/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712409676.jpg)
Yoga tips for high blood pressure and low blood pressure control
ଆମ ଜୀବନର ପ୍ରକୃତ ମୌଳିକ ମନ୍ତ୍ର ହେଉଛି ସୁସ୍ଥ ରହିବା। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୭ରେ ସାରା ବିଶ୍ୱରେ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଏ। ଜଣେ ସୁସ୍ଥ ରହିଲେ ହିଁ ଜୀବନରେ ଖୁସି ଆସେ। କୌଣସି ବ୍ୟକ୍ତି କେବଳ ବଡି ବିଲ୍ଡିଂ କରି ନିଜ ସୁସ୍ଥ ରଖିପାରେ ନାହିଁ। ଜଣେ ଯଦି ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରୁହନ୍ତି ସେତେବେଳେ ସେ ନିଜକୁ ସଂପୂର୍ଣ୍ଣ ସୁସ୍ଥ ରଖିପାରନ୍ତି। ଏନେଇ ଯୋଗ ହିଁ ସବୁଠାରୁ ଭଲ ବିକଳ୍ପ।
ଆଜିକାଲି ବିଭିନ୍ନ ସାଧାରଣ ରୋଗ ଭିତରେ ବିପିକୁ ଗଣାଯାଏ। ପ୍ରାୟ ପ୍ରତ୍ୟେକଙ୍କ ଘରେ ଏଭଳି ରୋଗୀ ସହଜେ ମିଳିଯାଆନ୍ତି। ବିପି ସମସ୍ୟା ଦୁଇ ପ୍ରକାରର ହୋଇଥିବା ବେଳେ ହାଇ ବିପି ଓ ଲୋ ବିପିର ରୋଗୀ ଦେଖିବାକୁ ମିଳନ୍ତି। ଏହି ଦୁଇ ପ୍ରକାର ବିପି ପାଇଁ ଯୋଗ ମଧ୍ୟ ଭିନ ଭିନ୍ନ ରହିଛି। ତେବେ ଆସନ୍ତୁ ବିପି ସମସ୍ୟାରେ ପୀଡିତ ଲୋକେ କେଉଁ ସବୁ ଯୋଗ କରିବେ ଜାଣିନେବା।
ସୁଖାସନ:
ଏହି ଆସନ ଅଭ୍ୟାସ କରିବା ପାଇଁ, ଦୁଇ ଗୋଡକୁ ଲମ୍ବେଇ ଦଣ୍ଡାସନ ସ୍ଥିତିରେ ସିଧା ବସନ୍ତୁ। ପ୍ରଥମେ ବାମ ଗୋଡକୁ ଭାଙ୍ଗି ଡାହାଣ ଜଙ୍ଘ ଭିତରେ ତଳେ ରଖନ୍ତୁ। ତା’ପରେ ଡାହାଣ ଗୋଡକୁ ଭାଙ୍ଗି ବାମ ଜଙ୍ଘ ଭିତରେ ରଖନ୍ତୁ ଏବଂ ପାପୁଲିକୁ ଆଣ୍ଠୁ ଉପରେ ରଖନ୍ତୁ। ଏହି ସମୟରେ, ମେରୁଦଣ୍ଡକୁ ସିଧା ରଖି ବସନ୍ତୁ।
ବଜ୍ରାସନ:
ଏହି ଆସନ ଅଭ୍ୟାସ କରିବାକୁ, ଆଣ୍ଠୁ ମାଡି ବସିଯାଆନ୍ତୁ। ପାଦକୁ ପାରି ଆଙ୍ଗୁଠିକୁ ବାହରକୁ ରଖନ୍ତୁ ଏବଂ ଗୋଇଠି ଉପରେ ପିଚା ରଖି ବସନ୍ତୁ। ପିଠିକୁ ସିଧା ରଖି ଆଗକୁ ଚାହାନ୍ତୁ। ଏହି ଅବସ୍ଥାରେ କିଛି ସମୟ ବସନ୍ତୁ, ପରେ ସାଧାରଣ ସ୍ଥିତିକୁ ଫେରି ଆସନ୍ତୁ।
ମଳାସନ:
ଏହି ଆସନ କରିବାକୁ ହାତକୁ ଶରୀରର ଦୁଇ ପାର୍ଶ୍ୱରେ ରଖି ସିଧା ଠିଆ ହୁଅନ୍ତୁ। ତା’ପରେ ଆଣ୍ଠୁକୁ ଭାଙ୍ଗି ପିଚାକୁ ତଳକୁ କରନ୍ତୁ ଏବଂ ଗୋଇଠି ପାଖକୁ ନିଅନ୍ତୁ। ପାଦ ଚଟାଣରେ ସମତଳ ଭାବେ ରହିବା ଉଚିତ। ତା’ପରେ ହାତକୁ ପାଦ ଉପରେ ରଖନ୍ତୁ କିମ୍ବା ଛାତି ସାମ୍ନାରେ ଯୋଡି ରଖିପାରିବେ। ଏହି ଅବସ୍ଥାରେ ମେରୁଦଣ୍ଡ ସିଧା ରହିବା ଉଚିତ।
ବୃକ୍ଷାସନ:
ବୃକ୍ଷାସନ କରିବାକୁ ପ୍ରଥମେ ସିଧା ଠିଆ ହୋଇ ଡାହାଣ ପାଦକୁ ଚଟାଣରୁ ଉପରକୁ ଉଠାନ୍ତୁ ଏବଂ ବାମ ପାଦରେ ଶରୀରର ଓଜନକୁ ସନ୍ତୁଳିତ କରନ୍ତୁ। ଡାହାଣ ପାଦକୁ ବାମ ଜଙ୍ଗର ଭିତର ପାଖେ ରଖନ୍ତୁ। ଏହାକୁ ଯଥାସମ୍ଭବ ଜଙ୍ଘ ମୂଳରେ ରଖିବାକୁ ଚେଷ୍ଟା କରନ୍ତୁ। ସନ୍ତୁଳନ ରକ୍ଷା କରି ଦୁଇ ହାତ ଯୋଡି ଛାତି ସାମ୍ନାରେ ରଖନ୍ତୁ। ଏହା ପରେ ହାତକୁ ଉପରକୁ ଉଠାନ୍ତୁ ଓ କାନ୍ଧକୁ ସିଧା ରଖନ୍ତୁ। ଶ୍ୱାସ ଉପରେ ଧ୍ୟାନ ଦିଅନ୍ତୁ। କିଛି ସମୟ ଏହି ସ୍ଥିତିରେ ରହିବା ପରେ ମୂଳ ଅବସ୍ଥାକୁ ଆସନ୍ତୁ। ଅନ୍ୟ ଗୋଡରେ ଏହାକୁ ପୁନରାବୃତ୍ତି କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)