• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୁଣି ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ପୁଅ। ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ଲେଖିଲେ ନିଜ ନାଁ। ଲଗାତାର ୧୨ ଘଣ୍ଟା ଟ୍ରେଡ୍‌ମିଲ୍‌ରେ ଦୌଡ଼ି କଲେ ୱାର୍ଲ୍ଡ ରେକର୍ଡ। ରାଉରକେଲାର ଜଣେ ୩୪ ବର୍ଷୀୟ ବ୍ୟକ୍ତି ଏହି ରେକର୍ଡ କରିଛନ୍ତି। ୧୨ ଘଣ୍ଟାରେ ସେ ପାଖାପାଖି ୬୮ କି.ମି ରାସ୍ତା ଅତିକ୍ରମ କରିଛନ୍ତି।

ରାଉରକେଲା ବାସନ୍ତୀ କଲୋନିରେ ରହୁଥିବା ୩୪ ବର୍ଷୀୟ ସୁମିତ କୁମାର ସିଂହ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। ସେ ଟ୍ରେଡ୍‌ମିଲ୍‌ରେ ୧୨ ଘଣ୍ଟା ଦୌଡ଼ି ୬୮ କି.ମି ରାସ୍ତା ଅତିକ୍ରମ କରିଛନ୍ତି। ସେ କଳୁଙ୍ଗାରେ ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ ମଧ୍ୟ କରୁଛନ୍ତି। ସୁମିତଙ୍କ ଲକ୍ଷ୍ୟ ଥିଲା ଯେ ଟ୍ରେଡ୍‌ମିଲ୍‌କୁ ନଛୁଇଁ ଦୀର୍ଘ ୧୨ ଘଣ୍ଟା ତା’ ଉପରେ ଦୌଡ଼ିବା ଏବଂ ପାଖାପାଖି ୬୫ କି.ମି ରାସ୍ତା ଅତିକ୍ରମ କରିବା।

ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ସକାଳ ୮ଟା ୧୫ରୁ ରାତି ୮ଟା ୨୦ ପର୍ଯ୍ୟନ୍ତ ଟ୍ରେଡ୍‌ମିଲ୍‌ରେ ଦୌଡ଼ିଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ସେ ଗିନିଜ୍‌ ୱାର୍ଲ୍ଡ ରେକର୍ଡ ୱେବସାଇଟ୍‌ରେ ଅପଲୋଡ୍‌ କରିଥିଲେ। ଏହାପରେ ଗିନିଜ୍‌ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଏହାର ଯାଞ୍ଚ କରାଯାଇଥିଲା। ତା’ପରେ ସୁମିତଙ୍କ ନାଁରେ ଏକ ଗିନିଜ୍‌ ୱାର୍ଲ୍ଡ ରେକର୍ଡ ସାର୍ଟିଫିକେଟ୍‌ ଜାରି କରାଯାଇଛି।

ଗିନିଜ୍‌ ୱାର୍ଲଡ ରେକର୍ଡ ପକ୍ଷରୁ କୁହାଯାଇଛି ଯେ ଏହା ବିଶ୍ୱର ସବୁଠୁ ଲମ୍ବା ଦୌଡ଼। ସୁମିତ ୧୨ ଘଣ୍ଟାରେ ୬୮.୦୪ କି.ମି ଅତିକ୍ରମ କରିଛନ୍ତି। ମାର୍ଚ୍ଚ ୧୨, ୨୦୨୪ ରେ ସୁମିତ ଏହି ରେକର୍ଡ କରିଥିଲେ। ପୂର୍ବରୁ ମଧ୍ୟ ସୁମିତ୍‌ ରାସ୍ତାରେ ଲଗାତାର ୧୨ ଘଣ୍ଟା ଓ ୨୪ ଘଣ୍ଟା ଦୌଡ଼ିଥିବାର ରେକର୍ଡ କରିଛନ୍ତି। ୧୨ ଘଣ୍ଟାରେ ୧୦୨ କିମି ଓ ୨୪ ଘଣ୍ଟାରେ ୧୬୧ କି.ମି ଦୌଡ଼ ପାଇଁ ତାଙ୍କୁ ଗିନିଜ୍‌ ୱାର୍ଲ୍ଡ ରେକର୍ଡ ପକ୍ଷରୁ ସାର୍ଟିଫିକେଟ ମିଳିଛି। ଏହାଛଡ଼ା ସେ ୩୦ ଦିନ ଧରି ମାରାଥନ ଦୌଡ଼ିବା ନେଇ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି। ଗତବର୍ଷ ଏପ୍ରିଲ୍‌ ୨୫ ରୁ ମେ ୨୪ ଯାଏ ଦୌଡ଼ି ସେ ୧୩୯୨.୬ କି.ମି ଅତିକ୍ରମ କରି ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାଁ ଲେଖିଥିଲେ।