• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରୁଷ ବିରୋଧୀ ଯୁଦ୍ଧରେ ସାମିଲ ହେବାକୁ ୟୁକ୍ରେନକୁ ଆସୁଛନ୍ତି ବିଭିନ୍ନ ଦେଶର ଯୋଦ୍ଧା । ତେବେ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଛି ବିଶ୍ୱର ସର୍ବଶ୍ରେଷ୍ଠ ସ୍ନାଇପର୍ ଓ୍ୱାଲିଙ୍କୁ ନେଇ । ଓ୍ୱାଲି କାନାଡ଼ା ସେନାର ଜଣେ ପୂର୍ବତନ ସ୍ନାଇପର୍ । ଲୁଚି ରହି ବହୁ ଦୂରରେ ଥିବା ଟାର୍ଗେଟକୁ ରାଇଫଲରେ ଲକ୍ଷ୍ୟଭେଦ କରିବାରେ ତାଙ୍କର ସମକକ୍ଷ ଆଉ କେହି ନାହିଁ । ଯୁଦ୍ଧ ସ୍ଥିତିରେ ସେ ଗୋଟିଏ ଗୋଟିଏ ଦିନରେ ୪୦ ଜଣଙ୍କୁ ଗୁଳିରେ ଉଡ଼ାଇବାର କ୍ଷମତା ରଖନ୍ତି ।

ରୟାଲ୍ କାନାଡିଆନ୍ ୨୨ତମ ରେଜିମେଣ୍ଟରେ ଥିବା ବେଳେ ସେ ଇରାକ୍ ଓ ‌ଆଫଗାନିସ୍ତାନରେ ବି ଯୁଦ୍ଧ ଲଢ଼ିଛନ୍ତି । କାନ୍ଦାହାରରେ ସେ ୨୦୦୯ରୁ ୨୦୧୧ ଯାଏଁ ମୁତୟନ ଥିବା ବେଳେ ଆଫଗାନୀ ମାନେ ତାଙ୍କ ନାଁ ଓ୍ୱାଲି ଦେଇଥିଲେ । ଏହାର ଅର୍ଥ ରକ୍ଷକ । ଓ୍ୱାଲିଙ୍କ ପ୍ରକୃତ ନାଁ କାହାକୁ ଜଣାନାହିଁ । ଇରାକର ମୋସୁଲରେ ଟାକ୍-50 ରାଇଫଲ୍ ବ୍ୟବହାର କରି ସାଢ଼େ ୩ କିଲୋମିଟର ଦୂରରୁ ସେ ଜଣେ ଆଇଏସ୍ଆଇଏସ୍ ଆତଙ୍କୀକୁ ଗୁଳିମାରିବାରେ ସଫଳ ହୋଇଥିଲେ ।

ଏହାକୁ ବିଶ୍ୱର ଟପ୍ ରେକର୍ଡ ବୋଲି କୁହାଯାଉଛି । ଓ୍ୱାଲି ଜଣେ କମ୍ପ୍ୟୁଟର୍ ସାଇଣ୍ଟିଷ୍ଟ ମଧ୍ୟ । ୪୦ ବର୍ଷୀୟ ସ୍ନାଇପରଙ୍କ ଘରେ ପତ୍ନୀ ଓ ବର୍ଷକର ପୁଅ ଅଛନ୍ତି । ସେମାନଙ୍କୁ ଛାଡ଼ି ଋଷ ବିରୋଧରେ ଲଢ଼ିବା ପାଇଁ ସେ ଗତ ୪ ତାରିଖରେ ୟୁକ୍ରେନରେ ପହଞ୍ଚିଛନ୍ତି ।

ସେପଟେ ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ କରିବାକୁ ରୁଷୀୟ ସେନା ଚାରିପଟୁ ଧୀରେଧୀରେ ଆଗଉଥିବା ବେଳେ କିଭ୍ ସହର ଭିତରେ ଏବଂ ଉପକଣ୍ଠସ୍ଥ ଇରପିନ୍, ବୁକା ଓ ହୋଷ୍ଟୋମେଲ୍ ଆଦି ଅଞ୍ଚଳରେ ଘନଘନ ବୋମାବର୍ଷଣ ଜାରି ରହିଛି । ଭୀତ-ତ୍ରସ୍ତ ହୋଇ ରହିଛନ୍ତି କିଭ୍ ବାସିନ୍ଦା । ଆଖି ପିଛୁଳାକେ ବୋମା ବର୍ଷା, ଦାଉ ଦାଉ ୯ ମହଲା କୋଠା ଜଳୁଛି । ନିଆଁ ଲିଭିବା ବେଳକୁ ସବୁ କିଛି ଛାରଖାର ହୋଇଯାଉଛି । କିଏ ଘର ଭିତରୁ ଆର୍ତ୍ତନାଦ କରୁଛି, ତ ଆଉ କିଏ ଚିର ଦିନ ପାଇଁ ଶୋଇଯାଇଛି ।