ରାଷ୍ଟ୍ରପତି ଟ୍ରମ୍ପ୍ ସୂଚାଇଥିଲେ ଯେ, ୟୁକ୍ରେନକୁ ପରବର୍ତ୍ତି ସହାୟତା ଦେବା ପୂର୍ବରୁ ୱାସିଂଟନ୍-କିଭ୍ ସହ ଗୁରୁତ୍ବପୂର୍ଣ୍ଣ ଖଣିଜ ଚୁକ୍ତି ସ୍ବାକ୍ଷର କରିବା ଜରୁରୀ । ହେଲେ ତା ପୂର୍ବରୁ ଜେଲେନସ୍କି ଆମେରିକାଠୁ ବାସ୍ତବ ସୁରକ୍ଷା ଗ୍ୟାରେଣ୍ଟି ସହ ସାମରିକ ସହାୟତା ଦାବି କରିଥିଲେ । ଆଉ ଏହାକୁ ନେଇ ଆରମ୍ଭ ହୋଇଥିଲା ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ।
ଋଷ୍- ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍ ଗସ୍ତ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ସେ ସହରର ଗଳିକନ୍ଦି ବୁଲି ଦେଖିଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଋଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆମେରିକୀୟ ସଂସଦକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କିଙ୍କ ଭାବପୂର୍ଣ୍ଣ ଅଭିଭାଷଣ ଦେଇଛନ୍ତି। ଆମେରିକୀୟ ସଂସଦରେ ନିଜ ବକ୍ତବ୍ୟ ରଖି ରୁଷ୍ର ବଳପୂର୍ବକ କାର୍ଯ୍ୟକୁ ବେଆଇନ୍ ଦର୍ଶାଇ ଆମେରିକାକୁ ଜେଲେନସ୍କି ଅଧିକ ସହାୟତା ମାଗିଛନ୍ତି।