ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଘଟଣା ଗତ ଶୁକ୍ରବାର ଦିନ ୩ଟାରେ ଉତ୍ତରପ୍ରଦେଶର ମାଣିକ ଗାଁରେ ଘଟିଛି ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୫୫୦ ଟଙ୍କା ହୋଇଛି।
ଗୁରୁବାର ସନ୍ଧ୍ୟା ସମୟରେ ମାନସିକ ଭିନ୍ନକ୍ଷମ ପିଲାଟି ଘର ନିକଟରେ ସାଙ୍ଗଙ୍କ ସହ ଖେଳୁଥିଲ। ମାତ୍ର ହଠାତ୍ ପିଲାଟି ଘରଠୁ ଦୂର କୋଲାବା ଅଞ୍ଚଳକୁ ଚାଲି ଯାଇଥିଲା। ସେଠାରୁ ଆଉ ସେ ଫେରିବା ବାଟ ପାଇ ପାରି ନ ଥିବା ବେଳେ ରାସ୍ତାରେ ଏକୁଟିଆ ଛିଡ଼ା ହୋଇଥିଲା।
କେବଳ ଭୋଟ ଦେବା ପାଇଁ ସେ ସାଙ୍କେଡାରୁ ୧୩୮କିଲୋମିଟର ଯାତ୍ରା କରନ୍ତି। ସଡକ ପଥ ପରେ ୨ଘଣ୍ଟାର ଜଳପଥ ରାସ୍ତା ଅତିକ୍ରମ କରିବା ପରେ ସେ ଅଧଘଣ୍ଟା ପାଦରେ ଚାଲିଚାଲି ପାହାଡ ଉପରରେ ଥିବା ଘରେ ପହଞ୍ଚନ୍ତି।
ତାମିଲନାଡ଼ୁର ତିରୁଚିରାପଲ୍ଲିର ଏଟ୍ଟାରାଇ ଗାଁରେ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରି ଯାହା ଦେଖିଲେ ସେମାନଙ୍କ ଆଖି ଖୋସି ହୋଇଗଲା। ଏଟ୍ଟାରାଇ ଗାଁର ଏକ ଘରୁ ବ୍ୟାଗରେ ଭର୍ତ୍ତି ହୋଇଥିବା କୋଟିଏ ଟଙ୍କା ଜବତ ହୋଇଛି।
ଅଭିଯୁକ୍ତଜଣକ ଫେରାର ହୋଇ ଯାଇଥିବା ବେଳେ ତାଙ୍କ ସମ୍ପର୍କରେ ସୂଚନା ମିଳି ପାରିନି। ଏଥିସହ ଗୁଳି ମାଡ଼ ପଛର କାରଣ ବି ସ୍ପଷ୍ଟ ହୋଇ ପାରିନି। ତେବେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
ଖରାଦିନେ ରୁଟି ସେକିବା ନିହାତି ଏକ କଷ୍ଟକର କାମ ହୋଇଥାଏ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ଏମିତି କିଛି ଟିପ୍ସ ଆପଣାନ୍ତି ଯାହା ଦ୍ୱାରା ରୁଟି ତିଆରି କରିବା ପାଇଁ ସବୁଠାରୁ କମ ସମୟ ଲାଗେ। ତେବେ ଆସନ୍ତୁ ରୁଟି ତିଆରି କରିବାର ସବୁଠାରୁ ସହଜ ଆଉ କମ ସମୟରେ ହୋଇଯାଉଥିବା ଏକ ଟିପ୍ସ ବିଷୟରେ ଜାଣିନେବା।
ବର୍ତ୍ତମାନ ଯୁବକମାନେ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି। ତେବେ ଏହା ଜାଣିବା ଜରୁରୀ ଯେ ଅଧିକାଂଶ ଯୁବକ ଜିମ୍ କାରଣରୁ କାହିଁକି ହୃଦଘାତର ଶିକାର ହେଉଛନ୍ତି। ଯଦିଓ ଜିମ୍ରେ ହଠାତ୍ ହୃଦଘାତର ଅନେକ କାରଣ ଥାଇପାରେ, କିନ୍ତୁ ହାଇ କୋଲେଷ୍ଟ୍ରଲ୍ ଏଥିପାଇଁ ଦାୟୀ ହୋଇପାରେ କି? ଆସନ୍ତୁ ଜାଣିବା ଏହାକୁ ନେଇ ବିଶେଷଜ୍ଞ କ’ଣ କୁହନ୍ତି।
ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପିଲାମାନଙ୍କୁ ଘର କାମ କରିବାକୁ ଅନୁମତି ଦେଲେ ଏହା ସେମାନଙ୍କର ଆତ୍ମ ସମ୍ମାନକୁ ବଢାଇଦେଇଥାଏ। ଏହିସବୁ ଛୋଟ ଛୋଟ କାମ ସେମାନଙ୍କ ବ୍ୟକ୍ତିତ୍ୱରେ ଚମତ୍କାର ଆଣିଥାଏ। ଏହା ମଧ୍ୟ ସେମାନଙ୍କ ପାଖରେ ଟିମ୍ ୱାର୍କ କରିବାର ଭାବନାକୁ ଜାଗ୍ରତ କରେ।
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହେବେ ବିଧାନସଭା ନିର୍ବାଚନ ଏବଂ ଶୀଘ୍ର ଏହା ଫେରି ପାଇବ ପୂର୍ଣ୍ଣ ରାଜ୍ୟ ମାନ୍ୟତା । ଆଜି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆସନ୍ତା ୧୭ ତାରିଖରେ ରାମନବମୀ ଉତ୍ସବରେ ରାମଙ୍କ ମସ୍ତକରେ ସୂର୍ଯ୍ୟ ତିଲକ ହେବାର ଅଛି। ସେହିଦିନ ଦିନ ୧୨ଟାରେ ପ୍ରଭୁ ରାମଙ୍କ ପ୍ରକଟ ହେବାର ସମୟ ସ୍ଥିର କରାଯାଇଛି।
ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଧରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି –NIA । ଏହି ଦୁଇ ଅଭିଯୁକ୍ତ ଅବଦୁଲ ମତିନ୍ ତାହା ଏବଂ ମୁସାବିର ସାଜେବ ବୋଲି ଚିହ୍ନଟ ହୋଇଛନ୍ତି ।
ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ରାମାୟଣରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବାକୁ ସୂଚନା ଥିବାବେଳେ ସାଇ ପଲ୍ଲଭୀ ଏହି ଫିଲ୍ମରେ ମାତା ସୀତା ଭୂମିକାରେ ନଜର ଆସିବେ ବୋଲି ଶୁଣାଯାଉଛି। ତେବେ ଫିଲ୍ମରେ ରାମ ହେବା ନେଇ କଠିନ ସର୍ତ୍ତ ରଖିଛନ୍ତି ରଣବୀର।
ପୋଲିସ ସାଇରନର ମିମିକ୍ରି କଲା ପକ୍ଷୀ । ଅବିକଳ ସାଇରନ ପରି ଶବ୍ଦ ବାହାର କଲା, ଫଳରେ ଅସୁବିଧାରେ ପଡ଼ିଲା ବ୍ରିଟେନ ପୋଲିସ । ଅନୁକରଣ ଏତେ ସଠିକ୍ ଥିଲା ଯେ ଏହା ଥେମସ୍ ଭ୍ୟାଲି ପୋଲିସ ଅଧିକାରୀମାନଙ୍କୁ ସତ ବୋଲି ଭାବିବାକୁ ବାଧ୍ୟ କଲା ।
'ବଡେ ମିୟାଁ ଛୋଟେ ମିୟାଁ' ରିଲିଜ୍ ହେବା ମାତ୍ରେ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ପ୍ରଥମ ଦିନରେ ଏହି ଫିଲ୍ମ ଦେଶରେ ଯେତିକି ରୋଜଗାର କରିଛି ତା’ଠାରୁ ଅଧିକ ଟଙ୍କା ସାରା ବିଶ୍ୱରେ ଆୟ କରିଛି। ବକ୍ସ ଅଫିସରେ ସାରା ବିଶ୍ୱରେ ରୋଜଗାର ଦୃଷ୍ଟିରୁ ଏହି ଫିଲ୍ମ ଏକ ଆଲୋଡ଼ନ ସୃଷ୍ଟି କରିଛି।
ବଜାରରେ ବିକ୍ରି ହେଉଥିବା ପ୍ରୋଟିନ ପାଉଡ଼ରର ଗୁଣବତ୍ତା ଉକୃଷ୍ଟମାନର ନୁହେଁ । ଏହା ବ୍ୟବସାୟିକ ଲକ୍ଷ୍ୟରେ ବିକ୍ରି ହେଉଥିବାରୁ କମ୍ପାନୀ ନିଜର ଗୁଣବତ୍ତା ରଖୁନଥିବା ଏକ ଗବେଷଣାରୁ ଜଣାପଡ଼ିଛି ।
