• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୋଲିସ ସାଇରନର ମିମିକ୍ରି କଲା ପକ୍ଷୀ । ଅବିକଳ ସାଇରନ ପରି ଶବ୍ଦ ବାହାର କଲା, ଫଳରେ ଅସୁବିଧାରେ ପଡ଼ିଲା ବ୍ରିଟେନ ପୋଲିସ । ଅନୁକରଣ ଏତେ ସଠିକ୍ ଥିଲା ଯେ ଏହା ଥେମସ୍ ଭ୍ୟାଲି ପୋଲିସ ଅଧିକାରୀମାନଙ୍କୁ ସତ ବୋଲି ଭାବିବାକୁ ବାଧ୍ୟ କଲା । ଫଳରେ ସେମାନେ ନିଜ କାର୍ ର ଦୋଷ ଥିବ ଭାବିଥିଲେ । ଏନେଇ ସୋସିଆଲ ମିଡିଆରେ ମଧ୍ୟ ପୋଲିସ ମୁଖପାତ୍ର ପୋଷ୍ଟ କରିଛନ୍ତି ।

ସେ କହିଛନ୍ତି ଯେ, ଏହା ୧୦୦% ବାସ୍ତବ । ବର୍ତ୍ତମାନ ପୋଷ୍ଟଟି ସୋସିଆଲ ମିଡିଆ ସାଇଟ X ରେ ଭାଇରାଲ ହେବାରେ ଲାଗିଛି । ଅନେକ ଏହାକୁ ନେଇ ମଧ୍ୟ ନିଜର ମତାମତ ରଖିଛନ୍ତି । ପକ୍ଷୀଟି ସ୍ପେଶାଲ ସ୍କ୍ୱାଡ୍ କି ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ର ଅଂଶ ବୋଲି ମଧ୍ୟ ପଚାରିଛନ୍ତି । ଏନେଇ ଥେମସ୍ ଭ୍ୟାଲିର ସ୍ଥାନୀୟ ପୋଲିସ ଅଫିସର କହିଛନ୍ତି ଯେ, ପୋଲିସ ଥାନାରେ ପକ୍ଷୀଟି ଅତି ଧୈର୍ଯ୍ୟର ସହ ବସି ପୋଲିସ ସାଇରନକୁ ନୀରିକ୍ଷଣ କରୁଥିଲା ।

ଫଳରେ ସେ ଏତେ ସୁନ୍ଦର ଭାବେ ଅବିକଳ ସ୍ୱର ବାହାର କରିପାରୁଛି । ପାର୍କିଂ ସ୍ଥଳରୁ ଏପରି ସ୍ୱର ବାହାରିବା ଯୋଗୁଁ କାରରେ କିଛି ଯାନ୍ତ୍ରିକ ତ୍ରୁଟି ଅଛି ବୋଲି ଭାବିବାକୁ ବାଧ୍ୟ ହୋଇଥିଲେ ପୋଲିସ ଅଧିକାରୀ । ପରେ ଅନୁସନ୍ଧାନରୁ ଏହା ଏକ ପକ୍ଷୀର କାର୍ଯ୍ୟ ଜାଣି ଚକିତ ହୋଇଯାଇଥିଲେ । ଏହାକୁ ନେଇ ଜଣେ X ବ୍ୟବହାରକାରୀ ପଚାରିଛନ୍ତି, ଏହା କୌଣସି ସ୍ୱତନ୍ତ୍ର ଶାଖାର ଯାନ ନୁହେଁ ତ ?

ଅନ୍ୟ ଜଣେ X ବ୍ୟବହାରକାରୀ ଲେଖିଛନ୍ତି ପ୍ରକୃତି ହିଁ ବିଚିତ୍ର । ଅନ୍ୟ କେତେ ଜଣ ଏହି ଅବିକଳ ସ୍ୱର ବାହାର କରୁଥମିବା ପକ୍ଷୀକୁ ଷ୍ଟାରଲିଂ ବୋଲି ଚିହ୍ନଟ କରିଛନ୍ତି । ଏହି ପକ୍ଷୀଟି ସାଧାରଣତଃ ଖୁବ ଭଲ ଭାବେ ସ୍ୱର ଅନୁକରଣ କରିପାରେ ବୋଲି ବିଶ୍ୱାସ କରାଯାଏ । ସେମାନେ ଅନ୍ୟ ପକ୍ଷୀମାନଙ୍କର ଯାନ୍ତ୍ରିକ ଧ୍ୱନି ସହ ମୋଟରସାଇକେଲ୍ ଏବଂ ଚା କେଟଲର ଶବ୍ଦ ମଧ୍ୟ ଅନୁକରଣ କରିପାରନ୍ତି ।

ଅଲ୍ ଏବାଉଟ୍ ବାର୍ଡସ୍ ଅନୁଯାୟୀ, ଏହି ପକ୍ଷୀଗୁଡ଼ିକର ଛୋଟ ଲାଞ୍ଜ ରହିଛି । ଏମାନଙ୍କର ତ୍ରିକୋଣୀୟ ଡେଣା ରହିଛି । ଏମାନେ ଦେଖିବାକୁ ମଧ୍ୟ କଳା ।