/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647511701.jpg)
Karolina Bielawska
ପୋଲାଣ୍ଡ ସୁନ୍ଦରୀ ହେଲେ ମିସ୍ ଓ୍ୱାର୍ଲଡ । ୭୦ତମ ମିଡ୍ ଓ୍ୱାର୍ଲଡ ପ୍ରତିଯୋଗିତାରେ ବିଜୟ ମୁକୁଟ ପିନ୍ଧିଛନ୍ତି ପୋଲାଣ୍ଡ ସୁନ୍ଦରୀ କାରୋଲିନ୍ ବିଲାଓ୍ୱସ୍କା । ୨୦୨୧ର ବିଶ୍ୱସୁନ୍ଦରୀ ଭାବେ ମୁକୁଟ ପିନ୍ଧିଛନ୍ତି କାରୋଲିନ୍ । ପୁଏରତୋ ରିକୋ ଠାରେ ଆୟୋଜିତ ଏହି ବିଶ୍ୱସୁନ୍ଦରୀ ପ୍ରତିଯୋଗିତାରେ ୨୦୧୯ର ମିସ୍ ୱାର୍ଲଡ୍ ଟୋନି ଆନ ସିଂହ ୨୦୨୨ର ମିସ୍ ୱାର୍ଲ୍ଡ କାରୋଲିନ୍ ବିଲାୱସ୍କାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ ।
Karolina Bielawskଆମେରିକାରେ ରହୁଥିବା ଭାରତୀୟ ବଂଶୋଭବ ଶ୍ରୀସାଇନି ପ୍ରଥମ ରନର୍ସଅଫ୍ ହୋଇଥିଲେ । ଆଇଭୋରି କୋଷ୍ଟର ଅଲିଭିଆ ୟାସେ ଦ୍ୱିତୀୟ ରନର୍ସ ଅଫ ହୋଇଛନ୍ତି । ଭାରତର ମନ୍ସା ବାରଣାସୀ ୧୧ନଂ ସ୍ଥାନ ଅଧିକାର କରିଛନ୍ତି । ମନସା ୨୦୨୦ରେ ଫେମିନା ମିସ୍ ଇଣ୍ଡିଆ ୱାଲର୍ଡର ବିଜେତା ମଧ୍ୟ ହୋଇଥିଲେ ।
ତେବେ ମହାମାରୀ କରୋନା ପାଇଁ ଗତ ଡିସେମ୍ବରରୁ ଅଟକି ରହିଥିବା ମିସ୍ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା । ୩ ମାସ ପରେ ସାନ ଜୁଆନସ୍ଥିତ କୋକାକୋଲା ମ୍ୟୁଜିକ୍ ହଲରେ ଏହା ଅନୁଷ୍ଠିତ ହୋଇଛି ।
୨୧ ବର୍ଷ ପରେ ଗତବର୍ଷ ଭାରତର ହାରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ ଟାଇଟଲ ହାସଲ କରିବାରେ ସକ୍ଷମ ହୋଇଥିବା ବେଳେ ଏଥର କିନ୍ତୁ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ନିରାଶ କରିଛନ୍ତି ମାନସା । ହାଇଦ୍ରାବାଦରେ ଜନ୍ମ ଗ୍ରହଣ କରିଥିବା ମାନସା ପିତାଙ୍କ ଚାକିରି ଯୋଗୁ ଛୋଟ ବେଳୁ ମାଲେସିଆ ସିଫ୍ଟ ହୋଇଯାଇଥିଲେ । ଏହାପରେ ସେ ଭାରତ ଫେରି ହାଇଦ୍ରାବାଦରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ପଢ଼ିଥିଲେ । ୨୦୨୦ ମସିହାରେ ସେ ତେଲେଙ୍ଗାନା ତରଫରୁ ଫେମିନା ମିସ୍ ଇଣ୍ଡିଆ-୨୦୨୦ ପ୍ରତିଯୋଗିତାରେ ସାମିଲ ହୋଇ ଟାଇଟଲ ହାସଲ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)