Advertisment

Health Tips: ଆପଣଙ୍କ ଶରୀର ଦୁର୍ବଳ ହୋଇଯାଉଛି, ଯାହା ଖାଇଲେ ଦେହରେ ଲାଗୁନି… ମାନନ୍ତୁ ଏହି ଟିପ୍ସ… ହେଇଯିବେ ସୁସ୍ଥ-ଶବଳ

ଯଦି ଆପଣ ଯଦି ପତଳା ଶରୀରକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଜିଠାରୁ ଚିନ୍ତା ଛାଡିଦିଅନ୍ତି। ଆଜିଠାରୁ କିଛି ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ। କ୍ୟାଲ୍‌ସିୟମ୍ ଏବଂ ପ୍ରୋଟିନ୍ ସହିତ ପୋଷକ ତତ୍ତ୍ୱରେ ଭରପୂର ଥିବା କିଛି ଖାଦ୍ୟ ଆପଣଙ୍କ ଶରୀରକୁ କରିଦେବ ପରିବର୍ତ୍ତନ ଆଉ ସ୍ୱାସ୍ଥ୍ୟରେ ଆଣିବ ଉନ୍ନତି।

author-image
Pramod Behera
ଅଦ୍ୟତନ ହୋଇଛି
weight gain foods

Some amazing foods to gain weight in just 7 days

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଖାଇବା-ପିଇବାର ବିଶେଷ ଯତ୍ନ ନିଅନ୍ତି ନାହିଁ, ଯେଉଁ କାରଣରୁ ସେମାନଙ୍କ ଶରୀର ଦୁର୍ବଳ ହେବାକୁ ଲାଗେ। ଏହି କାରଣରୁ, ସ୍ୱାସ୍ଥ୍ୟ ସହିତ ବ୍ୟକ୍ତିତ୍ୱ ମଧ୍ୟ ଖରାପ ହେବାକୁ ଲାଗେ। ଯଦି ଆପଣ ମଧ୍ୟ ଏଭଳି ପତଳା ଶରୀରକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଜିଠାରୁ ଚିନ୍ତା ଛାଡିଦିଅନ୍ତି। ଆଜିଠାରୁ କିଛି ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ। କ୍ୟାଲ୍‌ସିୟମ୍ ଏବଂ ପ୍ରୋଟିନ୍ ସହିତ ପୋଷକ ତତ୍ତ୍ୱରେ ଭରପୂର ଥିବା କିଛି ଖାଦ୍ୟ ଆପଣଙ୍କ ଶରୀରକୁ କରିଦେବ ପରିବର୍ତ୍ତନ ଆଉ ସ୍ୱାସ୍ଥ୍ୟରେ ଆଣିବ ଉନ୍ନତି।

Advertisment

ଶରୀରର ମାଂସପେଶୀର ବୃଦ୍ଧି ପାଇଁ ପ୍ରୋଟିନ୍, ଚର୍ବି ଏବଂ କାର୍ବୋହାଇଡ୍ରେଟ୍ ଭରପୂର ଖାଦ୍ୟ ଖାଇବା ଉଚିତ। ଏହା ଶରୀରର ଓଜନ ବୃଦ୍ଧି କରିବ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ। ଦୁଗ୍ଧ, ଦହି, ପନିର, ବଟର ସହିତ ଦୁଗ୍ଧଜାତ ଦ୍ରବ୍ୟ ଓଜନ ବୃଦ୍ଧି ପାଇଁ ସର୍ବୋତ୍ତମ। ଏଥିରେ ପ୍ରୋଟିନ୍ ସହିତ ଭଲ ପରିମାଣର କ୍ୟାଲ୍‌ସିୟମ୍ ଥାଏ, ଯାହା ହାଡକୁ ମଜବୁତ କରିଥାଏ।

ଅଧିକ ପଢ଼ନ୍ତୁ: ବିନା ଭୋକରେ ଖାଉଛନ୍ତି କି ? ହୋଇପାରେ ଭୟଙ୍କର ରୋଗ ! ଜାଣନ୍ତୁ କେମିତି ରୋକିବେ...

