/odishatv-khabar/media/post_attachments/uploadimage/library/16_9/16_9_0/internet_1647344596.jpg)
internet
ଋଷ୍ ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନି। ଭଗ୍ନ ସ୍ତୁପରେ ପରିଣତ ହେଲାଣି ୟୁକ୍ରେନ୍ର କିଭ୍ ଆଉ ଖାରକିଭ୍। ଧିରେ ଧିରେ ବାରୁଦ ଗଦାରେ ପରିଣତ ହେଲାଣି ୟୁକ୍ରେନ୍। ଏ ଭିତରେ କିନ୍ତୁ ମେଡିସିନ୍ ଷ୍ଟୋର୍ ମାନଙ୍କରେ ପୋଟାସିୟମ୍ ଆୟୋଡାଇଡ୍ ଟାବ୍ଲେଟ୍ର ଡିମାଣ୍ଡ ବେଶି। ଅନେକ ଜାଗାରେ ଏହାର ଆକାଶ ଛୁଆଁ ଦର। କେବଳ ୟୁକ୍ରେନ୍ ନୁହେଁ ଏବେ ୟୁକ୍ରେନ୍ ର ପଡୋଶୀ ଦେଶ ମାନଙ୍କରେ ବି ଲୋକେ ଏହି ଟାବ୍ଲେଟ୍ ଗ୍ରହଣ କରିବା ଆରମ୍ଭ କଲେଣି।
ହେଲେ କଣ ପାଇଁ ଏହି ଟାବ୍ଲେଟ୍ର ଡିମାଣ୍ଡ ଏବେ ବଢିଯାଇଛି ? ହଠାତ୍ ଏତେ ଲୋକ ଏତେ ପରିମାଣରେ ଏହି ଟାବ୍ଲେଟ୍ ଗ୍ରହଣ କରିବା ଆରମ୍ଭ କଲେ କାହିଁକି ?
ଋଷ୍ ୟୁକ୍ରେନ୍ର ଆଣବିକ କେନ୍ଦ୍ର ଉପରେ ଆକ୍ରମଣ କରିବା ପରେ ହିଁ ଏହାର ଡିମାଣ୍ଡ ବଢିଯାଇଛି। କାରଣ ଆଣବିକ ବିକିରଣ ସନ୍ଦେହ କରି ଏହି ଟାବ୍ଲେଟ୍ ଗ୍ରହଣ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ଏବେ ଜାଣନ୍ତୁ କଣ ଏହି ପୋଟାସିୟମ୍ ଆୟୋଡାଇଡ୍ ?
ସେଣ୍ଟରସ୍ ଫର୍ ଡିଜିଜ୍ କଣ୍ଟ୍ରୋଲ ଅନୁସାରେ, ପୋଟାସିୟମ୍ ଆୟୋଡାଇଡ୍ ହେଉଛି ଆୟୋଡିନଯୁକ୍ତ ଏକ ଲବଣ । ଯଦି କେଉଁଠି ଦୁର୍ଘଟଣା ବଶତଃ ବିକିରଣ ହୁଏ ସେ ସମୟରେ ଏହି ଲବଣ ବା ପୋଟାସିୟମ ଆୟୋଡାଇଡ୍ ଥାଇରଏଡ ଗ୍ରନ୍ଥିକୁ ସୁରକ୍ଷା ଦେଇଥାଏ ।
କ୍ଷତିକାରକ ରେଡିଓଆକ୍ଟିଟଭ ଆୟୋଡିନ ସହ ଏହା ଲଢିଥାଏ । ତେଣୁ ଏହି ଟାବଲେଟ ଖାଇଥିବା ଲୋକର ଗଳାରେ ସମସ୍ୟା ଦେଖାଦିଏ ନାହିଁ । ଏହା ନଖାଇଥିଲେ ଅତ୍ୟଧିକ ହରମୋନ୍ କ୍ଷରଣ ହୁଏ, ଯାହାଦ୍ୱାରା କର୍କଟ ପରି ରୋଗ ମଧ୍ୟ ସହଜରେ ଆକ୍ରମଣ କରିପାରେ। ସାଧାରଣତଃ ଖାଦ୍ୟରେ ଖିଆଯାଉଥିବା ଲୁଣରେ ଏତେ ଆୟୋଡିନ ନଥାଏ ଯାହାକି ରେଡିଓଆକ୍ଟିଭ ଆୟୋଡିନର ମୁକାବିଲା କରିପାରିବ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଟାବ୍ଲେଟ୍ ଏକ ମହୌଷଧି।
କିପରି ଏହା କାର୍ଯ୍ୟକରେ :
ଥାଇରଏଡ ଗ୍ରନ୍ଥି ଆୟୋଡିନ ଓ ରେଡିଓଆକ୍ଟିଭ୍ ଆୟୋଡିନ ମଧ୍ୟରେ ପାର୍ଥକ୍ୟ ଜାଣିପାରେ ନାହିଁ । ଉଭୟ ଆୟୋଡିନକୁ ଏହା ଗ୍ରହଣ କରିନିଏ । ବିକିରଣ ସମୟରେ ରେଡିଓ ଆକ୍ଟିଭ୍ ଆୟୋଡିନକୁ ମଧ୍ୟ ଏହା ଗ୍ରହଣ କରିନିଏ । ସେହି ସମୟରେ ଯଦି କୌଣସି ବ୍ୟକ୍ତି ପୋଟାସିୟମ୍ ଆୟୋଡାଇଡ୍ ଗ୍ରହଣ କରିଥାଆନ୍ତି, ତେବେ ଥାଇରଏଡ ପ୍ରଭାବିତ ହେବନାହିଁ । ସାଚୁରେସନ ପଏଣ୍ଟରେ ପହଞ୍ଚିଯିବା ପରେ ଥାଇରଏଡ ଗ୍ରନ୍ଥି ଆଉ ଆୟୋଡିନ ଗ୍ରହଣ କରେନାହିଁ । ଏହା ୨୪ଘଣ୍ଟା ପର୍ଯ୍ୟନ୍ତ କାମ କରେ।
ଏବେ ପଡୋଶୀ ଦେଶ ମଧ୍ୟ ସେବନ କରୁଛନ୍ତି :
ୟୁକ୍ରେନ୍ର ଆଣବିକ କେନ୍ଦ୍ର ଉପରେ ଆକ୍ରମଣ ହେବା ପରେ ଏହାର ପଡୋଶୀ ରାଷ୍ଟ୍ର ବେଲ୍ଜିୟମ୍ରେ ପାଖାପାଖି ୩୦ହଜାର ଲୋକ ଏହାକୁ ସେବନ କରିବା ଆରମ୍ଭ କଲେଣି। ସେପଟେ ଫିନ୍ ଲ୍ୟାଣ୍ଡରେ ମଧ୍ୟ ମେଡିସିନ୍ ଷ୍ଟୋର୍ ମାନଙ୍କରେ ଲୋକେ ଏହି ମେଡିସିନ୍ ଖୋଜିବା ଆରମ୍ଭ କଲେଣି।
କେତେବେଳେ ଏହାକୁ ଗ୍ରହଣ କରିବା ଆବଶ୍ୟକ
ଯଦି ଆଣବିକ ବିକିରଣ ହୋଇଛି, କିମ୍ୱା ସେପରି କିଛି ଲକ୍ଷଣ ଦେଖା ଦେଉଛି ସେହି ସମୟରେ ହିଁ ଏହି ଔଷଧକୁ ଗ୍ରହଣ କରିବାକୁ ବିଶେଷଜ୍ଞ ମାନେ ପରାମର୍ଶ ଦେଉଛନ୍ତି। ଯଦି ଅତ୍ୟଧିକ ବ୍ୟସ୍ତ ବିବ୍ରତ ହୋଇ ଏହି ଔଷଧକୁ ବ୍ୟାପକ ମାତ୍ରାରେ ସେବନ କରାଯାଏ ସେତେବେଳେ ଏହା ପ୍ରାଣନାଶକ ମଧ୍ୟ ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)