Advertisment

Yogasana: ଦୈନିକ କରନ୍ତୁ ଏହି ଚାରି ଯୋଗାସନ; ଚୁଟି ଝଡ଼ିବନି କି ପାଚିବନି

ଅନେକ ଲୋକଙ୍କ ଚୁଟି ବହୁତ ଦୁର୍ବଳ, ପତଳା ଏବଂ କମଜୋର ହୋଇଥାଏ। ଏହା ସହିତ ବୟସ ବଢିବା ସହିତ ଚୁଟି ରଙ୍ଗ ମଧ୍ୟ କମିବା ଆରମ୍ଭ କରେ। ଯେଉଁମାନେ ଏଭଳି ସମସ୍ୟାରେ ପୀଡିତ, ସେମାନେ କିଛି ବିଶେଷ ଯୋଗାସନ ଜାଣିବା ଦରକାର, ଯାହାକୁ ଦୈନନ୍ଦିନ କରିବା ଦ୍ୱାରା ଚୁଟି ଝଡିବା ବନ୍ଦ ହେବା ସହିତ ଚୁଟି ମୋଟା ହେବା ଆରମ୍ଭ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
Yoga Asanas to Reduce Hair Fall

Yoga mudras for hair growth that reduce hair fall

ସେ ପୁଅ ହେଉ କି ଝିଅ ହେଉ, ଆଜିକାଲି ଚୁଟି ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇଯାଇଛି। ଅନେକ ଲୋକଙ୍କ ଚୁଟି ବହୁତ ଦୁର୍ବଳ, ପତଳା ଏବଂ କମଜୋର ହୋଇଥାଏ। ଏହା ସହିତ ବୟସ ବଢିବା ସହିତ ଚୁଟି ରଙ୍ଗ ମଧ୍ୟ କମିବା ଆରମ୍ଭ କରେ। ଏହାର କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ, ଯାହା ଶରୀରକୁ ଆବଶ୍ୟକୀୟ ପୋଷଣ ଯୋଗାଇ ପାରେନି।

Advertisment

ତେବେ ଜଣେ ବ୍ୟକ୍ତିର ସୌନ୍ଦର୍ଯ୍ୟର ଅନ୍ୟତମ କାରଣ ହେଉଛି ଚୁଟି। ଏପରି ପରିସ୍ଥିତିରେ ଉଭୟ ପୁରୁଷ ଏବଂ ମହିଳା କଳା ଏବଂ ମୋଟା ଚୁଟି ଚାହାଁନ୍ତି। କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଉଥିବାରୁ ଅନେକ ଚିନ୍ତାରେ ପଡିଯାଉଛନ୍ତି। ଏଥିରୁ ମୁକୁଳିବାକୁ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି।

ଅଧିକ ପଢ଼ନ୍ତୁ: ବିନା ଔଷଧରେ ଭଲ ହେବ ବିପି; ଦୈନିକ କରନ୍ତୁ ଏହି ପାଞ୍ଚ ଯୋଗାସନ

ଅନେକ ଚୁଟି ସମସ୍ୟାକୁ କମ କରିବା ପାଇଁ ବିଭିନ୍ନ ଦାମୀ ପ୍ରଡକ୍ଟ ବ୍ୟବହାର କରନ୍ତି। ତେବେ ଚୁଟି ପାଚିବା କିମ୍ବା ଉପୁଡିବା କମାଇବା ପାଇଁ ରାସାୟନିକ ପଦାର୍ଥ ଏକ ସ୍ଥାୟୀ ସମାଧାନ ନୁହେଁ। ଏଗୁଡିକର ଅତ୍ୟଧିକ ବ୍ୟବହାର ମଧ୍ୟ କ୍ଷତି ଘଟାଇପାରେ। ଏପରି ପରିସ୍ଥିତିରେ, ଘରେ କିଛି ପଦ୍ଧତି ଗ୍ରହଣ କରି ବିନା ଖର୍ଚ୍ଚାନ୍ତରେ ଚୁଟିକୁ କଳା ଏବଂ ମୋଟା କରାଯାଇପାରେ। ସର୍ବପ୍ରଥମେ, ନିଜର ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଉନ୍ନତି ଆଣିବା ଜରୁରୀ। ଏହା ସହିତ କିଛି ଯୋଗାସନ ଅଭ୍ୟାସ କରିବା ମଧ୍ୟ ଉଚିତ। ଯେଉଁମାନେ ଏଭଳି ସମସ୍ୟାରେ ପୀଡିତ, ସେମାନେ କିଛି ବିଶେଷ ଯୋଗାସନ ଜାଣିବା ଦରକାର, ଯାହାକୁ ଦୈନନ୍ଦିନ କରିବା ଦ୍ୱାରା ଚୁଟି ଝଡିବା ବନ୍ଦ ହେବା ସହିତ ଚୁଟି ମୋଟା ହେବା ଆରମ୍ଭ ହେବ।

Advertisment

ଶୀର୍ଷାସନ:

