• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଖାଆନ୍ତୁ 'ମଟନ୍ ମୋଗଲାଇ'

ଆପଣ ମଟନର ବିଭିନ୍ନ ରେସିପି ଖାଇଥିବେ । କିନ୍ତୁ ଆପଣ କେବେ ‘ମଟନ୍ ମୋଗଲାଇ’ ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ‘ମଟନ୍ ମୋଗଲାଇ’ ରେସିପି ପ୍ରସ୍ତୁତ କରିବୁ ।

ଆବଶ୍ୟକୀୟ ସାମଗ୍ରୀ:

ଖାସି ମାଂସ, ଆଳୁ, ଅଣ୍ଡା, ତେଲ, ପିଆଜ, ରସୁଣ, ଅଦା, ଶୁଖିଲା ଲଙ୍କା, ଜିରା, ଧନିଆ ଗୁଣ୍ଡ, ପୋସ୍ତ, ଦହି, ଗରମ ମସଲା, ଟମାଟୋ, ଲୁଣ, ହଳଦୀ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁ ଓ ଅଣ୍ଡାକୁ ସିଝାଇ ଦିଅନ୍ତୁ। ସିଝି ଗଲା ପରେ ଆଳୁ ଓ ଅଣ୍ଡାରୁ ଚୋପା ଛଡ଼ାଇ ଦିଅନ୍ତୁ। ଉଭୟ ଆଳୁ ଓ ଅଣ୍ଡାକୁ ଚାରି ଫାଳ କରି କାଟି ଦିଅନ୍ତୁ। ଏବେ ମାଂସକୁ ଭଲ ଭାବେ ଧୋଇ ଦିଅନ୍ତୁ ।

  • ପ୍ରଥମେ ଆଳୁ ଓ ଅଣ୍ଡାକୁ ସିଝାଇ ଦିଅନ୍ତୁ। ସିଝି ଗଲା ପରେ ଆଳୁ ଓ ଅଣ୍ଡାରୁ ଚୋପା ଛଡ଼ାଇ ଦିଅନ୍ତୁ। ଉଭୟ ଆଳୁ ଓ ଅଣ୍ଡାକୁ ଚାରି ଫାଳ କରି କାଟି ଦିଅନ୍ତୁ।
  • ଏବେ ମାଂସରେ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ।
  • ଏହାକୁ କିଛି ସମୟ ସେମିତି ରଖି ଦିଅନ୍ତୁ। ତା’ପରେ ପିଆଜ, ରସୁଣ, ଲଙ୍କା, ଅଦା, ଜିରା ଓ ପୋସ୍ତ ବାଟି ମସଲା ପ୍ରସ୍ତୁତ କରନ୍ତୁ।

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ‘ମାଛ ମଞ୍ଜି କୋଫ୍ତା’

  • ବର୍ତ୍ତମାନ ଏକ ପାତ୍ରରେ ତେଲ ଗରମ କରି ବଟା ମସଲା, ଧନିଆ ଗୁଣ୍ଡ ଓ ହଳଦୀ ପକାଇ କଷନ୍ତୁ।
  • ମସଲା କଷି ହୋଇଗଲା ପରେ ଏଥିରେ ମାଂସ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ ଓ କଷନ୍ତୁ। ମାଂସ କଷି ହୋଇଗଲା ପରେ ଅଳ୍ପ ପାଣି ଦେଇ ଘୋଡ଼େଇ ଦିଅନ୍ତୁ।
  • ମାଂସ ସିଝି ଗଲେ ସେଥିରେ ଆଳୁ ସିଝା ଓ ଟମାଟୋ ପକାନ୍ତୁ।
  • ଝୋଳ ଫୁଟି ମରି ଗଲେ ସେଥିରେ ଗରମ ମସଲା ପକାଇ ଦିଅନ୍ତୁ।

ଶେଷରେ କଟା ଯାଇଥିବା ଅଣ୍ଡାଗୁଡ଼ିକୁ ତା’ଉପରେ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ମଟନ୍ ମୋଗଲାଇ। ମଟନ୍‌ର ଏହି ରେସିପି ବନେଇ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ଡାଲ୍ ମିଟ୍‌