ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ମହାଯୁଦ୍ଧ। ୟୁକ୍ରେନ ଉପରେ ଜବରଦସ୍ତ ଆଟାକ୍ ପାଇଁ ମାତ୍ର ଗୋଟିଏ ଦିନରେ ପୁଟିନ୍ ଖର୍ଚ୍ଚ କରୁଛନ୍ତି ଏତିକି ଲକ୍ଷ କୋଟି ଟଙ୍କା…ଏତେ ପରିମାଣ ଟଙ୍କାରେ ପୂରା ବିଶ୍ୱ…
ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଭାରତକୁ ଯୁଦ୍ଧ କରିବାକୁ ଆହ୍ୱାନ ଦେଲା ପାକିସ୍ତାନ। କହିଲା, ସରଳାତାକୁ ଆମର ଦୁର୍ବଳତା ଭାବ ନାହିଁ…ବାଲାକୋଟ୍ ଏୟାର ଷ୍ଟ୍ରାଇକର ତିନିବର୍ଷ ପୂର୍ତ୍ତି ଅବସରରେ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍
ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି। ୟୁକ୍ରେନ ବିରୋଧରେ ଆଣବିକ ଯୁଦ୍ଧ ପାଇଁ ଋଷିଆ ଧମକ ଦେଇଛି। ସୀମାରେ ଆଣବିକ ଅସ୍ତ୍ର ସଜାଗ ରଖିବା ଲାଗି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି।
ମହାଶକ୍ତି ଋଷିଆର ସାମ୍ନା କରିବାକୁ ୟୁକ୍ରେନ ପାଖରେ ସାମର୍ଥ୍ୟ ନାହିଁ, ତେବେ ଦେଶକୁ ବାହ୍ୟଶତ୍ରୁ କବଳରୁ ରକ୍ଷା ଲାଗି ଅସ୍ତ୍ର ଉଠାଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଜେଲେନ୍ସିକ ।
ୟୁକ୍ରେନ ଆକାଶରେ ବିଜୁଳି ଗର୍ଜୁନି, ଗର୍ଜୁଛି ଲଢ଼ୁଆ ବିମାନ, ଗୁଳି ଗୋଳା ଓ ମିଜାଇଲ୍ ରାସ୍ତାରେ ଗାଡ଼ି ଚାଲୁନି, ଚାଲିଛି ମୁହାଁମୁହିଁ ଗନ୍ଫାଇଟ୍ । ପୁଟିନଙ୍କ ସଦ୍ୟ ନିର୍ଦ୍ଦେଶ ପରେ ଋଷୀୟ ସେନା ଚତୁର୍ଥ ଦିନରେ ଆକ୍ରମଣକୁ ଜୋରଦାର କରିଥିବା ବେଳେ, ୟୁକ୍ରେନ ଆର୍ମି ବି ଦେଉଛି କଡ଼ା ଟକ୍କର୍ ।
ଋଷିଆର ଭୟଙ୍କର ଆକ୍ରମଣରୁ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିଲେ ବି, ମୁହଁରେ ଆଘାତ ଲାଗିଛି । ଆଉ ଏଥିପାଇଁ ନିଜ ଭାଷାରେ ସେ ଭିଡିଓଟିଏ ତିଆରି କରି ସୋସିଆଲ୍ ମିଡିଆରେ ଛାଡ଼ିଛି ।
ଯୁଦ୍ଧ ଏକ ବିନାଶକାରୀ ପ୍ରକ୍ରିୟା। ଯେଉଁଠି କେବଳ ଲୋକଙ୍କର ଜୀବନ ଯାଏ । ଏଥିରେ କାହାର ବି ଭଲ ହୁଏନି । ତେବେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ଓ ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବା ମୁସ୍କିଲ କାମ ମଧ୍ୟରୁ ଗୋଟିଏ
ୟୁକ୍ରେନରେ ଡାକ୍ତରୀ ପାଠ ପଢ଼ୁଛନ୍ତି ହରିୟାଣା ଚରଖି ଦାଦରି ଜିଲ୍ଲାର ୧୭ ବର୍ଷୀୟ ନେହା ସାଙ୍ଗୱାନ୍ । ନେହା ଗତ ବର୍ଷ ୟୁକ୍ରେନର ଏକ ମେଡିକାଲ କଲେଜରେ ନାମ ଲେଖାଇଥିଲେ । ବର୍ତ୍ତମାନ ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଘମାଘୋଟ୍ ଲଢ଼େଇ ଚାଲିଛି । ଲୋକେ ପ୍ରାଣ ବିକଳରେ ଦେଶ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି ।
ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଗୁରୁବାର ଘୋଷଣା କରାଯାଇଥିବା ଯୁଦ୍ଧକୁ ବିରୋଧ କରିବା ପାଇଁ ରୁଷର ସହର ଗୁଡ଼ିକରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆମେରିକାର ହ୍ୱାଇଟ୍ ହାଉସ ବାହାରେ ମଧ୍ୟ କିଛି ଲୋକ ରାଲି କରିଥିଲେ ଏବଂ ଦିନସାରା ଋଷିଆ ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।
ଗୁଗୁଲ ପୂର୍ବରୁ, ୟୁଟ୍ୟୁବ୍ ଋଷିଆର ମିଡିଆ ସଂଗଠନ ଆରଟି ସମେତ ଅନେକ ଋଷିଆ ଚ୍ୟାନେଲକୁ ବିଜ୍ଞାପନରୁ କରୁଥିବା ଟଙ୍କା ରୋଜଗାର ଉପରେ ରୋକ୍ ଲଗାଇ ଦେଇଥିଲା
ଋଷିଆ- ୟୁକ୍ରେନ୍ ଘମାଘୋଟ୍ ଲଢ଼େଇ ମଧ୍ୟରେ ପ୍ରାୟ ୧୬,୦୦୦ ଭାରତୀୟ( ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ) ୟୁକ୍ରେନରେ ଫସି ରହିଛନ୍ତି । ସେଠାରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଶନିବାର ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରିଛି ।
ଯୁଦ୍ଧ ଜର୍ଜରିତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ମଧ୍ୟରୁ ୪୬୯ ଜଣ ସ୍ୱଦେଶ ଫେରିଛନ୍ତି। ସ୍ୱଦେଶ ଫେରିଥିବା ଛାତ୍ରଛାତ୍ରୀ ଓ ଭାରତୀୟଙ୍କ ମୁହଁରେ ହସ ଦେଖି ଆନନ୍ଦିତ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି।
ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି। କିଭ୍ରେ ଋଷିଆର ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନ ସମସ୍ତ ସାମର୍ଥ୍ୟ ଲଗାଇଛି। ୟୁକ୍ରେନ ସେନା ଦୃଢ଼ ଭାବେ ଋଷିଆକୁ ଜବାବ ଦେଉଥିବା ସୂଚନା ମିଳିଛି।
ୟୁକ୍ରେନର ସାହସୀ ସୈନ୍ୟ। ଋଷିଆ ସୈନ୍ୟକୁ ରୋକିବା ପାଇଁ ନିଜ ସହ ବ୍ରଜ୍କୁ ବିସ୍ଫୋରଣ କରି ଉଡାଇଦେଲେ। ଆଗକୁ ବଢିପାରିଲାନି ଋଷିଆ ସୈନ୍ୟ...ଜୀବନ ଦେଇ ଲକ୍ଷଲକ୍ଷ ୟୁକ୍ରେନବାସୀଙ୍କ ବଂଚାଇଲେ ଜୀବନ, ଦେଖନ୍ତୁ ବିସ୍ଫୋରଣର ସେହି ଭୟଙ୍କର ଚିତ୍ର
ୟୁକ୍ରେନ-ଋଷିଆ ମଧ୍ୟରେ ଲାଗିଛି ଯୁଦ୍ଧ। ସମୁଦ୍ରରେ ମୁହାଁମୁହିଁ ହେଲେ ଋଷିଆ-ଆମେରିକା। ହ୍ୱାଇଟ୍ ହାଉସ କହିଲା, ଆମେ କେଉଁଠି ରଖିଛୁ ଆଣବିକ ଜାହାଜ କହିବାକୁ ବାଧ୍ୟ ନୁହେଁ...ଋଷିଆ କହିଲା ଆମେ...
ମହାଯୁଦ୍ଧ ବେଳେ ୟୁକ୍ରେନ୍ ସାଂସଦ ଧରିଲେ ବନ୍ଧୁକ। ପୁଟିନ୍ଙ୍କୁ ଦେଲେ କଡ଼ା ଚେତାବନୀ। କହିଲେ, ଆମ ଦେଶକୁ ସୁରକ୍ଷା ଦେବା ପାଇଁ ମୁଁ ପ୍ରସ୍ତୁତ...ପାଦେ ଆଗକୁ ବଢିବ ତ....
