• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଥମୁନି ଋଷର ଆକ୍ରମଣ । ସପ୍ତାହ ପରେ ସପ୍ତାହ ବିତି ଚାଲିଛି । ହେଲେ ଋଷ ସୈନ୍ୟଙ୍କ ମନ ବୁଝୁନି । ଏବେ ବି ଘନ ଘନ ହେଉଛି ବୋମା ମାଡ଼ । ୟୁକ୍ରେନ୍‌ ଆକାଶରେ ଉଡ଼ିବୁଲୁଛନ୍ତି ଜମ ଦୂତ । କେତେବେଳେ କାହା ପ୍ରାଣ ନେଉଛନ୍ତି କହିବା ମୁସ୍କିଲ । ଅନ୍ୟପଟେ ହାର ମାନିବାକୁ ବି ନାରାଜ ୟୁକ୍ରେନ୍‌ । ତେବେ ଏହାରି ଭିତରେ ଆମେରିକାକୁ ଅସ୍ତ୍ରଶସ୍ତ୍ର ସହାୟତା ମାଗିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି । ଆମେରିକା କଂଗ୍ରେସକୁ ସଂବୋଧନ ଅବସରରେ ସହାୟତା ମାଗିଛନ୍ତି ଜେଲେନ୍‌ସ୍କି । ଏପର୍ଯ୍ୟନ୍ତ ଆମେରିକା କରିଥିବା ସହଯୋଗ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ୟୁକ୍ରେନ ଅଧିବାସୀ ସବୁବେଳେ ଆମେରିକା ପାଖରେ କୃତଜ୍ଞ ବୋଲି କହି ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ଜେଲେନ୍‌ସ୍କି ।

ତେବେ ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ, ବିଭିନ୍ନ ୟୁକ୍ରେନୀୟ ସହରର ଜନବସତି ଓ ଆପାର୍ଟମେଣ୍ଟ ଗୁଡ଼ିକୁ ଟାର୍ଗେଟ୍ ଏବେ କରୁଛି ଋଷ । ଲୋକେ ଯୁଦ୍ଧ ଭୟରେ ବାହାରକୁ ବାହାରିବା ପାଇଁ ଡରୁଥିବା ବେଳେ ଘର ଭିତର ବି ଆଉ ସୁରକ୍ଷିତ ନୁହେଃ । ଆପାର୍ଟମେଣ୍ଟ ଗୁଡ଼ିକ ଆକ୍ରମଣର ଶିକାର ହେବା ଯୋଗୁଁ ବହୁ ଲୋକଙ୍କ ଜୀବନ ବି ଯାଉଛି । ଏପଟେ ୟୁକ୍ରେନ୍ ଆକଳନ ଅନୁସାରେ ଋଷ ସେନା ଆଉ ମାସେ ଦୁଇମାସ ପରେ ଯୁଦ୍ଧ ଜାରି ରଖିପାରିବ ନାହିଁ । ତେଣେ ଋଷରେ ବି ତେଜୁଛି ଯୁଦ୍ଧ ବିରୋଧୀ ପ୍ରତିବାଦ ।

ଏବେ ସୁଦ୍ଧା ୯୦୦ରୁ ଅଧିକ ମିଜାଇଲ୍ ମାଡ଼ କଲାଣି ଋଷ ବୋଲି ଦାବି କରିଛି ଆମେରିକା । ଗତକାଜି କିଭର ୨ଟି ରେସିଡେନ୍ସିଆଲ୍ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି । ଅଗ୍ନିଶମ ଦଳ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଏହାପରେ କିଭରେ ୩୬ ଘଣ୍ଟିଆ କର୍ଫ୍ୟୁ ଲାଗୁକରିଛନ୍ତି ସେଠାକାର ମେୟର୍ ।

ସେପଟେ ନିପ୍ରୋ ଅଞ୍ଚଳର ମୁଖ୍ୟ ବିମାନବନ୍ଦର ବି ମିଜାଇଲ୍ ଆଟାକରେ କ୍ଷତିଗ୍ରସ୍ତ ହୋଇଛି । ଦେଶବ୍ୟାପୀ ଏୟାର୍ ଆଟାକ୍ ଓ୍ୱାର୍ଣ୍ଣିଂ ଜାରି କରିଛି । ତେଣେ ମେ ମାସ ବେଳକୁ ଋଷୀୟ ଆକ୍ରମଣ ଶେଷ ହେବ ଏବଂ ଋଷୀୟ ସେନା ସମ୍ବଳ ଅଭାବରୁ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହେବେ ବୋଲି ଆକଳନ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ।

ଏହାଭିତରେ ଋଷ ଖୁବ୍ ସହଜାରେ ୟୁକ୍ରେନ୍ କବଜା କରିନେବ ବୋଲି ଆରମ୍ଭରୁ ଯେଉଁ ଅନୁମାନ କରାଯାଉଥିଲା, ତାହା ମଧ୍ୟ ଭୁଲ୍ ପ୍ରମାଣିତ ହୋଇଛି । ବହୁ ଋଷୀୟ ଟ୍ୟାଙ୍କକୁ ଧ୍ୱଂସ କରିଦେଇଛି ୟୁକ୍ରେନର ଅପେକ୍ଷାକୃତ ଛୋଟ ଛୋଟ ଆଣ୍ଟିଟ୍ୟାଙ୍କ୍ ମିଜାଇଲ୍ । ଏଥିସହ ବରଫପାତ ଯୋଗୁଁ ଏବେ ୟୁକ୍ରେନର ରାସ୍ତାଘାଟ କାଦୁଅରେ ଭର୍ତ୍ତି ହୋଇଯାଉଥିବାରୁ ଋଷୀୟ ଟ୍ୟାଙ୍କ୍ ଶୀଘ୍ର ଆଗେଇପାରୁନି ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।