• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭାରତୀୟ ସମାକରେ ମା’ ଭଳି ପବିତ୍ର ଶବ୍ଦ ନାହିଁ। ଏନେଇ ପ୍ରତ୍ୟେକ ବିବାହିତ ମହିଳାଙ୍କ ଇଛାଥାଏ ମା’ ହେବା। କାରଣ ପିଲାଟିଏ ହିଁ ପରିବାରକୁ ସଂପୂର୍ଣ୍ଣ କରିଥାଏ। ଫଳରେ ଦମ୍ପତିମାନେ ଉତ୍ସାହିତ ହୋଇ ଏକ ସନ୍ତାନ ଜନ୍ମ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରନ୍ତି।

ଆଜିର ଯୁଗରେ କିନ୍ତୁ ସେ ମହିଳା ହୁଅନ୍ତୁ ବା ପୁରୁଷ ସେମାନଙ୍କ କ୍ଷେତ୍ରରେ ପ୍ରଜନନ ସମସ୍ୟା ବଢିବାରେ ଲାଗିଛି। ଅନେକ ବିବାହିତ ଦମ୍ପତି ଅଛନ୍ତି, ଯେଉଁମାନେ ଚାହିଁଲେ ମଧ୍ୟ ଗର୍ଭଧାରଣ କରିବାରେ ଅସମର୍ଥ ହେଉଛନ୍ତି।

ପ୍ରସବ ସମ୍ବନ୍ଧୀୟ ସମସ୍ୟା ପାଇଁ ପୁରୁଷ ଏବଂ ମହିଳାମାନେ ଡାକ୍ତରଙ୍କ ନିକଟକୁ ଯାଆନ୍ତି। ତେବେ ଗର୍ଭଧାରଣ ସମସ୍ୟାକୁ ରୋକିବା ପାଇଁ କିଛି ଯୋଗାସନ ମଧ୍ୟ ଅଛି, ଯାହାର ଅଭ୍ୟାସ ଫଳପ୍ରଦ ହୋଇଥାଏ। ମହିଳାମାନଙ୍କ ବ୍ୟତୀତ ପୁରୁଷମାନେ ମଧ୍ୟ ନିୟମିତ ଏହି ଯୋଗାସନ ଅଭ୍ୟାସ କରିବା ଉଚିତ। ଏହିସବୁ ଯୋଗାସନ ଉଭୟ ଶରୀର ଏବଂ ମନ ପାଇଁ ଅତ୍ୟନ୍ତ ଲାଭଦାୟକ। ତେବେ ଉଭୟ ପୁରୁଷ ଓ ମହିଳା ବନ୍ଧ୍ୟାଦୋଷ ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଉଁ ଯୋଗ କରିବା ଜରୁରୀ ଆସନ୍ତୁ ଜାଣିବା।

ଅଧିକ ପଢ଼ନ୍ତୁ: ଏବେଠାରୁ ଅସହ୍ୟ ହେଲାଣି ଗରମ; ଏଥିରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହିସବୁ ଯୋଗ

ସୂର୍ଯ୍ୟ ନମସ୍କାର:

ମାସିକ ଋତୁସ୍ରାବ ଅନିୟମିତତା ଏବଂ ମେନୋପୋଜ୍‌ ସମୟରେ ହେଉଥିବା ସମସ୍ୟାରୁ ମୁକ୍ତି ପାଇଁ ଯୋଗାସନ ଅତ୍ୟନ୍ତ ଉପକାରୀ। ମାସିକ ଋତୁସ୍ରାବରେ ହେଉଥିବା ଅନିୟମିତତାକୁ ରୋକିବା ପାଇଁ ‘ସୂର୍ଯ୍ୟ ନମସ୍କାର’ ବହୁ ଫଳପ୍ରଦ। ଏହି ଯୋଗାସନ ମଧ୍ୟ ମହିଳାଙ୍କ ଗର୍ଭାଶୟରେ ମେନୋପୋଜ୍‌ରେ ପ୍ରଭାବ ପକେଇବା ସହ ପିଲା ଜନ୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ସୂର୍ଯ୍ୟ ନମସ୍କାର ଯୌନ ଗ୍ରନ୍ଥିରେ ଥିବା ସମସ୍ୟାକୁ ଦୂର କରିବାରେ ସହଯୋଗ କରେ।

Surya Namaskar

ବଦ୍ଧକୋଣାସନ:

ବଦ୍ଧକୋଣାସନକୁ ପ୍ରଜାପତି ଆସନ ମଧ୍ୟ କୁହାଯାଏ। ଏହି ସ୍ଥିତିରେ ଭିତର ଜଙ୍ଘ, ପିଚାର ଅଂଶ ଏବଂ ଆଣ୍ଠୁର ମାଂସପେଶୀରେ ପ୍ରଭାବ ପଡେ। ଏହା ଶରୀରରେ ନମନୀୟତା ଆଣିଥାଏ। ଏହି ଆସନର ଅଭ୍ୟାସ ପ୍ରଜନନ କ୍ଷମତାକୁ ବୃଦ୍ଧି କରିଥାଏ। ଏହି ଆସନ ପ୍ରସବ ସମୟରେ ହେଉଥିବା ଯନ୍ତ୍ରଣାକୁ ମଧ୍ୟ ହ୍ରାସ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ।

yoga

ପଶ୍ଚିମୋତ୍ତାନାସନ:

ପଶ୍ଚିମୋତ୍ତାନାସନ ଦେହର ମାଂସପେଶୀକୁ ଷ୍ଟ୍ରେଚ୍ କରିଥାଏ। ଏହି ଆସନ ଅଭ୍ୟାସ କଲେ ପ୍ରଜନନ କ୍ଷମତା ବୃଦ୍ଧି ପାଇବା ସହ ମାନସିକ ଚାପ କମିଯାଏ।

yoga

ବାଳାସନ:

ପ୍ରଜନନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାଳାସନ ମଧ୍ୟ ଅତ୍ୟନ୍ତ ଉପକାରୀ। ଏହି ଆସନ ପ୍ରଜନନ ଅଙ୍ଗରେ ରକ୍ତ ପ୍ରବାହ ବୃଦ୍ଧି କରିବାରେ ସହଯୋଗ କରେ। ଏହା ବ୍ୟତୀତ ପିଠି, ଆଣ୍ଠୁ, ପିଚା ଏବଂ ଜଙ୍ଘର ମାଂସପେଶୀ ମଧ୍ୟ ଏହି ଆସନ ଦ୍ୱାରା ମଜଭୁତ ହୋଇଥାଏ।

balasan

OTV is now on Whatsapp

Join and get latest news update delivered to you via whatsapp

Join Now