ଜଣେ ୟୁକ୍ରେନ ସୈନିକଙ୍କର ଏ ଭିଡିଓଟି ଆପଣଙ୍କ ଆଖିରୁ ଲୁହ ଖସେଇ ଦେବାକୁ ଯଥେଷ୍ଟ। ସୈନିକ ବାପଟି ଜାଣିନି, ଯୁଦ୍ଧଭୂଇଁରୁ ସେ ଆଉ ଫେରିବ କି ନାହିଁ। ବିଦାୟ ଦେଲାବେଳେ, ବାପ ହାତରେ କୁନିଝିଅଟି ଗୁଞ୍ଜି ଦେଇଛି ଏକ ଛୋଟିଆ କାଗଜ। ଯାହାକୁ ପଢ଼ି ଭୋ ଭୋ ହୋଇ କାନ୍ଦୁଛନ୍ତି ୟୁକ୍ରେନର ଏହି ସୈନିକ। ୟୁକ୍ରେନବାସୀ ଭାଙ୍ଗିଯିବେ ସିନା, କିନ୍ତୁ ଋଷ୍ ଆଗରେ ମୁଣ୍ଡ ନୋଇଁବାକୁ ପ୍ରସ୍ତୁତ ନୁହେଁ। ଦେଖନ୍ତୁ ଏହି ଭିଡିଓ।
ଯୁଦ୍ଧ ସ୍ଥିତି ଭିତରେ ଚର୍ଚ୍ଚା, କଣ ରୁଷିଆର ବିଶାଳ ସାମରିକ ଶକ୍ତିକୁ ମୁକାବିଲା କରିପାରିବ ୟୁକ୍ରେନ୍ ? ଉତ୍ତର ଯାହା ବି ହେଉନା କାହିଁକି, ପୁଟିନଙ୍କ ନିଷ୍ପତ୍ତି ଆଗରେ କିନ୍ତୁ ମୁଣ୍ଡ ନୁଆଁଇନି ୟୁକ୍ରେନ୍ ।
କାହା ମାଆଙ୍କ ଆଖିରୁ ଲୁହ ଝରୁଛି ତ ଆଉ କାହା ବାପାଙ୍କ କଲିଜା ଓଟାରି ହୋଇଯାଉଛି । କାହିଁକି ବା ନହେବ । ନିଜ ନିଜ ନୟନପିତୁଳା ଯେହେତୁ ଫସିଯାଇଛନ୍ତି ଯୁଦ୍ଧର ବିଭୀଷିକା ଭିତରେ । ମନକୁ ପାପ ଛୁଉଁଛି, ଅଜଣା ଆତଙ୍କ ମାଡ଼ି ବସୁଛି ।
ୟୁକ୍ରେନର ରାଜଧାନୀ କିଭ ଉପରେ ଋଷ ଆକ୍ରମଣର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର କରାଯାଉଛି । ସେହି ଭିଡିଓ ଗୁଡ଼ିକୁ ଦେଖିଲେ ସେଠାକାର ପରିସ୍ଥିତି କେତେ ଭୟଙ୍କର ତାହା ସହଜରେ ଅନୁମାନ କରାଯାଇପାରିବ ।
ଇଣ୍ଟରନେଟରେ ତାଙ୍କ ଫଟୋ ଭାଇରାଲ ହେବା ପରେ କିରା ଏକ ସାକ୍ଷାତକାରରେ କହିଛନ୍ତି, 'ମୁଁ କେବେ ଭାବି ନଥିଲି ମୋତେ ଦିନେ ଅସ୍ତ୍ର ଉଠାଇବାକୁ ପଡିବ । ଆମେ ଓ ଋଷୀୟ ସୈନିକ ଅସ୍ତ୍ରଶସ୍ତ୍ର ଉଠାଇବା ଭିତରେ ଅନେକ ତଫାତ୍ ରହିଛି ।
ସାହାଯ୍ୟ ମାଗିବା ପାଇଁ ଋଷ ଯାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଏତିକି ବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ଋଷ। ଯୁଦ୍ଧ ବ୍ୟସ୍ତତା ଭିତରେ ଇମ୍ରାନଙ୍କୁ ସାକ୍ଷାତ କରିଥିଲେ ବି ଆଲୋଚନା କରି ପାରି ନଥିଲେ ପୁଟିନ୍। ଶେଷରେ ସବୁ ଇଛା ଫସର ଫାଟିଗଲା।
ଜଣେ ବାହାଦୂର ସୈନିକଙ୍କୁ ହରାଇ ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ୍ ନିଜ ଫେସବୁକ୍ ପେଜରେ ଏସମ୍ପର୍କରେ ପୋଷ୍ଟ କରି ଶୋକପ୍ରକାଶ କରିଛନ୍ତି । ଋଷୀୟ ସେନାଙ୍କୁ ଅଟକାଇବା ପାଇଁ ଏକମାତ୍ର ଉପାୟ ଥିଲା ବ୍ରିଜକୁ ଉଡ଼ାଇବା ଏବଂ ତେଣୁ ବାଟାଲିୟନ ଏହି ନିଷ୍ପତ୍ତି ନେଇଥିଲା
ଋଷୀୟ ସେନା ୟୁକ୍ରେନର ରାଜଧାନୀ କିଭ୍ ପହଞ୍ଚି ସାରିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ମିଥ୍ୟା ଖବରକୁ ବିଶ୍ୱାସ ନକରିବାକୁ ଭିଡିଓରେ କହିଛନ୍ତି ।
କିଭ ଖାଲି କରିବା ପାଇଁ ଭୋଲୋଡିମିର ଜେଲେନସ୍କିଙ୍କୁ ଆମେରିକା ସରକାର ଅନୁରୋଧ କରିଥିଲେ ବୋଲି କହିଛନ୍ତି ଆମେରିକାର ଗୁପ୍ତଚର ବିଭାଗର ଜଣେ ବରିଷ୍ଠ ଅଧିକାରୀ । ହେଲେ ନିଜ ଦେଶ ତଥା ଦେଶବାସୀଙ୍କୁ ଏପରି ଦୋଦୁଲ୍ୟମାନ ଅବସ୍ଥାରେ ଛାଡ଼ିବାକୁ ଚାହୁଁନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ।