• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଜଣେ ଋଷୀୟ ମଡେଲଙ୍କ ଶବ ମିଳିଛି (russian model corpse) । ତାଙ୍କ ମୃତଦେହ ଏକ ସୁଟକେସରୁ ଉଦ୍ଧାର କରାଯାଇଛି । ଏକ ବର୍ଷ ପୂର୍ବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମାଲୋଚନା କରିବା ପରଠାରୁ ରୁଷୀୟ ମଡେଲ ଜଣକ ନିଖୋଜ ଥିଲେ । ତାଙ୍କୁ ଏକ ବର୍ଷ ପୂର୍ବରୁ ହତ୍ୟା କରାଯାଇଥିବା ଜଣାପଡ଼ିଛି ।

୨୩ ବର୍ଷୀୟ ଋଷୀୟ ମଡେଲର ନାମ ଗ୍ରେଟା ୱେଡଲର। ପୁଟିନ ଜଣେ 'ମାନସିକ ରୋଗୀ' ବୋଲି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତେବେ ଗ୍ରେଟାଙ୍କ ପୂର୍ବତନ ପ୍ରେମିକ ହିଁ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଦିମିତ୍ରୀ କାରୋଭିନ (୨୩ ବର୍ଷ) ମସ୍କୋରେ ଟଙ୍କା ବିବାଦ ପରେ ତାଙ୍କୁ ଗଳା କାଟି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ତେବେ ଏହି ହତ୍ୟାକାଣ୍ଡରେ ମଡେଲଙ୍କ ରାଜନୈତିକ ଦୃଷ୍ଟିକୋଣ ଏବଂ ପୁଟିନଙ୍କ ସହ କୌଣସି ସମ୍ପର୍କ ନାହିଁ ।

ଶବ ସହିତ ତିନି ଦିନ ରହିଥିଲା ଅଭିଯୁକ୍ତ

ଗ୍ରେଟାଙ୍କୁ ଜୀବନରୁ ମାରିଦେବା ପରେ ଅଭିଯୁକ୍ତ ଶବ ସହିତ ଏକ ହୋଟେଲ ରୁମରେ ୩ ରାତି ରହିଥିଲେ । ଏବଂ ଶବକୁ ସେ ନୂଆ କିଣାଯାଇଥିବା ସୁଟକେସ ଭିତରେ ରଖିଥିଲେ । ସୁଯୋଗ ମିଳିବା ପରେ ମୃତଦେହକୁ ୩୦୦ମାଇଲ ଦୂରରେ ଥିବା ଲିପେଟସ୍କ ଅଞ୍ଚଳକୁ ନେଇଯାଇଥିଲେ । ଆଉ ସେଠାରେ ସେ କାରର ଡିକି ଭିତରେ ମୃତଶରୀରକୁ ରଖଦେଇଥିଲେ । ମାରିବା ପରେ ସେ ନିୟମିତ ମଡେଲଙ୍କର ସୋସିଆଲ ମିଡିଆରେ ଫଟୋ ଏବଂ ମେସେଜ ପୋଷ୍ଟ କରୁଥିଲେ । ଫଳରେ ମୃତକଙ୍କ ବନ୍ଧୁ ପରିଜନଙ୍କୁ ସନ୍ଦେହ ହୋଇନଥିଲା ।

ତେବେ ବେଶ୍ କିଛି ଦିନ ପରେ ମଡେଲଙ୍କ ଜଣେ ବନ୍ଧୁ ଜଣେ ତାଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କ ଫୋନ୍ ଲାଗୁନଥିଲା । ପରେ ସେ ମସ୍କୋରେ ଏକ ନିଖୋଜ ମାମଲା ଦାୟର କରିଥିଲେ । ଅନୁସନ୍ଧାନ ପରେ ପୋଲିସ ମଡେଲର ଶବକୁ ଖୋଜି ପାଇଥିଲା ।

୨୦୨୧ରେ ପୁଟିନ୍‌ଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ ମଡେଲ

ଜାନୁଆରୀ ୨୦୨୧ରେ ପୁଟିନଙ୍କ ଉପରେ ମଡ଼େଲ ଜଣକ ଏପରି ମନ୍ତବ୍ୟ ଦେଇଥିଲେ । ଆଉ ତାହାର ମାତ୍ର ଏକ ମାସ ପରେ ତାଙ୍କୁ ହତ୍ୟା କରାଯାଇଥିଲା । ଗ୍ରେଟା ସୋସିଆଲ ମିଡିଆରେ ଲେଖିଥିଲେ, ପୁଟିନ ପିଲାଦିନେ ବହୁତ ଅପମାନିତ ଅନୁଭବ କରୁଥିଲେ । ତାଙ୍କର ସାମାନ୍ୟ ଶରୀର ରୂପ ହେତୁ ସେ ନିଜ ପାଇଁ କିଛି କରିପାରୁ ନଥିଲେ । ଆଉ ଏଥିପାଇଁ ସେ ସ୍କୁଲ ଛାଡ଼ି ଦେଇଥିଲେ ।