Advertisment

Hair Care: ଚୁଟିରେ ଏହି ଉପାୟରେ ଲଗାନ୍ତୁ ରସୁଣ ରସ; ପାଚିବ ନାହିଁ କି ଝଡ଼ିବ ନାହିଁ

ସୁସ୍ଥ ଏବଂ ପ୍ରାକୃତିକ ଉପାୟରେ ଚୁଟିର ବୃଦ୍ଧି କରିବାକୁ ଚାହୁଁଛନ୍ତି କି ? ଯଦି ଆପଣ କେଶର ସ୍ୱାସ୍ଥ୍ୟରେ ପ୍ରକୃତ ଉନ୍ନତି ଆଣିବାକୁ ଚାହାଁନ୍ତି, ତେବେ ଆମେ ଆପଣଙ୍କୁ ରସୁଣ ସହିତ କେଶର ଯତ୍ନ ନେବା ପାଇଁ କିଛି ଟିପ୍ସ କହିବୁ। ଜାଣନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Garlic benefits for hair growth

Garlic juice benefits for hair growth

ଆଜିର ଖରାପ ଜୀବନଶୈଳୀ ଯୋଗୁଁ ଉଭୟ ପୁରୁଷ ଏବଂ ମହିଳା ସମସ୍ତେ କେଶ ସମ୍ବନ୍ଧୀୟ ସମସ୍ୟାରେ ପଡୁଛନ୍ତି। କାହାର କମ ବୟସରୁ ଚୁଟି ପାଚିଯାଉଛି ତ ଆଉ କାହାର ଚୁଟି ଉପୁଡୁଛି, କାହାର ଅଧାରୁ ଛିଡି ଯାଉଛି। ଏହାକୁ ଦୃଷ୍ଟିରେ ରଖି କେଶ ସମ୍ବନ୍ଧୀୟ ସମସ୍ୟା ପାଇଁ ବଜାରରେ ଏକରୁ ଅଧିକ ଚିକିତ୍ସା ଉପଲବ୍ଧ ହେଉଛି। କିନ୍ତୁ ଏହା କିଛି ମହଙ୍ଗା ହୋଇଥିବା ବେଳେ ଆଉ କିଛି କ୍ଷତିକାରକ ହୋଇଥାଏ।

Advertisment

ଏପରି ପରିସ୍ଥିତିରେ ଆପଣ ସୁସ୍ଥ ଏବଂ ପ୍ରାକୃତିକ ଉପାୟରେ ଚୁଟିର ବୃଦ୍ଧି କରିବାକୁ ଚାହୁଁଛନ୍ତି କି? ଯଦି ଆପଣ କେଶର ସ୍ୱାସ୍ଥ୍ୟରେ ପ୍ରକୃତ ଉନ୍ନତି ଆଣିବାକୁ ଚାହାଁନ୍ତି, ତେବେ ଆମେ ଆପଣଙ୍କୁ ରସୁଣ ସହିତ କେଶର ଯତ୍ନ ନେବା ପାଇଁ କିଛି ଟିପ୍ସ କହିବୁ। ଏଥିରୁ ଅନେକ ଲାଭ ମିଳିପାରିବ। ରସୁଣରେ ଭିଟାମିନ୍ ବି, ଭିଟାମିନ୍ ସି, ସେଲେନିୟମ୍ ଏବଂ ମାଙ୍ଗାନିଜ୍ ପରି ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ରହିଥାଏ, ଯାହା ଚୁଟିକୁ ଲମ୍ବା, ମୋଟା ଏବଂ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ।

ରସୁଣ ରସର ଉପକାର:

କେଶକୁ ମଜବୁତ କରେ - କେଶରେ ରସୁଣ ରସ ବ୍ୟବହାର କରିବା ଅତ୍ୟନ୍ତ ଉପଯୋଗୀ ହୋଇପାରେ। କେଶକୁ ମଜବୁତ କରିବା ସହିତ ଏହାକୁ ନମନୀୟ କରିବା ପାଇଁ ଏହା ଉପଯୋଗୀ ବୋଲି ବିବେଚନା କରାଯାଏ। ରସୁଣ ରସରେ ସେଲେନିୟମ୍ ଏବଂ ସଲଫର୍ ମିଳିଥାଏ ଯାହା କେଶର ଶକ୍ତିକୁ ବଢାଏ।

