• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଦୁଇ ଦିନ ହେବ ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି । ଫଳରେ ତାତିରୁ ଟିକେ ଆଶ୍ବସ୍ତି ମିଳିଛି । କିନ୍ତୁ ପୂର୍ବରୁ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିଲା । ଯାହାର ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡୁଛି । ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଦିନକୁ ୭ ରୁ ୮ ଗ୍ଲାସ୍ ପାଣି ପିଇବା ଉଚିତ । ଏହା ସହ ଖାଦ୍ୟରେ ମଧ୍ୟ କିଛି କିଛି ପରିବର୍ତ୍ତନ କରିବା ପାଇଁ ପଡିଥାଏ । ଅଧିକ ପରିମାଣର ଫଳ ଖାଇବା, କମ୍ ତେଲର ଖାଦ୍ୟ ଖାଇବା ଉଚିତ । ଯାହା ଆମକୁ ଖରା ଦିନରେ ମଧ୍ୟ ସୁସ୍ଥ ରଖିଥାଏ । ତେବେ ଆସନ୍ତୁ ଜାଣିବା ଖରା ଦିନରେ କେଉଁ କେଉଁ ଫଳ ଅଧିକା ଖାଇବା ଉଚିତ୍...

ଖରା ଦିନରେ କେଉଁ ଫଳ ଅଧିକା ଖାଇବା ଉଚିତ୍ ? 

ତରଭୁଜ

ତରଭୁଜରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଖରା ଦିନରେ ତରଭୁଜରେ ମିଳୁଥିବା ଭିଟାମିନ୍ ଏ ଏବଂ ବିଟା-କେରୋଟିନର ସ୍ତର ତ୍ୱଚାକୁ ସୁସ୍ଥ ରଖିଥାଏ । କେଶ ବଢାଇବାରେ ମଧ୍ୟ ସାହାଯ୍ୟ କରେ ।

ଅଧିକ ପଢ଼ନ୍ତୁ: ଭୃସଙ୍ଗ ପତ୍ରର କମାଲ; ବ୍ୟବହାର କରିବାର ୪ ଉପାୟ; ଚୁଟି ହେବ ଲମ୍ବା, ମୋଟା, ଚକ୍‌ଚକ୍

ଆମ୍ବ

ଖରା ଦିନରେ ଆମ୍ବ ଅଧିକ ପରିମାଣରେ ମିଳିଥାଏ । ଆମ୍ବରେ ଭିଟାମିନ୍-ସି ରହିଥାଏ । ଯାହା ଆମ ଆଖି,ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ସେହିପରି କୋଲେଷ୍ଟ୍ରଲ୍ କମ୍‌ କରିବାରେ, ହଜମ ଶକ୍ତି ବଢାଇବା ସହ କ୍ୟାନ୍‌ସର ପରି ସାଙ୍ଘାତିକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

କମଳା

କମଳାରେ ଭିଟାମିନ୍-ସି ଅଧିକ ପରିମାଣରେ ଥାଏ, ଏଥିରେ ଭରପୁର ପରିମାଣରେ କ୍ୟାଲସିଏନମ୍, ଆଣ୍ଟି ଅକ୍ସିଡେଣ୍ଟ ଥାଏ ଯାହା ତ୍ୱଚା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ପ୍ରତ୍ୟେକ ଦିନ ଗୋଟିଏ କମଳା ଖାଇବା ଦ୍ୱାରା ଓଜନ ମଧ୍ୟ କମିଥାଏ ।

ଅମୃତଭଣ୍ତା

ଖରାଦିନରେ ଖାଦ୍ୟରେ ଅମୃତଭଣ୍ତା ସାମିଲ କରିବା ଅତ୍ୟନ୍ତ ଜରୁରୀ । କାରଣ ଏଥିରେ ଯଥେଷ୍ଟ ପରିମାଣରେ ଭିଟାମିନ୍-ସି, ଭିଟାମିନ୍-ଏ ରହିଥାଏ । ଯାହା ଇମ୍ୟୁନିଟି ବଢାଇବା ସହ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ଅମୃତ ଭଣ୍ତା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । 

କାକୁଡ଼ି

କାକୁଡ଼ି କିଏ ଅବା ଖାଇବାକୁ ପସନ୍ଦ ନ କରେ । ବିଶେଷ କରି ଖରା ଦିନେ ଏହା ଆମ ଖାଦ୍ୟ ଥାଳିରେ ନିଶ୍ଚୟ ସାମିଲ ଥାଏ। ଅନେକ ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଏହାକୁ ବ୍ୟବହାର କରି ଥାଆନ୍ତି । ଖରାଦିନରେ ଖାଦ୍ୟରେ କାକୁଡ଼ି ସାମିଲ କରିବା ଅତ୍ୟନ୍ତ ଜରୁରୀ । ଯାହା ଇମ୍ୟୁନିଟି ବଢାଇବା ସହ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ ।

କଦଳୀ

କଦଳୀରେ ଭିଟାମିନ୍-ଏ,ବି,ସି,ଏ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭରପୁର ପରିମାଣରେ ଥାଏ । ସେହିପରି କଦଳୀରେ ବି-୬ ଏବଂ ଏମିନୋଏସିଡ ମଧ୍ୟ ଥାଏ ଯାହା ଆଣ୍ଟି ଅକ୍ସିଜେଣ୍ଟ । ଖରାଦିନରେ କଦଳୀ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।

ଟମାଟୋ

ଟମାଟୋର ବ୍ୟବହାର ଅଧିକାଂଶ ତରକାରୀ ପ୍ରସ୍ତୁତି ପାଇଁ ହୋଇଥାଏ । ଏହାର ବ୍ୟବହାର ସାଲାଡ, ଚଟଣି ଆଦିରେ ମଧ୍ୟ ହୋଇଥାଏ । ଖରାଦିନେ ଟମାଟୋର ଖାଇବା ଦ୍ୱାରା ଶରୀରରେ ଜଳର ଅଭାବ ଦୂର ହୋଇଥାଏ ।

ବେଲ

ଔଷଧୀୟ ଗୁଣରେ ଭରପୁର ବେଲ ପେଟ ସମ୍ମନ୍ଧୀୟ ରୋଗ ପାଇଁ ଅବ୍ୟର୍ଥ ଉପଚାର । ଖାସକରି ଗରମ ଦିନରେ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ ବେଲ ପଣା । ବେଲ ପେଟ ରୋଗକୁ ଦୂର କରେ । ଏହାସହ ଅନ୍ତନଳୀକୁ ମଧ୍ୟ ସଫା ରଖିବାରେ ସହାଯ୍ୟ କରେ ।