Union External Affairs Minister S Jaishankar
ବଡ଼ ଚାଲେଞ୍ଜ ଥିଲା ଅପରେସନ୍ ଗଙ୍ଗା । ଏବେ ସୁଦ୍ଧା ଯୁଦ୍ଧଗ୍ରସ୍ତ ଦେଶରେ ରହିଥିବା ୨୨ ହଜାରରୁ ଅଧିକ ଭାରତୀୟଙ୍କୁ ଅପରେସନ୍ ଗଙ୍ଗା ଅଧୀନରେ ଘରକୁ ଫେରାଇ ଅଣାଯାଇଛି । ତେବେ ୟୁକ୍ରେନ୍ ନଛାଡ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ସେଠାକାର ରାଜନେତା ପ୍ରବର୍ତ୍ତାଇଥିବା କଥା ଜଣାପଡ଼ିଛି । ସ୍ଥିତି ଆକଳନ ନକରି ଛାତ୍ରଛାତ୍ରୀଙ୍କୁ ଭ୍ରମାତ୍ମକ ସୂଚନା ଦେଇଥିଲେ ।
ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ପକ୍ଷରୁ ବି ମିଳିଥିଲା କ୍ୟାରିୟର୍ ନଷ୍ଟ ହୋଇଯିବାର ଧମକ । ଭାରତୀୟ ଦୂତାବାସର ଆଗୁଆ ଆଡଭାଇଜରି ସତ୍ତ୍ୱେ ୟୁକ୍ରେନରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ବହୁ ସଂଖ୍ୟକ ଛାତ୍ରଛାତ୍ରୀ ୟୁକ୍ରେନ୍ ସ୍ଥିତି ଓ ଭାରତୀୟଙ୍କୁ ଉଦ୍ଧାର ପ୍ରସଙ୍ଗରେ ଗତକାଲି ରାଜ୍ୟସଭାକୁ ଅବଗତ କରିବା ବେଳେ ଏହା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । ଅପରେସନ୍ ଗଙ୍ଗା ସୁବୁଠୁ ଆହ୍ୱାନପୂର୍ଣ୍ଣ ଉଦ୍ଧାର ଅଭିଯାନ ଥିଲା ଏବଂ ଏଥିରେ ୨୨ ହଜାର ୫ଶହ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି ।
ସେପଟେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ସୋମବାର ପୁଣି ନିଜ ମତ ଦୋହରାଇଛି ଭାରତ । ଋଷ ଓ ୟୁକ୍ରେନ୍ ସିଧାସଳଖ କଥାବାର୍ତ୍ତା କରି ଏଭଳି ସଂକଟ ସ୍ଥିତିକୁ ଦୂର କରିବା ଉଚିତ ବୋଲି କହିଛନ୍ତି । ଜାତିସଂଘରେ ଭାରତର ଉପ ସ୍ଥାୟୀ ପ୍ରତିନିଧି ଆର୍ ରବୀନ୍ଦ୍ର । ହିଂସା ନୁହେଁ ବରଂ କୂଟନୈତିକ ଆଲୋଚନା ଜରିଆରେ ବିବାଦର ସମାଧାନ ହେବା ଉଚିତ ବୋଲି ସେ କହିବା ସହ ନୂଆଦିଲ୍ଲୀ ଉଭୟ ପକ୍ଷ ସହ ସଂପର୍କରେ ରହିବ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)