Advertisment

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ରସୁଣ ତେଲ; ମୁଣ୍ଡରେ ଲଗେଇଲେ ଉପୁଡିବ ନାହିଁ ଚୁଟି

କେଶ ଝଡିବାକୁ ରୋକେ - ଯଦିଓ ଆପଣ ଅତ୍ୟଧିକ କେଶ ଝଡ଼ିବାରେ ଅସୁବିଧାରେ ପଡିଛନ୍ତି, ତେବେ ଆପଣ ନିଜ କେଶରେ ରସୁଣ ରସ ଲଗାଇ ପାରିବେ। ଏହା କେଶ ଝଡିବାରୁ ମୁକ୍ତି ଦିଏ।

ରୂପିରୁ ମୁକ୍ତି - ରସୁଣ ରସ ବ୍ୟବହାର କରିବା ଦ୍ୱାରା ରୂପି ସମସ୍ୟା ମଧ୍ୟ ଦୂର ହୁଏ। ଏହାକୁ ନିୟମିତ ଭାବରେ କେଶରେ ବ୍ୟବହାର କରିବା ଦ୍ୱାରା ରୂପି ଦୂର ହୁଏ, ଖପୁରୀ କୁଣ୍ଡେଇ ହେବା ମଧ୍ୟ ବନ୍ଦ ହୁଏ।

କ୍ଷତିରୁ ରକ୍ଷା କରନ୍ତୁ - ସୂର୍ଯ୍ୟଙ୍କ କ୍ଷତିକାରକ କିରଣ କେବଳ ଚର୍ମକୁ କ୍ଷତି ପହଞ୍ଚାଏ ନାହିଁ ବରଂ ଏହା କେଶର ପ୍ରାକୃତିକ କିରାଟିନ୍ ପ୍ରୋଟିନ୍‌କୁ ମଧ୍ୟ ଧୀରେ ଧୀରେ କ୍ଷତି କରେ, ଫଳରେ କେଶ ପାଚିଯାଏ। ଏପରି ପରିସ୍ଥିତିରେ, ଆପଣ କେଶର ଯତ୍ନ ପାଇଁ ରସୁଣ ରସ ବ୍ୟବହାର କରିପାରିବେ। ଏହା କେଶକୁ ରକ୍ଷା କରିଥାଏ ଏବଂ ଏହା ନଷ୍ଟ ହେବାକୁ ରୋକିଥାଏ।

କେଶ ବୃଦ୍ଧି - ଏହିପରି ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ରସୁଣରେ ମିଳିଥାଏ ଯାହା କେଶକୁ ଲମ୍ୱା କରିବାରେ ସାହାଯ୍ୟ କରେ। ରସୁଣ ରସ କେଶରେ ଲଗାଇବା ଦ୍ୱାରା ଦ୍ରୁତ ଗତିରେ କେଶ ବଢେ।

କିପରି କରିବେ ପ୍ରସ୍ତୁତ:

କିଛି କୋଲା ରସୁଣ ନେଇ ଟିକି ଟିକି କରି କାଟିଦିଅନ୍ତୁ ଏବଂ ଏହାକୁ ଭଲ ଭାବେ ଗ୍ରାଇଣ୍ଡ୍ କରନ୍ତୁ। ବର୍ତ୍ତମାନ ଏହି ରସରେ ଏକ ଚାମଚ ନଡ଼ିଆ କିମ୍ବା ଅଲିଭ୍ ତେଲ ମିଶାନ୍ତୁ ଏବଂ ଏହାକୁ କେଶର ମୂଳରେ ଭଲ ଭାବରେ ଲଗାନ୍ତୁ। ଏହାକୁ ବ୍ୟବହାର କରିବାର କିଛି ଦିନ ମଧ୍ୟରେ ଆପଣ ପାର୍ଥକ୍ୟ ଦେଖିବା ଆରମ୍ଭ କରିବେ।

Hair Care Health Tips
Advertisment
Advertisment