/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712928464.jpg)
Ayodhya Ram Mandir
ରାମଲାଲାଙ୍କ ମସ୍ତକରେ ଦୃଶ୍ୟମାନ ହେବ ସୂର୍ଯ୍ୟ ତିଲକ। ଏଥିପାଇଁ ସଫଳ ହୋଇଛି ‘ସୂର୍ଯ୍ୟ ତିଲକ’ର ପରୀକ୍ଷଣ। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ସୂର୍ଯ୍ୟ ତିଲକର ଟ୍ରାଏଲ ରନ ଆଜି ସଫଳ ହୋଇଛି। ଆଜି ହୋଇଥିବା ପରୀକ୍ଷଣରେ ରାମଲାଲାଙ୍କ ମସ୍ତକରେ ପଡ଼ିଛି ‘ସୂର୍ଯ୍ୟ ତିଲକ’।
ଆସନ୍ତା ୧୭ ତାରିଖରେ ରାମନବମୀ ଉତ୍ସବରେ ରାମଙ୍କ ମସ୍ତକରେ ସୂର୍ଯ୍ୟ ତିଲକ ହେବାର ଅଛି। ସେହିଦିନ ଦିନ ୧୨ଟାରେ ପ୍ରଭୁ ରାମଙ୍କ ପ୍ରକଟ ହେବାର ସମୟ ସ୍ଥିର କରାଯାଇଛି। ସେହି ସମୟରେ ସୂର୍ଯ୍ୟଙ୍କ କିରଣ ପ୍ରଭୁ ରାମଙ୍କ ମସ୍ତକରେ କିଭଳି ଆସି ପଡିବ ସେଥିପାଇଁ ବୈଜ୍ଞାନିକମାନେ ପ୍ରୟାସ ଚଳାଇଛନ୍ତି। ନିରନ୍ତର ୪ ମିନିଟ ଧରି ରାମଙ୍କ ମସ୍ତକରେ ସୂର୍ଯ୍ୟ କିରଣ ପଡି କିଭଳି ମୁଖମଣ୍ଡଲକୁ କିଭଳି ଦୀପ୍ତମାନ କରିବ, ସେଥିପାଇଁ ଯୋଜନା ହୋଇଛି।
ଏହି ବୈଜ୍ଞାନିକ ପଦ୍ଧତି ପାଇଁ ଉନ୍ନତ ଦର୍ପଣ, ଲେନ୍ସ ଓ ଅଷ୍ଟଧାତୁ ନିର୍ମିତ ସ୍ୱତନ୍ତ୍ର ପାଇପ ସହାୟତା ନିଆଯାଇଛି। ଅପଟି-ମେକାନିକାଲ ସିଷ୍ଟମର ପ୍ରୟୋଗରେ କରାଯାଇ ଏହି ସୂର୍ଯ୍ୟ ତିଲକ ପାଇଁ ପ୍ରୟାସ କରାଯାଇଛି। ତେବେ ଓଡିଶା ପାଇଁ ଗୌରବର କଥା ହେଉଛି ଏହି ପ୍ରୋଜେକ୍ଟର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡିଆ ବୈଜ୍ଞାନିକ ଡକଟର ସରୋଜ ପାଣିଗ୍ରାହୀ।
ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହକୁ ଓହ୍ଲାଇ ଆସିବେ ସୂର୍ଯ୍ୟ। ରାମ ନବମୀରେ କରିବେ ବାଲକ ରାମଙ୍କ ସୂର୍ଯ୍ୟ ତିଳକ। ସୂର୍ଯ୍ୟ କିରଣରେ ଦିପ୍ତୀମୟ ହେବ ରାମଲାଲାଙ୍କ ଲଲାଟ। ଅପେକ୍ଷା.. ଏପ୍ରିଲ ୧୭, ଦିନ ୧୨ଟାର ଦିବ୍ୟ ମୁହୂର୍ତ୍ତକୁ। ଦୀର୍ଘ ୫ ଶହ ବର୍ଷ ପରେ ମହାଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ- ରାମ ନବମୀ। ୧୭ ତାରିଖ ଠିକ୍ ଦିନ ୧୨ଟାରେ ପ୍ରକଟ ହେବେ ରାମଲାଲା।
ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ରାମନବମୀ ପାଳନ ହେବାକୁ ଯାଉଥିବା ବେଳେ ଏହି ଦିବ୍ୟ ମୁହୂର୍ତ୍ତକୁ ଆହୁରି ଭବ୍ୟ କରିବ, ବାଲକ ରାମଙ୍କ ସୂର୍ଯ୍ୟାଭିଷେକ ବା ସୂର୍ଯ୍ୟ ତିଳକ। ସୂର୍ଯ୍ୟ କିରଣରେ ଝଲସି ଉଠିବ ଶ୍ରୀ ବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ। ପ୍ରାୟ ୫ ମିନିଟ ଯାଏଁ ରାମଲାଲାଙ୍କ ଲଲାଟରେ ୭୫ ମିଲିମିଟର ଆକାରର ଏକ ଗୋଲାକାର କିରଣ, ତିଳକ ଭାବେ ଶୋଭା ପାଇବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)