୍ ରହିବା ସବୁ ବୟସର ମହିଳାମାନଙ୍କର ସ୍ୱପ୍ନ। ଯଦି ଆପଣ ୩୦ ବର୍ଷ ବୟସରୁ ନିଜ ଚର୍ମକୁ ନେଇ ସାବଧାନ ରୁହନ୍ତି ତେବେ ଏଥିରେ କୁଞ୍ଚନ ଦେଖାଯିବା ଏବଂ ସୂକ୍ଷ୍ମ ରେଖା ସମସ୍ୟାକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ପ୍ରାକୃତିକ ଉପାୟରେ ବାର୍ଦ୍ଧକ୍ୟର ସମସ୍ୟାକୁ ହ୍ରାସ କରିପାରିବେ।
ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଭୁଲ ଖାଦ୍ୟପେୟ ଶରୀରରେ ଅନେକ ରୋଗର କାରଣ ହେଉଛି। ୟୁରିକ୍ ଏସିଡ୍ ମଧ୍ୟ ସେସବୁ ମଧ୍ୟରୁ ଗୋଟିଏ। ଯେଉଁ କାରଣରୁ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଏ। ବିନା ଖର୍ଚ୍ଚରେ ଏହି ସମସ୍ୟାକୁ ଦୂର କରିବା ପାଇଁ ଏହି ୫ଟି ପତ୍ରକୁ ଖାଆନ୍ତୁ।
ଆଜିକାଲି ଧାଁ ଧପଡ ଜୀବନରେ ଲୋକମାନେ ପ୍ରାୟ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରନ୍ତି ଏବଂ କ୍ଲାନ୍ତ ହୋଇ ଘରକୁ ଫେରନ୍ତି। ଏହାପରେ ତୁରନ୍ତ ଖାଦ୍ୟ ଖାଇ ଶୋଇବାକୁ ଯାଆନ୍ତି। ଲୋକମାନେ ରାତ୍ରି ଭୋଜନ କରିବା ପରେ ଅନେକ ଭୁଲ ମଧ୍ୟ କରନ୍ତି। ଏହିସବୁ ଭୁଲ ସେମାନଙ୍କୁ ଅଧିକ ଅସୁବିଧାରେ ପକାଇଥାଏ।
ଆମେ ଅତି ଆଧୁନିକ ଢାଞ୍ଚାର ଜୀବନଶୈଳୀ ପାଇଁ ପରିଶ୍ରମ କରୁଛେ, କିନ୍ତୁ ବିକଳ୍ପ ଭାବେ ଦେଖିଲେ ଆମକୁ ମାନସିକ ଅବସାଦ ମାଡ଼ି ବସୁଛି। ଆଧୁନିକ ମନସ୍କତାର ଚଳଣିରୁ ଆମ ପିଲାମାନେ ମଧ୍ୟ ଅଟିଜିମ୍ ପରି ମାନସିକ ବ୍ୟାଧିରେ ପିଡ଼ିତ ହେଉଛନ୍ତି। ତେବେ ମନକୁ ସୁସ୍ଥ ରଖିବାରେ କ’ଣ ଆମେ ଗ୍ରହଣ କରୁଥିବା ଖାଦ୍ୟର କିଛି ଭୂମିକା ରହିଛି…
ଛଚିନ୍ଦ୍ରା ସ୍ୱାସ୍ଥ୍ୟ ପାଇଁ ଏତେ ଲାଭଦାୟକ ଯେ ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଆଜି ଛଚିନ୍ଦ୍ରାର ପୁଷ୍ଟିକର ଗୁଣ ଏବଂ ଏହାର ଉପକାରିତା ବିଷୟରେ ଜାଣିନେବା।
ସ୍ୱାସ୍ଥ୍ୟ ପାଇଁ ବରଦାନ ମେଥି । ମେଥିକୁ କେବଳ ଖାଦ୍ୟର ସ୍ୱାଦ ଓ ବାସ୍ନା ବଢ଼ାଇବାକୁ ନୁହେଁ ବରଂ ଔଷଧ ରୂପେ ମଧ୍ୟ ବ୍ୟବହାର କରିପାରିବେ । କାରଣ ଏଥିରେ ଭରପୂର ମାତ୍ରାରେ ଔଷଧୀୟ ଗୁଣ ରହିଛି ।
ପ୍ରାୟତଃ କୁହାଯାଏ ଯେ ମଧୁମେହ ରୋଗୀମାନେ ମିଠା ଫଳ ଖାଇବା ଉଚିତ୍ ନୁହେଁ। ଏହା କିନ୍ତୁ ସମ୍ପୂର୍ଣ୍ଣ ଠିକ୍ ନୁହେଁ। ଅଳ୍ପ ପରିମାଣର ଫଳ ଖାଇବା ଦ୍ୱାରା ସୁଗାର ଲେବଲ୍ରେ କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ଏମିତି କିଛି ଫଳ ଅଛି ଯାହା ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
ପିଲା ପାଳିବା ସବୁଠାରୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ପିଲାମାନଙ୍କୁ ଭଲ ଓ ଖରାପ ଜଣେଇବା, ଅନ୍ୟମାନଙ୍କୁ ସମ୍ମାନ ଦେବାର ଅର୍ଥ କ’ଣ ଶିଖାଇବା ନେଇ ବାପାମାଆଙ୍କର ଗୁରୁ ଦାୟିତ୍ୱ ରହିଥାଏ।
ଛୋଟ ଛୁଆ ନଖ କାଟିବା ସମୟରେ ହାତ-ଗୋଡ ହଲାନ୍ତି। ଫଳରେ ଆଙ୍ଗୁଠି କ୍ଷତ ହେବାର ଆଶଙ୍କା ଥାଏ। ଏହି କାରଣରୁ, ଅଧିକାଂଶ ବାପାମାଆ ପିଲାର ନଖ କାଟିବାରୁ ଦୂରେଇ ରୁହନ୍ତି। ଏହି କଠିନ କାମକୁ କିପରି ସହଜ କରାଯାଇପାରିବ ଆସନ୍ତୁ ଜାଣିବା।
ଯୁବ ଗୋଷ୍ଠୀ ଶାରୀରିକ ଏବଂ ମାନସିକ ସ୍ତରରେ ଯେକୌଣସି କାର୍ଯ୍ୟକୁ ଦକ୍ଷତାର ସହିତ କରିବାକୁ ସକ୍ଷମ ହୋଇଥାନ୍ତି। କିନ୍ତୁ ଆଜିକାଲି ଦେଖାଯାଏ ଯେ ଯୁବପିଢି ମାନସିକ ସ୍ତରରେ ଦୁର୍ବଳ ହେଉଛନ୍ତି। ଏନେଇ ଯୁବପିଢିଙ୍କୁ ମାନସିକ ଭାବେ ସୁସ୍ଥ ରହିବା ନେଇ କେତେକେ ଦିଗ ପ୍ରତି ଦୃଷ୍ଟିଦେବା ନିହାତି ଜରୁରୀ।