ଆଜି ଆମେ ମାଛର ଏକ ଦେଶୀ ଶୈଳୀରେ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘‘ମାଛ ସାକରା’ । ଏହି ରେସିପିଟିକୁ ଆମେ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Also Read
ଆବଶ୍ୟକ ସାମଗ୍ରୀ:
ମାଛ, ହଳଦୀ ଗୁଣ୍ଡ, ଜିରା ଓ ଲଙ୍କା ଗୁଣ୍ଡ, ଲୁଣ, ଗୁଡ଼, ତେନ୍ତୁଳି ମଣ୍ଡ, ଭୃସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ପଞ୍ଚ ଫୁଟଣ, ରସୁଣ ଛେଚା
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ମାଛକୁ ଧୋଇ ତେଲ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ।
- ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲଗରମ ହୋଇଯିବା ପରେ ସେଥିରେ ମାଛ ଭାଜନ୍ତୁ।
- ମାଛକୁ ଅଧିକ କଡ଼ା କରି ଭାଜନ୍ତୁ ନାହିଁ। ମାଛ ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
- ସାକରା ପ୍ରସ୍ତୁତ କରିବା ପାଇଁ କଡ଼େଇରେ ତେଲ ଗରମ କରି ସେଥିରେ ପଞ୍ଚ ଫୁଟଣ, ଶୁଖିଲା ଲଙ୍କା, ଆବଶ୍ୟକ ଅନୁଯାୟୀ ତେନ୍ତୁଳି ମଣ୍ଡ ଓ ପାଣି ଦିଅନ୍ତୁ।
- ପାଣି ଫୁଟି ଆସିଲେ ସେଥିରେ ରସୁଣ ଛେଚା ଓ ଭୃସୁଙ୍ଗ ପତ୍ର ପକାନ୍ତୁ।
- ତା’ପରେ ସେଥିରେ ଲଙ୍କା ଗୁଣ୍ଡ ଓ ଗୁଡ଼ ପକାଇ ଗୋଳାଇ ଦିଅନ୍ତୁ।
- କିଛି ସମୟ ପରେ ମାଛ ପକାଇ ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ।
- ପାଣି ମରିଯିବା ପର୍ଯ୍ୟନ୍ତ ଚୁଲିରେ କଡ଼େଇ ରଖନ୍ତୁ। ପାଣି ପୂରା ମରିଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଆଣନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ଖଟା ମିଠା ମାଛ ସାକରା। ଏବେ ଏହାକୁ ପ୍ଲେଟ୍କୁ କାଢ଼ି ନିଜେ ଖାଆନ୍ତୁ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।