ଶୀର୍ଷାସନ ଅଭ୍ୟାସ କଲେ ମୁଣ୍ଡକୁ ରକ୍ତ ପ୍ରବାହରେ ଉନ୍ନତି ଆସେ, ଯାହା ଚୁଟି ବଢିବାରେ ସାହାଯ୍ୟ କରେ। ଯେଉଁମାନଙ୍କର ଚୁଟି ଝଡୁଛି, ପାଚିଯାଉଛି କିମ୍ବା ପତଳା ଅଛି ସେମାନେ ଦକ୍ଷ ଯୋଗପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ଶିର୍ଷାସନ ଅଭ୍ୟାସ କରିବା ଉଚିତ। ଚାପ କମାଇବା ପାଇଁ ଏହା ଏହି ଆସନ ଅଭ୍ୟାସ କରାଯାଇପାରେ।

ଏହି ଆସନା କରିବା ପାଇଁ, ଦୁଇ ହାତକୁ ମୁଣ୍ଡ ପଛକୁ ନେଇ ତଳକୁ ନଇଁ ମୁଣ୍ଡ ଲଗେଇ ରଖନ୍ତୁ। ଶରୀରର ସନ୍ତୁଳନ ବଜାୟ ରଖି ଗୋଡକୁ ଉପରକୁ ଉଠାନ୍ତୁ।  ମୁଣ୍ଡରେ ଠିଆ ହେବାବେଳେ ସନ୍ତୁଳନ ବଜାୟ ରଖନ୍ତୁ ଏବଂ ସିଧା ରୁହନ୍ତୁ।

ବାଳାସନ:

ବାଳାସନ ଅଭ୍ୟାସ କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଏବଂ ଚାପରୁ ମୁକ୍ତି ମିଳିଥାଏ। ପେଟଜନିତ ସମସ୍ୟା ଏବଂ ଚାପ ଯୋଗୁଁ ଚୁଟି ଝଡିଥାଏ। ତେଣୁ ବାଳାସନ ଚୁଟିକୁ ବଢେଇବା ସହିତ ମୋଟା କରିବା ପାଇଁ ଲାଭଦାୟକ ହୋଇଥାଏ।

ଏହି ଆସନ କରିବା ପାଇଁ ଆଣ୍ଠୁମାଡି ବଜ୍ରାସନରେ ବସନ୍ତୁ। ବର୍ତ୍ତମାନ ହାତକୁ ଉପରକୁ ନେଇ ଏକ ଗଭୀର ଶ୍ୱାସ ନିଅନ୍ତୁ। ତା’ପରେ ଶ୍ୱାସ ଛାଡି ଶରୀରକୁ ଆଗକୁ ଭାଙ୍ଗନ୍ତୁ। ଏହି ଅବସ୍ଥାରେ ମୁଣ୍ଡକୁ ଭୂମିରେ ଏବଂ ପେଟକୁ ଜଙ୍ଘରେ ରଖନ୍ତୁ।

ଅଧିକ ପଢ଼ନ୍ତୁ: ଆପଣ ସ୍ପଣ୍ଡିଲାଇଟିସ୍ ଏବଂ ପିଠି ଯନ୍ତ୍ରଣାରେ ପୀଡିତ କି… କରନ୍ତୁ ଏହି ୩ ଯୋଗାସନ

ତ୍ରିକୋଣାସନ:

ଯଦି ଚୁଟି ଅକାଳରେ ପାଚିଯାଏ, ଶୁଷ୍କତା ଦେଖାଯାଏ ଏବଂ ଅତ୍ୟଧିକ ଉପୁଡୁଥାଏ ତେବେ ତ୍ରିକୋଣାସନ ଅଭ୍ୟାସ କରନ୍ତୁ। ଏହି ଆସନ କରିବାକୁ, ଦୁଇ ପାଦକୁ କିଛି ଦୂରରେ ରଖି ଛିଡା ହୁଅନ୍ତୁ। ବର୍ତ୍ତମାନ ହାତକୁ କାନ୍ଧ ସହ ସିଧା ରଖି ଉପରକୁ ଉଠାନ୍ତୁ। ଡାହାଣ ପାର୍ଶ୍ୱକୁ ନଇଁ, ଡାହାଣ ହାତରେ ଡାହାଣ ପାଦକୁ ସ୍ପର୍ଶ କରନ୍ତୁ। ଏହି ସମୟରେ, ବାମ ହାତକୁ ଆକାଶ ଆଡକୁ ରଖନ୍ତୁ। ଏହି ପ୍ରକ୍ରିୟାକୁ ଅନ୍ୟ ପାର୍ଶ୍ୱରେ ପୁନରାବୃତ୍ତି କରନ୍ତୁ।

ଉତ୍ତାନାସନ:

ଉତ୍ତାସାସନ ନିୟମିତ ଅଭ୍ୟାସ କେଶ ସମସ୍ୟାକୁ ହ୍ରାସ କରିପାରେ। ଏହି ଆସନ କରିବାକୁ ହେଲେ ପ୍ରଥମେ ସିଧା ଠିଆ ହୁଅନ୍ତୁ। ବର୍ତ୍ତମାନ ଏକ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ଦୁଇ ହାତକୁ ଉପରକୁ ଉଠାନ୍ତୁ। ଏହା ପରେ ଶ୍ୱାସ ଛାଡି ହାତକୁ ଭୂମି ଆଡକୁ ନେଇ ପାଦର ଆଙ୍ଗୁଠିକୁ ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତୁ।

Yogasana Hair Care
Advertisment
Advertisment