ଫ୍ୟାକ୍ଟ୍ରିରେ ସାରା ଦିନ କାମ କରିବା ପରେ ଦରମା ବଦଳରେ ମିଳୁଥିଲା ଅସହ୍ୟ ନିର୍ଯାତନା। କାମ କରିବାର ପ୍ରାୟ ଶହେ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଦରମା ଦେଇନଥିଲେ ମାଲିକ। ଦୈନିକ ୮ ଘଣ୍ଟା ବଦଳରେ ୧୨ଘଣ୍ଟା କାମ କରାଉଥିଲେ।
ନିର୍ଜନ ଦ୍ୱୀପରେ ଫସି ରହିଥିଲେ । କେହି କୁଆଡ଼େ ନଥିଲେ । ନା ଖାଇବାକୁ ଥିଲା ନା ପିଇବାକୁ । ପରିସ୍ଥିତି ଆଣି ସେମାନଙ୍କୁ ମୃତ୍ୟୁମୁଖରେ ଛିଡ଼ା କରାଇଥିଲା । ଏହା ସତ୍ତ୍ୱେ ସେମାନେ ହାରିନଥିଲେ । ହାର ମାନିନଥିଲେ ।
ପାମେଲାଙ୍କ ଏହି ପୋଷ୍ଟକୁ ନେଟିଜେନ୍ସ ଖୁବ୍ ପସନ୍ଦ କରିବା ସହ ତାଙ୍କର କାର୍ଯ୍ୟ ପ୍ରତି ଥିବା ପ୍ରତିବଦ୍ଧତା ଏବଂ ପୁଅ ପ୍ରତି କର୍ତ୍ତବ୍ୟକୁ ପ୍ରଶଂସା କରିଛନ୍ତି।
NPCILରେ ପୂରଣ ହେବ ଅନେକ ପଦବୀ। ଏନେଇ NPCIL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଶେଷ କଥା ହେଉଛି ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର ଏକ ଇଞ୍ଜିନିୟରିଂ ଡିଗ୍ରୀ ଥିବା ଆବଶ୍ୟକ। ଏହା ବ୍ୟତୀତ ପ୍ରାର୍ଥୀଙ୍କର ମଧ୍ୟ GATE ପରୀକ୍ଷାର ସ୍କୋର ରହିବା ଉଚିତ।
ସାଜ୍ଜାଦ ମୁଜାଫରଗଡ ଜିଲ୍ଲାର ଆଲିପୁରରେ ସେମାନଙ୍କୁ ହତ୍ୟା କରିଥିଲା। ମୃତକଙ୍କ ମଧ୍ୟରେ ୪ଜଣ ଝିଅ ଥିବାବେଳେ ୩ଜଣ ପୁଅ ଅଛନ୍ତି। ସମସ୍ତଙ୍କ ବୟସ ୮ମାସରୁ ୧୦ବର୍ଷ ହୋଇଥିବା ପୋଲିସ ସୂଚନା ଦେଇଛି।
ରୋହନ ଆହୁରି କହିଛନ୍ତି, ସେ ନିଜ ପିତାଙ୍କ ପରାମର୍ଶରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଥିଲେ, ତାଙ୍କ ପିତା ଚାହୁଁ ନଥିଲେ ଯେ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରେ ।
ସବୁଠାରୁ ବଡ଼ କଥା ହେଉଛି ସେହି ବ୍ୟକ୍ତି ଜଣକ ତାଙ୍କ ଝିଅର ସ୍କୁଲ ଫି’ ନ ଦେଇ ଆଇପିଏଲ ଟିକେଟ୍ କିଣିଛନ୍ତି ।
ଏନେଇ ସେମାନେ ମା’ଙ୍କୁ ଜଣାଇବା ପରେ ସେ ତାଙ୍କୁ ସମର୍ଥନ କରିବା ପରିବର୍ତ୍ତେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଆଶ୍ଚର୍ଯ୍ୟର କଥା, ଯଦି ସେ ଏକଥା ବାହାରେ ପ୍ରକାଶ କରେ ତେବେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ମା’।ଏଥିରେ ଭୟଭୀତ ହୋଇ ଝିଅଟି ଗାଜିଆବାଦ ଘର ଛାଡି ଦିଲ୍ଲୀ ପଳାଇଥିଲା।