• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଋଷ ବିପକ୍ଷରେ ଭୋଟ ଦେଲା ଭାରତ । ଗୋଟିଏ ପଟେ ଭାରତ-ଋଷ ସମ୍ପର୍କ ଅତି ଘନିଷ୍ଟ ବୋଲି ଚର୍ଚ୍ଚା ହେଉଥିବା ବେଳେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିଷଙ୍କ ନିକଟରେ ଋଷ ବିପକ୍ଷରେ ଭୋଟ ଦେଇଛି ଭାରତ । ICJରେ ଋଷ ସପକ୍ଷରେ ୨ଟି ଓ ବିରୋଧରେ ୧୩ଟି ଭୋଟ୍ ପଡ଼ିଥିବା ବେଳେ ଭାରତୀୟ ବିଚାରପତି ଜଷ୍ଟିସ୍ ଦଲବୀର ଭଣ୍ଡାରୀ ଋଷ ବିରୋଧରେ ଭୋଟ୍ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଯେ, ଭାରତ ଏକ ଶାନ୍ତି ପ୍ରିୟ ରାଷ୍ଟ୍ର । ଯିଏ କି ଯୁଦ୍ଧକୁ ପ୍ରୋତ୍ସାହନ ଦିଏ ନାହିଁ । ଏମିତିକି ବନ୍ଧୁ ରାଷ୍ଟ୍ର ବି ଯଦି ଭୁଲ କଲେ ତେବେ ତାକୁ ଭାରତ ସମର୍ଥନ ଦେବ ନାହିଁ ବୋଲି ସ୍ପଷ୍ଟ । 

ୟୁକ୍ରେନ୍ ବିରୋଧରେ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ନିର୍ଦ୍ଦେଶ ଦେଇଥିବା ବେଳେ, କ୍ରେମ୍‌ଲିନ ଏହା ସମ୍ଭବ ନୁହେଁ ବୋଲି ସଫାସଫା ଶୁଣାଇଦେଇଛନ୍ତି ।

ତେବେ ଗତକାଲି ଋଷକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ । ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ନେଇ ଅନ୍ତରାଷ୍ଟ୍ରୀୟ କୋର୍ଟ ବା ICJ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଥିଲେ ICJ । ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ ତାଗିଦ୍ ମଧ୍ୟ କରିଥିଲେ । ଏହାସହ ରୁଷ୍ ସପକ୍ଷରେ କୌଣସି ରାଷ୍ଟ୍ର ସୈନ୍ୟ ପ୍ରେରଣ ନକରନ୍ତୁ ବୋଲି ମଧ୍ୟ କହିଥିଲେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ । ଇଣ୍ଟରନ୍ୟାସନାଲ ଲ’ ଆଧାରରେ ICJ ଏହି ନିର୍ଦ୍ଦେଶ ଦେଇଥିଲେ । ତେବେ ସାଧାରଣରେ ଏହାକୁ ଋଷ ବିରୋଧରେ ୟୁକ୍ରେନ୍‌ର ଏକ ବଡ଼ ବିଜୟ ବୋଲି କୁହାଯାଇ ପାରିବ ।

ଋଷ-ୟୁକ୍ରେନ୍ ଯୁଦ୍ଧ ମାସେରୁ ଅଧିକ ସମୟ ଧରି ଚାଲିଥିବା ବେଳେ ଏବେ ବି ସମ୍ପୂର୍ଣ୍ଣ ୟୁକ୍ରେନ୍‌କୁ ଅକ୍ତିଆର କରିପାରି ନାହିଁ ଋଷ । ଚାରିଆଡ଼େ ଧ୍ୱଂସର ତାଣ୍ଡବ ଚାଲିଥିବା ବେଳେ ଏବେ ଋଷ ସୈନ୍ୟଙ୍କ ଟାର୍ଗେଟ୍‌ରେ ମାରିଉପୋଲ । ତେବେ ଏହ ଋଷ-ୟୁକ୍ରେନ୍‌ ଯୁଦ୍ଧରେ ଏଯାଏଁ ପ୍ରାଣ ହରାଇଲେଣି ପ୍ରାୟ ୩ ହଜାର ସାଧାରଣ ଲୋକ । ପୂର୍ବରୁ ସେଠାକାର ମାଟର୍ନିଟି ହସ୍ପିଟାଲ ଆକ୍ରମଣର ଶିକାର ହୋଇଥିବା ବେଳେ, ଏବେ ଡ୍ରାମା ଥିଏଟର୍ ଉପରେ ବୋମା ବର୍ଷଣ କରିଛି ପୁଟିନ ସେନା । ଯେଉଁଠି ଆଶ୍ରୟ ନେଇଥିଲେ ବହୁ ଶିଶୁଙ୍କ ସମେତ ହଜାରେରୁ ଅଧିକ ଲୋକ ।

ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିଲେ ବି ଶହ ଶହ ଲୋକ ଧ୍ୱଂସାବଶେଷ ଭିତରେ ଫସିରହିଥିବା ଆଶଙ୍କା କରାଯାଉଛି । ସେପଟେ ଏହି ସହରରେ ହସ୍ପିଟାଲ, ସ୍କୁଲ ଓ ଜନବସତି ଅଞ୍ଚଳକୁ ଋଷର ଆକ୍ରମଣକୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ଓ ଆମେରିକା ରାଷ୍ଟ୍ରପତି ବାଇଡେନ୍ ଯୁଦ୍ଧ ଅପରାଧ ବୋଲି ଆଖ୍ୟା ଦେଇଛନ୍ତି ।