Advertisment

ପତଳା ଏବଂ ଦୁର୍ବଳ ଶରୀରରେ ନୂତନ ଜୀବନର ଶ୍ୱାସ ଭରିବା ପାଇଁ ବହୁ ପରିମାଣରେ ଡ୍ରାଏଡ୍ ଫ୍ରୁଟ୍ସ ଖାଇବା ଉଚିତ୍। ଡ୍ରାଏଡ୍ ଫ୍ରୁଟ୍ସ ପୋଷକ ତତ୍ତ୍ୱର ଭଣ୍ଡାର ଘର। ଓଜନ ବୃଦ୍ଧି ପାଇଁ କାଜୁ, ବାଦାମ, କିସ୍‌ମିସ୍, ଖଜୁରୀ ଏବଂ ଅନ୍ୟାନ୍ୟ ଡ୍ରାଏଡ୍ ଫ୍ରୁଟ୍ସ ଖାଇବା ଜରୁରୀ। ଏଥିରେ କ୍ୟାଲୋରୀ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ। ଏସବୁକୁ ସ୍ନାକ୍ସ ଭାବରେ ଖାଇପାରିବେ।

ଓଜନ ବଢାଇଇବା ପାଇଁ ଆପଣ ବାଦାମ ବଟର ଖାଇବା ଆରମ୍ଭ କରିପାରିବେ। ବାଦାମ ବଟରରେ ଅଧିକ କ୍ୟାଲୋରୀ ସହିର ଚର୍ବି ମଧ୍ୟ ଭରପୂର ଥାଏ। ଏଗୁଡିକ ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀ ବୃଦ୍ଧି ପାଏ ଏବଂ ଓଜନ ଦ୍ରୁତ ଗତିରେ ବଢିଯାଏ। ଏହା ବ୍ୟତୀତ ପେଶି, କଖାରୁ ମଞ୍ଜି, ସୂର୍ଯ୍ୟମୁଖୀ ମଞ୍ଜି ପରି ମଞ୍ଜି ଖାଇବା ଦ୍ୱାରା ଶରୀରକୁ ମଜବୁତ କରିଥାଏ ଏବଂ ପ୍ରଚୁର ଶକ୍ତି ଦେଇଥାଏ।

ଓଜନ ବଢାଇବା ପାଇଁ ପ୍ରଚୁର ପରିମାଣରେ ଫଳ ଖାଇବା ଉଚିତ। କଦଳୀ, ସପେଟା, ଅମୃତଭଣ୍ଡା, ସେଓ, ପିଜୁଳି, ଅଞ୍ଜିର ଆଦି ଓଜନ ବଢାଇବାରେ ସାହାଯ୍ୟ କରେ। ଏସବୁରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସୁସ୍ଥ ଶବଳ କରି ଗଢିଥାଏ। ଯଦି ଆପଣ ଚାହାଁନ୍ତି ତେବେ କଦଳୀ ଏବଂ କ୍ଷୀରର ଏକ ସେକ ମଧ୍ୟ କରି ପିଇପାରିବେ। ଏହା କରିବା ଦ୍ୱାରା କିଛି ସପ୍ତାହ ମଧ୍ୟରେ ଶରୀର ସୁସ୍ଥ ଦେଖାଯିବା ଆରମ୍ଭ କରିବ।

କେବଳ ଫଳ ନୁହେଁ ପନିପରିବା ମଧ୍ୟ ଖାଇବା ଦ୍ୱାରା ଓଜନ ଶୀଘ୍ର ବଢିଥାଏ। ଆଳୁ, କନ୍ଦମୂଳ, ମକା, ସୋୟା ଏବଂ ଡାଲି ଖାଇବା ଶରୀରକୁ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ଏବଂ ଦୁର୍ବଳତାକୁ ଦୂର କରିଥାଏ। ବିଶେଷ କଥା ହେଉଛି ଯେ ଆପଣ ଯେତେ ପନିପରିବା ଖାଇବେ, ଆପଣଙ୍କ ଶରୀର ଅଧିକ ଲାଭବାନ ହେବ। ପନିପରିବା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ଅଧିକ ପଢ଼ନ୍ତୁ: ଚାଉଳ ପାଣିର ଅନେକ ଗୁଣ; ଋତୁସ୍ରାବ ସମସ୍ୟା, ଝାଡା ପାଇଁ ରାମବାଣ; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳି

ଖାଇବା ପିଇବା ପରେ ମଧ୍ୟ ଯଦି ଆପଣଙ୍କର ଓଜନ ବଢୁ ନାହିଁ ଏବଂ ଆପଣଙ୍କ ଶରୀର ଶୁଖିଯାଉଛି ଏବଂ କଣ୍ଟା ଭଳି ହୋଇଯାଉଛି ତେବେ ଆପଣ ଡାକ୍ତରଙ୍କ ସହିତ ଯୋଗାଯୋଗ କରି ନିଜକୁ ପରୀକ୍ଷା କରିପାରିବେ। ଏହା ବ୍ୟତୀତ, ଆପଣ ଜଣେ ଫିଟ୍‌ନେସ୍ ପ୍ରଶିକ୍ଷକଙ୍କୁ ଭେଟି କିଛି ଟିପ୍ସ ମଧ୍ୟ ନେଇପାରିବେ।

Nutrients Health Tips
Advertisment
Advertisment