Advertisment

NATOକୁ ଚେତାଇଲେ ଜେଲେନ୍‌ସ୍କି, କହିଲେ-  ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ କରନ୍ତୁ, ନ ହେଲେ ପରିଣାମ ଭୋଗିବେ

ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନ୍‌ସ୍କି NATOକୁ ଚେତାଇଛନ୍ତି। ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ କରନ୍ତୁ, ନ ହେଲେ ପରିଣାମ ଭୋଗିବେ।

author-image
Rajalaxmi Sahoo
Ukraine President Volodymyr Zelensky issues chilling warning to NATO

Ukraine President Volodymyr Zelensky issues chilling warning to NATO

୧୯ ଦିନ ହେଲାଣି ଜାରି ରହିଛି ୟୁକ୍ରେନ-ଋଷିଆ ମଧ୍ୟରେ ଯୁଦ୍ଧ। ଋଷିଆ ପକ୍ଷରୁ ୟୁକ୍ରେନରେ ଆକ୍ରମଣକୁ ତୀବ୍ର କରାଯାଇଛି। ରୁଷୀୟ ସୈନ୍ୟମାନେ ରାଜଧାନୀ କିଭ୍‌କୁ ଚାରିପଟୁ ଘେରାଉ କରି ରହିଛନ୍ତି। ଋଷିଆର ଆକ୍ରମଣରୁ ସାଧାରଣ ଲୋକ ମଧ୍ୟ ବର୍ତ୍ତି ପାରି ନାହାନ୍ତି। 

Advertisment

ଋଷିଆ-ୟୁକ୍ରେନ ଯୁଦ୍ଧରେ ୫୯୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଊର୍ଦ୍ଧ୍ୱ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି।ମୃତାହତ ନେଇ ଜାତିସଂଘର ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଋଷିଆ-ୟୁକ୍ରେନ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତା ହେବ। ଭର୍ଚୁଆଲ ମୋଡରେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେବ। ପୂର୍ବରୁ ୩ ଥର ଆଲୋଚନା ହୋଇଥିଲେ ବି କୌଣସି ସମାଧାନର ବାଟ ବାହାରି ନଥିଲା। ଏସବୁ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନ୍‌ସ୍କି NATOକୁ ଚେତାଇଛନ୍ତି। ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ କରନ୍ତୁ, ନ ହେଲେ ପରିଣାମ ଭୋଗିବେ। 

Advertisment

ଜେଲେନ୍‌ସ୍କି NATOକୁ ଚେତେଇ କହିଛନ୍ତି, ଆଗାମୀ ଦିନରେ ଋଷିଆ ରକେଟ୍ NATO ମାଟିରେ ପଡ଼ିବ। NATO ନାଗରିକଙ୍କ ଘରେ ଋଷିଆ ମିଜାଇଲ ମାଡ଼ ହେବ। ଭିଡିଓ ରିଲିଜ୍‌ କରି ଜେଲେନ୍‌ସ୍କି ଉଦ୍‌ବେଗ ପ୍ରକାଶ କରି ଏହା କହିଛନ୍ତି। 

Ukraine President Volodymyr Zelenskyy Russia Ukraine Crisis Ukraine Russia War NATO
Advertisment
Advertisment