Advertisment

ଆସିଲା, ଥରିଲା; ନେଲା ଜୀବନ...ଅନ୍ଧାରରେ ୨ କୋଟି ଘର

ବଡ଼ଧରଣର ଭୂକମ୍ପ ଝଟ୍‌କାରେ ଥରିଲା ଜାପାନ। ଟୋକିଓ ଠାରୁ ୨୯୭ କି.ମି. ଦୂର ଉତ୍ତରପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି। ଏହି ଶକ୍ତିଶାଳୀ ଭୂକମ୍ପରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Earthquake In Japan

Earthquake In Japan

ବଡ଼ଧରଣର ଭୂକମ୍ପ ଝଟ୍‌କାରେ ଥରିଲା ଜାପାନ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି। ଟୋକିଓ ଠାରୁ ୨୯୭ କି.ମି. ଦୂର ଉତ୍ତରପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି। ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହି ଥିବାବେଳେ ଫୁକୁଶିମାରେ ମଧ୍ୟ ଏହାର ତୀବ୍ର ପ୍ରଭାବ ଅନୁଭୂତ ହୋଇଛି। 

Advertisment

ଏହି ଶକ୍ତିଶାଳୀ ଭୂକମ୍ପରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣେ ଫୁକୁଶିମା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପଡ଼ୋଶୀ ମିୟାଗି ଅଞ୍ଚଳର। କାନଜଓ୍ୱା, ୟୋକୋହାମା, ନିଗାଟ ଓ ସେନଡାଇ ଭଳି ଅଞ୍ଚଳରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି।ଭୂକମ୍ପ ପରେ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଥିବା ଜାପାନ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସୂଚନା ମିଳିଛି। ଫଳରେ ପ୍ରାୟ ୨ କୋଟି ଘର ଅନ୍ଧାରରେ ରହିଥିବା ଜଣାପଡ଼ିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭୂକମ୍ପ ଯୋଗୁ ଅନେକ ଘରେ ଫାଟ ଚିହ୍ନ ସୃଷ୍ଟି ହୋଇଛି। ଲୋକମାନେ ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଭୂକମ୍ପ ଝଟକା ପରେ ଜାପାନର ପାଣିପାଗ ଏଜେନ୍ସି ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପାଇଁ ସୁନାମି ଆଲର୍ଟ ଜାରି କରାଯାଇଥିଲା। ଏହାସହ ସମୁଦ୍ର କୂଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଥିଲା। ତେବେ କେତେକ ସ୍ଥାନରେ ଜଳସ୍ତର ସାଧାରଣଠାରୁ ୩୦ ସେ.ମି.ରୁ ଅଧିକ ଥିବା ରେକର୍ଡ କରାଯାଇଥିଲା। ଫଳରେ ଆଜି ଭୋର ସମୟରେ ଉତ୍ତର-ପୂର୍ବ ଜାପାନରେ ଜାରି ହୋଇଥିବା ସୁନାମୀ ଆଲର୍ଟକୁ ହଟାଇ ଦିଆଯାଇଛି। 

Advertisment

ତେବେ ବର୍ତ୍ତମାନ ସୁଦ୍ଧା ବଡ଼ ଧରଣର କ୍ଷୟକ୍ଷତି ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ।  

Earthquake Earthquake In Japan
Advertisment
Advertisment