• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ ଉପରେ ରୁଷ ଆକ୍ରମଣ ୨୧ ଦିନରେ ପହଞ୍ଚିଛି । ଏହାସହ ରୁଷ୍ ୟୁକ୍ରେନ ରାଜଧାନୀ କିଭ୍ ନିକଟତର ହେଉଛି ରୁଷ । ସେନା ପକ୍ଷରୁ କିଭ୍ ସହର ଉପରେ ଘନ ଘନ ବୋମା ବର୍ଷଣ କରାଯାଉଛି । ମଙ୍ଗଳବାର ଦିନ କିଭ୍ ସହରରେ ଥିବା ବଡ଼ ବଡ଼ କୋଠା, ଆପାର୍ଟମେଣ୍ଟ ଓ ବିମାନବନ୍ଦରକୁ ରୁଷ୍ ଟାର୍ଗେଟ କରିଛି । ଏହି ଆକ୍ରମଣରେ ୧୨ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଇରପିନ ପାଖରେ ଗୋଟିଏ ୧୫ ମହଲା କୋଠାକୁ ବୋମା ବର୍ଷଣ କରି ଉଡ଼ାଇ ଦେଇଛି ରୁଷ୍ । ଏହାପରେ କିଭରେ ଗୁରୁବାର ପର୍ଯ୍ୟନ୍ତ ପୁଣିଥରେ କର୍ଫ୍ୟୁ ଲଗାଯାଇଛି ।

Russia-Ukraine War Day- 21: LIVE UPDATE

ସେପଟେ ଖୁବଶୀଘ୍ର ଯୁଦ୍ଧର ଅବସାନ ଘଟିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି କହିଛନ୍ତି । ଗତକାଲି ଦ୍ୱିତୀୟ ଦିନ ପାଇଁ ଲଗାତର ଭାବେ ରୁଷ୍ ଓ ୟୁକ୍ରେନର ମଧ୍ୟସ୍ଥିଙ୍କ ମଧ୍ୟରେ ଶାନ୍ତି ଫେରେଇ ଆଣିବା ଲାଗି ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଓ ଯୁଦ୍ଧ ବିରତିକୁ ପ୍ରାଧାନ୍ୟ ଦିଆଯାଇଛି । ଏହାସହ ରୁଷର କେତେକ ସରତ୍ତରେ ୟୁକ୍ରେନ ରାଜି ହୋଇଛି ।

ବର୍ତ୍ତମାନ ପାଇଁ ନାଟୋର ସଦସ୍ୟ ହେବ ନାହିଁ ବୋଲି ୟୁକ୍ରେନ ମାନି ନେଇଛି । ସେପଟେ ୩ ପ୍ରମୁଖ ୟୁରୋପୀୟ ଦେଶର ପ୍ରତିନିଧି କିଭ୍ ଗସ୍ତ କରିବାକୁ ଯୋଜନା କରିଛନ୍ତି । ଚେରନିଭ୍ ଓ ମିକୋଲିଭ୍ ଟାଉନ ଉପରେ ସୋମବାର ରାତିରେ ୬୦ଟି ବୋମାମାଡ଼ କରାଯାଇଛି ।