• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ୍‌ ସହ ଯୁଦ୍ଧ କରି କରି ଥକି ଗଲା କି ଋଷିଆ ? ଯୁଦ୍ଧରୁ ବିରତ ହେଉନଥିବା ପୁଟିନ୍‌ ସରକାର ଏବେ ଅଡ଼ୁଆରେ । ଗତ ୧୯ ଦିନ ଧରି ୟୁକ୍ରେନ୍‌ ଉପରେ ଘନ ଘନ ଆକ୍ରମଣ କରୁଛି ଋଷିଆ । ରାଜଧାନୀ କିଭ୍‌ ଅକ୍ତିଆର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ଋଷୀୟ ସୈନିକ । ତେବେ ଏହାର ମଧ୍ୟରେ ଋଷିଆର ସ୍ଥିତି ଦୟନୀୟ ହୋଇପଡ଼ିଲାଣି । ଚୀନ୍ ଠାରୁ ସାମରିକ ସହାୟତା ଲୋଡିଛନ୍ତି ଭ୍ଲାଦିମିର୍ ପୁଟିନ୍‌ । ମିଡିଆ ରିପୋର୍ଟରେ ଅନୁସାରେ ଋଷିଆ ଚୀନ୍‌ ଠାରୁ ସାମରିକ ସହାୟତା ମାଗିଥିବା ଜଣେ ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଦାବି କରିଛନ୍ତି ।

Russia-Ukraine War Day-19: LIVE UPDATE

ଫାଇନାନ୍ସିଆଲ୍ ଟାଇମ୍ସ ଏବଂ ନ୍ୟୁୟର୍କ ଟାଇମ୍ସ ରିପୋର୍ଟର ଦାବି ଅନୁସାରେ, ଋଷିଆ ଚୀନ୍‌ ଠାରୁ ସାମରିକ ସହାୟତା ତଥା ଆର୍ଥିକ ସହାୟତା ମାଗିଛି । ତେବେ କେଉଁ ପ୍ରକାର ସାମରିକ ଅସ୍ତ୍ର ଋଷିଆ ମାଗିଛି,ତାହା ସ୍ପଷ୍ଟ ହୋଇନି । ୧୯ ଦିନ ଧରି ୟୁକ୍ରେନରେ ଯୁଦ୍ଧ କରୁଥିବା ଋଷିଆର ଆର୍ଥିକ ସ୍ଥିତି ଠିକ୍‌ ନାହିଁ । ଯୁଦ୍ଧ ଯୋଗୁଁ ପଶ୍ଚିମ ଦେଶଗୁଡ଼ିକ ଦ୍ୱାରା ଲଗାଯାଇଥିବା କଠୋର ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ପୁଟିନ୍‌ ସରକାର ଅକଳରେ ପଡ଼ିଯାଇଛନ୍ତି । ୟୁକ୍ରେନ ଉପରେ ଆକ୍ରମଣକୁ ସମର୍ଥନ କରିବା ପାଇଁ ଚୀନ୍‌କୁ ଡ୍ରୋନ୍‌ ସମେତ ସାମରିକ ସହାୟତା ମାଗିଛି ଋଷିଆ।

ୟୁକ୍ରେନ ଉପରେ ଋଷିଆର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ଏବଂ ଏହାର ୟୁରୋପୀୟ ସହଯୋଗୀମାନେ ଋଷିଆକୁ ଆର୍ଥିକ ବ୍ୟବସ୍ଥାରୁ ବହିଷ୍କାର କରିଛନ୍ତି । କେବଳ ଏତିକି ନୁହେଁ ଋଷିଆର ଅନେକ ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି । ସେପଟେ ୱାଶିଂଟନରେ ଥିବା ଚୀନ୍ ଦୂତାବାସର ମୁଖପାତ୍ର ଲିୟୁ ପେଙ୍ଗୁ ସିଏନ୍ଏନ୍ ଏସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା କହିଛନ୍ତି । ଋଷିଆ ଚୀନକୁ ସାମରିକ ସହୟତା ମାଗିଥିବା କଥା ଜାଣିନାହିଁ ବୋଲି ସେ କହିଛନ୍ତି ।

ସେପଟେ ୧୯ ଦିନ ହେଲାଣି ଜାରି ରହିଛି ୟୁକ୍ରେନ-ରୁଷିଆ ମହାଭାରତ । ରୁଷିଆ ପକ୍ଷରୁ ହେଉଥିବା ଆକ୍ରମଣକୁ ତୀବ୍ର କରାଯାଇଛି । ଏହାର ସୈନ୍ୟମାନେ ରାଜଧାନୀ କିଭକୁ ଚାରିପଟୁ ଘେରାଉ କରି ରହିଛନ୍ତି । ରୁଷିଆର ଆକ୍ରମଣରୁ ବର୍ତ୍ତି ନାହାନ୍ତି ସାଧାରଣ ଲୋକେ କି ହସ୍ପିଟାଲ । କ୍ଷେପଣାସ୍ତ୍ର ମାଡ଼ରେ ୭ଟି ହସ୍ପିଟାଲ ପୁରା ଧ୍ୱଂସ ହୋଇଥିବା ବେଳେ ୧୦୪ ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଏପର୍ଯ୍ୟନ୍ତ ୧୩ ଶହ ୟୁକ୍ରେନ ସୈନ୍ୟ ନିହତ ହେଲେଣି ବୋଲି କିଭ୍ ପକ୍ଷରୁ କୁହାଯାଇଛି ।