/odishatv-khabar/media/post_attachments/uploadimage/library/16_9/16_9_0/Earthquake_1647446406.jpg)
Earthquake
ଜାପାନରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂମି କମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ଟୋକିଓ ଠାରୁ ୨୯୭ କିମି ଦୂର ଉତ୍ତରପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି । ଭୂମିକମ୍ପ ଯୋଗୁଁ ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ସହ ୨ କୋଟି ଘର ଅନ୍ଧାରରେ ରହିଛି ।
ତେବେ ଗତ ମାର୍ଚ୍ଚ ୩ରେ ଓଡ଼ିଶାରେ ମଧ୍ୟ ଭୂ-କମ୍ପ ଅନୁଭୂତ ହୋଇଥିଲା । ଅପରାହ୍ନ ସମୟରେ ଓଡ଼ିଶାର କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା । ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁ ଓ ଡାବୁଙ୍ଗାର କିଛି ଅଞ୍ଚଳରେ ଲୋକମାନେ ଭୂକମ୍ପର ଝଟ୍କା ଅନୁଭୂତ କରିଥିବା କହିଥିଲେ । ସମୟ ପ୍ରାୟ ସାଢ଼େ ୧୨ଟାରେ ଭୂକମ୍ପ ହୋଇଥିଲା । ଭୂକମ୍ପ ତୀବ୍ରତା ୩.୫ ରିକ୍ଟର ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା ।
ସୂଚନା ଅନୁସାରେ, ଭୂକମ୍ପରେ ଡାବୁଗାଁ ଓ ଝରିଗାଁରେ କିଛି ଘରର କାନ୍ଥ ଫାଟି ଯାଇଥିବା ଦେଖିବାକୁ ମିଳିଥିଲା । ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ହୋଇଥିଲା ବୋଲି ଲୋକମାନେ କହିଛଥିଲେ । ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)