/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712903300.jpg)
prawn chingudi do pyaza
ଆପଣ ହଷ୍ଟେଲରେ କିମ୍ବା ଘର ଲୋକଙ୍କ ଠାରୁ ଦୂରରେ ରହୁଛନ୍ତି କି ? ଶୁକ୍ରବାରରେ କିଛି ନନଭେଜର ଭଲ ରେସିପି ଖାଇବାକୁ ଇଚ୍ଛା ହେଉଛି କି ? ତାହା ହେଲେ ସହଜରେ ଅଳ୍ପ ଜିନିଷରେ ଏହି ଡିସଟି ଆପଣ ବନେଇ ପାରିବେ । ଏହି ରେସିପିର ନା ହେଉଛି ‘ଚିଙ୍ଗୁଡ଼ି ଦୋପିଆଜା’। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ଚିଙ୍ଗୁଡ଼ି ଦୋପିଆଜା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ
ଚିଙ୍ଗୁଡ଼ି, ପିଆଜ, ଅଦା, ଟମାଟୋ, ଲଙ୍କା, ରସୁଣ, ଗରମ ମସଲା ଗୁଣ୍ଡ, ତେଲ, ଲୁଣ, ହଳଦୀ, ତେଲ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼ାଇ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ଏଥିରେ ଲୁଣ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ।
ବର୍ତ୍ତମାନ କିଛି ପିଆଜକୁ ବଡ଼ ବଡ଼ ଆକାର କରି କାଟନ୍ତୁ। ବାକି ପିଆଜ, ରସୁଣ, ଅଦା ଓ ଲଙ୍କାକୁ ବାଟି ଦିଅନ୍ତୁ।
କଡ଼େଇରେ ତେଲ ଗରମ କରି ସେଥିରେ ବଟା ମସଲା, ଲୁଣ, ହଳଦୀ ଓ ଲଙ୍କାଗୁଣ୍ଡ ପକାଇ କଷନ୍ତୁ।
ମସଲା ଭଲଭାବେ କଷି ହୋଇଗଲେ ସେଥିରେ କଟା ପିଆଜ ପକାଇ ପୁଣି କଷନ୍ତୁ।
ପିଆଜ ଲାଲ୍ ହୋଇଗଲେ ସେଥିରେ ଚିଙ୍ଗୁଡ଼ି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
ଚିଙ୍ଗୁଡ଼ି ସିଝିଆସିଲେ ସେଥିରେ କଟା ଟମାଟୋ ପକାନ୍ତୁ।
ଟମାଟୋ ନରମ ହୋଇଗଲେ ସେଥିରେ ଗରମ ମସଲା ଗୁଣ୍ଡ ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ‘ଚିଙ୍ଗୁଡ଼ି ଦୋପିଆଜା’ । ଏହାକୁ ଘରେ ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।
Kalinga Guest House: ନିଅଁ ପକାଇଥିଲେ ମୁଣ୍ଡି ମାରିଲେ , ଉଦଘାଟିତ ହେଲା କଳିଙ୍ଗ ଅତିଥି ନିବାସ

Hong Kong Inferno Horror: ଛାରଖାର ହୋଇଗଲା ହଜାର ହଜାର ଫ୍ଲାଟ୍ , ହଂକଂ ନିଆଁ ପରେ ଓଡ଼ିଶାରେ ଛନକା

Balangir Dadan Crisis: ଚର୍ଚ୍ଚାରେ ମନ୍ତ୍ରୀଙ୍କ ଟ୍ୟୁସନ, ଖବର ଦେଖି ଗ୍ରାଉଣ୍ଡ ଜିରୋରେ ଯାଞ୍ଚ କଲେ

From Guns to Livelihood: କିଏ ଅଟୋ ଚଳାଇଛି ତ ଆଉ କିଏ ହେଲାଣି ରାଜନେତା , ବଦଳଛି ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପରିଚୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)